Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସବୁଠୁ ବୟସ୍କ ଦମ୍ପତ୍ତି : ୨ଜଣଙ୍କ ବୟସ ୨୧୫ ବର୍ଷ, ଦେଖିଲେଣି ୪ ପୀଢି

30/08/2020 at 2:29 PM

ଲଣ୍ଡନ, ୩୦|୦୮: ସ୍ୱାମୀଙ୍କ ବୟସ ହେଉଛି ୧୧୦ । ସ୍ତ୍ରୀଙ୍କର ୧୦୪ । ଉଭୟ ହେଉଛନ୍ତି ବିଶ୍ୱର ସବୁଠାରୁ ବୟସ୍କ ଦମ୍ପତ୍ତି । ଉଭୟଙ୍କ ବିବାହ ମଧ୍ୟ ୮୦ ବର୍ଷ ଉପରେ ହେଲାଣି । ଏହି ୮୦ ବର୍ଷ ବସରେ ଅନେକ ବ୍ୟକ୍ତି ପ୍ରାଣ ହରାଉଥିଲେ ମଧ୍ୟ ଏହି ଦମ୍ପତ୍ତି ଏବେ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ନାଁ କରିଛନ୍ତି ।

ଏହି ଦମ୍ପତ୍ତି ହେଲେ ଜୁଲିଓ ମୋରା ଏବଂ ଓ୍ୱାଲଡ୍ରାମିନା କ୍ୱିଣ୍ଟରସ୍ । ସମାନେ ସ୍ପେନରେ ରୁହନ୍ତି । ମୋରା ମାର୍ଚ୍ଚ ୧୦, ୧୯୧୦ରେ ଜନ୍ମ ଗ୍ରହଣ କରିଥିଲେ । ସେହିପରି କ୍ୱିଣ୍ଟରସ୍ ଅକ୍ଟୋବର ୧୬ ୧୯୧୫ରେ ଜନ୍ମଗ୍ରହଣ କରିଥିଲେ ।

୧୯୪୧ରେ ଉଭୟଙ୍କର ବିବାହ ହୋଇଥିଲା ।  ସ୍ପେନର କ୍ୱିଟା ଲା ଲେଗଲିସିଆର ଏକ ଚର୍ଚ୍ଚରେ ସେମାନେ ବିବାହ ବନ୍ଧରେ ବାନ୍ଧି ହୋଇଥିଲେ । ଏପରିକି ଉଭୟ ପ୍ରେମ ବିବାହ କରିଥିବା କୁହାଯାଉଛି ।

ଏତେ ବର୍ଷର ବିବାହକୁ ନେଇ କ୍ୱିଣ୍ଟରସ୍ କହିଛନ୍ତି ଯ, ସେମାନେ କେବେହେଲେ ବିବାହ ବିଚ୍ଛେଦ କଥା ଚିନ୍ତା କରି ନାହାଁନ୍ତି । ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ଏହାପରେ ଅବସର ଗ୍ରହଣ କରିଥିଲେ ।

ସେମାନଙ୍କର ୪ଜଣ ସନ୍ତାନ ଥିବା ବେଳେ ୧୧ଜଣ ନାତି, ୨୧ ଅଣନାତି ଓ ଜଣେ ପଣ ନାତି ରହିଛନ୍ତି । ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଝିଅ କେସିଲା ସମସ୍ତ ତଥ୍ୟ ଓ କାଗଜ ପତ୍ର ଗିନିଜ୍ ବୁକକୁ ପଠାଇବା ସହ ସବୁଠାରୁ ବୟସ୍କ ଦମ୍ପତ୍ତି ଭାବେ ସ୍ଥାନ ଦେବାକୁ ଅନୁରୋଧ କରିଥିଲେ । ଏବେ ସେମାନଙ୍କୁ ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ମିଳିଛି । କାରଣ ସେମାନଙ୍କ ମୋଟ୍ ବୟସ ହେଉଛି ୨୧୫।

ପୂର୍ବରୁ ଏହି ରେକର୍ଡ ଆମେରିକାର ଟେକ୍ସାସ ସହରର ଜଣେ ଦମ୍ପତ୍ତିଙ୍କ ନାମରେ ରହିଛି । ଉଭୟ ମୋଟ୍ ୨୧୨ ବର୍ଷ ୫୨ ଦିନ ବଞ୍ଚିଥିଲେ ।

   Related Posts