ଏମିତି ଏକ ଅଙ୍ଗୁର ପେନ୍ଥା ଯାହାର ଗୋଟିଏ ଅଙ୍ଗୁରର ଦାମ ୩୫ ହଜାର ଟଙ୍କା: କିଲେ ଦାମରେ କିଣି ପାରିବେ ୧୦୦ ଗ୍ରାମ ସୁନା

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୦୮/୦୭ : ଭାରତରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ଦରରେ ନିଆଁ ଲାଗିଛି। ଯଦି ଦେଖାଯାଏ, ଗତ କିଛି ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିର ଗ୍ରାଫ୍ ଦ୍ରୁତ ଗତିରେ ବଢି ଚାଲିଛି। ଖାଇବା ତେଲଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଜିନିଷ ଦାମ ବହୁତ ବଢିଯାଇଛି। ଏହି ଦର ଦାମ ବୃଦ୍ଧି ମଧ୍ୟରେ ଜାପାନରେ ଫଳୁଥିବା ଏକ ଅଙ୍ଗୁର ସମ୍ପର୍କରେ ଜାଣିବା। ଏହି ଅଙ୍ଗୁରର ଗୋଟିଏ ଦାନାର ମୂଲ୍ୟ ହେଉଛି ୩୫ ହଜାର ଟଙ୍କା। ଏହା ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର। ଏହି ଅଙ୍ଗୁର ବଜାରରେ ବିକ୍ରି ହୁଏ ନାହିଁ। ଏହା ନିଲାମ ହୋଇଥାଏ। ନିଲାମୀରେ ସର୍ବାଧିକ ଟଙ୍କାର ବୋଲି ଲଗାଇଥିବା ବ୍ୟକ୍ତିଙ୍କୁ ଏହି ଅଙ୍ଗୁର ମିଳିଥାଏ। ତେବେ ଚିନ୍ତାର ବିଷୟ ହେଲା ଏତେ ମହଙ୍ଗା ଫଳ ଜଣେ କିପରି ଖାଇ ପାରିବ ?

{"id":477664,"sizeSlug":"large","linkDestination":"none"}

ଭାରତରେ ଅନେକ କିସମର ଅଙ୍ଗୁର ପାଇବେ କିନ୍ତୁ ସବୁଜ ଏବଂ କଳା ଅଙ୍ଗୁର ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଅଙ୍ଗୁରର ସ୍ୱାଦ ମଧ୍ୟ ବହୁତ ଅଲଗା। କିନ୍ତୁ ଜାପାନରେ ମିଳୁଥିବା ରୁବି ରୋମାନ୍ ସାମ୍ନାରେ ସବୁ ଅଙ୍ଗୁର ଫିକା। ଏହି ଅଙ୍ଗୁର ବହୁତ ବଡ ଆକାରର। ଅଙ୍ଗୁର ଦାନା ଟମାଟୋ ଆକାରର। ଏହା ମଧ୍ୟ ବହୁତ ମିଠା। ଏହା ଅତିରିକ୍ତ ମଧୁରତା ପାଇଁ ଜଣାଶୁଣା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଜାପାନର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ। ଇଶିକାୱା ପ୍ରି-ଫ୍ରାକ୍ଟାଲ୍ ବ୍ୟତୀତ ଆଉ କେହି ଏହାକୁ ଚାଷ କରନ୍ତି ନାହିଁ।

{"id":477665,"sizeSlug":"large","linkDestination":"none"}

ଏହି ଅଙ୍ଗୁର ବଜାରରେ ବିକ୍ରି ହୁଏ ନାହିଁ। ଏହାର ନିଲାମ ମାଧ୍ୟମରେ ବିକ୍ରି କରାଯାଇଥାଏ। ଲୋକମାନେ ଅଙ୍ଗୁର ପାଇଁ ଟେଣ୍ଡର କରନ୍ତି। ଶେଷଥର ନିଲାମରେ ଏହାର ୨୪ ଟି ଦାନା ୮ ଲକ୍ଷ ୧୭ ହଜାରରେ ବିକ୍ରି ହୋଇଥିଲା। ଅର୍ଥାତ୍ ଗୋଟିଏ ଦାନାର ମୂଲ୍ୟ ହେଉଛି ୩୫ ହଜାର ଟଙ୍କା। ଯଦି ସେ ଆଧାରରେ ଆକଳନ କରାଯାଏ, ତେବେ ଏହି ଅଙ୍ଗୁର ଏକ କିଲୋ ବଦଳରେ ଆପଣ ଅନେକ ପ୍ରାୟ ୧୦୦ ଗ୍ରାମ ସୁନା କିଣିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.