ତିଆରି ହେଲା ବିଶ୍ବର ଗଭୀରତମ ସୁଇମିଂ ପୁଲ୍‌, ୧୯୭ ଫୁଟ୍‌ ପାଣି ତଳେ ମିଳିବ ଏକ ବଡ଼ ସହର ଭଳି ସୁବିଧା

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୯/୦୭: ପୂର୍ବରୁ ଲୋକମାନେ ଗାଡ଼ିଆ, ପୋଖରୀରେ ଗାଧୋଉଥିଲେ। ପରେ ନଳକୂପର ବ୍ୟବହାର ଆରମ୍ଭ ହୋଇଥିଲା। ଏବେ ଲୋକେ ନିଜ ଘରେ ସୁଇମିଂ ପୁଲ୍‌ ନିର୍ମାଣ କରି ସେଥିରେ ଜଳକ୍ରୀଡ଼ ତଥା ଗାଧୋଇବାକୁ ପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ ସୁଇମିଂ ପୁଲ୍‌ରେ ସନ୍ତରଣ ପ୍ରତିଯୋଗିତା ମଧ୍ୟ ଆୟୋଜନ ହେଉଛି। ଅଲିମ୍ପିକ୍‌ସ୍‌ରେ ସନ୍ତରଣକାରୀ ଭାଗ ନେଇ ପଦକ ଜିଣୁଛନ୍ତି। ସେ ଯାହା ହେଉ ନା କାହିଁକି ସୁଇମିଂ ପୁଲ୍‌ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାଇପାରେ କିନ୍ତୁ ଏଠାରେ ଏମିତି ଏକ ସୁଇମିଂ ପୁଲ୍‌ ସମ୍ପର୍କରେ ଉଲ୍ଲେଖ କରିଛୁ ଯାହାକି ବିଭିନ୍ନ ଦିଗ ଦୃଷ୍ଟିରୁ ବିଶ୍ବରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ଥରେ ଚିନ୍ତା କଲେ ଏମିତି ଏକ ସୁଇମିଂ ପୁଲ ଯେଉଁଠି ପାଣି ଭିତରେ ଆପାର୍ଟମେଣ୍ଟ, ହୋଟେଲ ଏବଂ ଛୋଡ଼ ବଡ଼ ଦୋକାନ ନିର୍ମାଣ ହୋଇଛି। ଏହାର ଗଭୀରତା ୬୦.୨ ମିଟର (ପାଖାପାଖି ୧୯୭ ଫୁଟ୍‌)। ଏହି ସୁଇମିଂ ପୁଲର ଜଳଧାରଣ କ୍ଷମତା ୧ କୋଟି ୪୦ ଲକ୍ଷ ଲିଟର। ସୁଇମିଂ ପୁଲ୍‌ଟି ଦୁବାଇରେ ନିର୍ମିତ ହୋଇଥିବା ବେଳେ ଏହା ବିଶ୍ବର ଗଭୀରତମ ପୁଲ୍‌ ଭାବେ ରେକର୍ଡ ସୃଷ୍ଟି କରିଛି। ଗଲ୍ଫ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ଦୁବାଇର ନାଦଅଲ୍‌ଶେବା ଅଞ୍ଚଳରେ 'ଡିପ୍‌  ଡାଇଭ୍ ଦୁବାଇ' ନାମକ ସୁଇମିଂ ପୁଲ ନିର୍ମାଣ ହୋଇଛି । ଏହାର ଗଭୀରତା ୬୦.୦୨ ମିଟର ହୋଇଥିବା ଏହା ଅଲିମ୍ପିକ୍‌ ପ୍ରତିଯୋଗୀତା ପାଇଁ ଥିବା ସୁଇମିଂ ପୁଲଠୁ ୬ ଗୁଣ ବଡ଼।

{"id":478035,"width":750,"height":421,"sizeSlug":"large","linkDestination":"none"}

ଡିପ୍‌  ଡାଇଭ୍‌ ଦୁବାଇକୁ ବିଶ୍ବର ସବୁଠୁ ଗଭୀର ସୁଇମିଂ ପୁଲର ମାନ୍ୟତା ଦେଇଛି ଗୀନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ୍‌ ରେକର୍ଡ।  ୧୫୦୦ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ସୁଇମିଂ ପୁଲ୍‌ର ଜଳର ତାପମାତ୍ରା ୩୦ ଡିଗ୍ରି ରଖାଯିବ ବୋଲି ଜଣାପଡ଼ିଛି ।  ତେବେ ‘ଡିପ୍‌ ଡାଇଭି ଦୁବାଇ’କୁ ସାଧାରଣ ଲୋକେ ଯାଇପାରିବେ। ଏଥିପାଇଁ ବୁକିଂ ଜୁଲାଇ ଶେଷ ସପ୍ତାହରେ ଆରମ୍ଭ ହେବ ବୋଲି କୁହାଯାଉଛି। ଏହାକୁ ଜଳମମ୍ନ ସହର ରୂପେ ସଜାଇବାକୁ ଥିବା ବେଳେ ଏଥିରେ ଆପାର୍ଟମେଣ୍ଟ ସାଙ୍ଗକୁ ଗ୍ୟାରେଜ୍‌ ରହିବ ବୋଲି ଜଣାପଡ଼ିଛି।

ଏଥିରେ ସ୍କୁବା ଡାଇଭିଂ ଶିକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଉପଲବ୍ଧ ହେବ। ସୁଇମିଂ ପୁଲ୍‌ରେ ୮୦ ସିଟ୍‌ ବିଶିଷ୍ଟ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଥିବା ବେଳେ ଏହା ଭିତରେ ମିଟିଂ, ଇଭେଣ୍ଟ ଏବଂ କନଫରେନ୍ସ ହଲ୍‌ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଖୋଦ ଦୁବାଇର ପ୍ରିନ୍ସ ଶେଖ ବିନ୍‌ ମଖତୁମ ଏକ ଭିଡିଓ ସେୟାର କରି​‌ ଲେଖିଛନ୍ତି, ‘ଡିପ୍‌ ଡାଇଭ୍‌ ଦୁବାଇରେ ଏକ ଦୁନିଆ ଆପଣମାନଙ୍କୁ ଅପେକ୍ଷା କରିଛି।’

{"id":478036,"width":796,"height":447,"sizeSlug":"large","linkDestination":"none"}

ସବୁଠୁ ଆଶ୍ଚର୍ଯ୍ୟର ଏବଂ କୌତୁହଳର କଥା ସୁଇମିଂ ପୁଲର ପାଣି ପ୍ରତି ୬ ଘଣ୍ଟାରେ ପରିବର୍ତ୍ତନ ହେବାକୁ ଥିବା ବେଳେ ଏହାକୁ ନାସା ଦ୍ବାରା ବିକଶିତ ଫିଲ୍ଟରରେ ବିଶୁଦ୍ଧ କରାଯିବ। ତେବେ ବିଶ୍ବ ରେକର୍ଡ ଧାରୀ ଡାଇଭର ଜାରୋଡ ଜାବଲୋନସ୍କି ‘ ଡିପ୍‌ ଡାଇଭି ଦୁବାଇ’ର ନିର୍ଦେଶକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.