ୟେ ହେଉଛି ବିଶ୍ବର ସବୁଠୁ ମହଙ୍ଗା କୁକୁର : ଏହି ମୂଲ୍ୟରେ କିଣିହେବ ଉଡ଼ାଜାହାଜ
15/12/2018 at 12:55 PM

ଆଜି ଆମେ ଜାଣିବା ବିଶ୍ବର ସବୁଠୁ ମହଙ୍ଗା କୁକୁର ବିଷୟରେ। ଆପଣମାନେ ଆଗରୁ କେବେ ଏହି କୁକୁର ବିଷୟରେ ଜାଣିନଥିବେ। ଏହି କୁକୁରର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି କୁକୁରର ମୂଲ୍ୟ ଏତେ ବେଶୀ ଯେ ଏହି ମୂଲ୍ୟରେ ଗୋଟିଏ ଉଡ଼ାଜାହାଜ କିଣାଯାଇପାରିବ।

ବିଶ୍ବର ସବୁଠୁ ମହଙ୍ଗା କୁକୁର ତିବେତିଆନ୍ ମଷ୍ଟିଭ୍ ପ୍ରଜାତିର କୁକୁର ଯାହାର ଆର୍ନ୍ତଜାତୀୟ ବଜାରରେ ମୂଲ୍ୟ ହେଉଛି ୧୫ରୁ ୩୦କୋଟି। ଆପଣ ୩୦କୋଟିରେ ଗୋଟିଏ ଛୋଟ ଉଡ଼ାଜାହାଜ ମଧ୍ୟ କିଣିପାରିବେ।

ନିକଟରେ ଜୟପୁରରେ ଆୟୋଜିତ ହୋଇଥିବା ଡଗ୍ ଶୋ ରେ ଏକ କୋଟିଏ ଟଙ୍କାର ମଷ୍ଟିଭ୍ ଦିଲ୍ଳୀରୁ ଆସିଥିଲା। ଏହି କୁକୁରକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଏହି କୁକୁରଟିକୁ ଚୀନରୁ କିଣାଯାଇଥିଳା।

ଏହି ତିବେତିଆନ୍ ମଷ୍ଟିଭ୍ପ୍ର ଜାତିର କୁକୁରକୁ ୨୪ଘଣ୍ଟା ଏସିରେ ରଖାଯାଇଥାଏ। ଏହା ସହିତ ଏହି କୁକୁରକୁ ପ୍ରତି ୧୫ଦିନରେ ସ୍ପା ମଧ୍ୟ କରାଇବାକୁ ପଡ଼ିଥାଏ।
