ଭାରତରେ ଲଞ୍ଚ ହେଲା ବିଶ୍ୱର ସବୁଠୁ ଶସ୍ତା କରୋନା ଯାଞ୍ଚ କିଟ୍, ମାତ୍ର ୮୫ ମିନିଟ୍‌ରେ ମିଳିବ ରିପୋର୍ଟ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫।୭:  କରୋନା ମହାମାରୀ ଭାଇରସ୍ ନିୟନ୍ତ୍ରଣରେ ଏପର୍ଯ୍ୟନ୍ତ ଥିବା ସବୁଠୁ ବଡ ବାଧା ଦୂର ହେବ ବୋଲି ଏବେ ଆଶା କରାଯାଉଛି। ଭାରତରେ ବିଶ୍ୱର ସବୁଠୁ ଶସ୍ତା କରୋନା ଯାଞ୍ଚ କିଟ୍‌ ଉପଲବ୍ଧ ହୋଇଛି। ଆଇଆଇଟି ଦିଲ୍ଲୀ ଦ୍ୱାରା ପ୍ରସ୍ତୁତ ଏହି ଯାଞ୍ଚ କିଟ୍‌କୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବୁଧବାର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି। ଏହି ଟେଷ୍ଟକିଟ୍‌କୁ ‘କରୋସିଓର’ ନାମକରଣ କରାଯାଇଛି।

{"id":300846,"sizeSlug":"large"}

ଦେଶରେ ଏପର୍ଯ୍ୟନ୍ତ ଆରଟି ପିସିଆର ଟେଷ୍ଟରେ କରୋନା ସଂକ୍ରମଣ ନିଶ୍ଚିତ କରାଯାଉଛି। ତେବେ ଏଥିରେ ଅନେକ ସମୟ ଲାଗୁଛି। ହେଲେ କରୋସିଓର  ମାତ୍ର ୮୫ ମିନିଟ୍ ଅର୍ଥାତ ୧ ଘଣ୍ଟା ୧୫ ମିନିଟ୍‌ ରେ ସଂକ୍ରମଣ ଜଣାଇ ଦେଉଛି। ଏହା ଦ୍ୱାରା ଦେଶରେ ଦ୍ରୁତ ଟେଷ୍ଟିଂ ସହ ସଂକ୍ରମିତଙ୍କ ଚିହ୍ନଟ ଓ ଉପଚାର ଏବେ ସହଜ ହେବ ବୋଲି ଆଶା କରାଯାଉଛି।

{"id":300847,"sizeSlug":"large"}

ଦେଶରେ କରୋନା ସଂକ୍ରମଣ ପରେ ସବୁଠୁ ବଡ ସମସ୍ୟା ଯାହା ଥିଲା ତାହା ହେଉଛି ଟେଷ୍ଟିଂ।  ନମୁନା ସଂଗ୍ରହ କରିବା, ପ୍ରୟୋଗଶାଳାକୁ ପଠାଇବା, ସେଠାରେ ପ୍ରକ୍ରିୟାକରଣ କରି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ଲାବୋରେଟରୀ ଉପରେ ଚାପ ମଧ୍ୟ ବଢିବଢି ଚାଲିଥିଲା।

{"id":300849,"sizeSlug":"large"}

ତେବେ ଆଇଆଇଟି ଦିଲ୍ଲୀର ଟିମ୍‌ ପ୍ରସ୍ତୁତ କରିଥିବା ଯାଞ୍ଚ କିଟ୍‌ ଏକ ‘ଯାଞ୍ଚ-ଫ୍ରି’ ପ୍ରଣାଳୀ। ଯେଉଁଥିରେ ଲକ୍ଷଣ ଥାଉ କି ନଥାଉ ଯାଞ୍ଚ  କରିବା ମାତ୍ରେ ନେଗେଟିଭ ଅଥବା ପଜିଟିଭ ସହଜରେ ଜାଣି ହୋଇ ଯାଉଛି। ଏହି ଟେଷ୍ଟିର ଫଳାଫଳ ଶତ ପ୍ରତିଶତ ସଠିକ ବୋଲି କୁହାଯାଉଥିବା ବେଳେ ଆଇଆଇଟି ଟିମ୍‌ କୁସୁମ ସ୍କୁଲ ଅଫ ବାୟୋଟେକ୍ନୋଲଜି ସାଇନ୍ସେସ୍‌ ର ଲ୍ୟାବ୍‌ରେ ଏହାର ବୈଷୟିକ ବିକାଶ ହୋଇଛି। ଏହି ଟେଷ୍ଟିଂ କିଟ୍‌ରେ ପରୀକ୍ଷଣ ଖର୍ଚ୍ଚ ଯଥେଷ୍ଟ କମ୍‌  ଓ ସ୍ୱଳ୍ପ ସମୟ ମଧ୍ୟରେ ହୋଇପାରୁଥିବାରୁ କରୋନା ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଏବେ ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.