Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସବୁଠୁ ବଡ଼ ମଣିଷ ଦାନ୍ତ : ଇଞ୍ଜିନିୟରିଙ୍ଗ ଛାତ୍ରଙ୍କ ପାଟିରେ ଅସ୍ତ୍ରୋପଚାର ପରେ ତାଜୁବ ହୋଇଗଲେ ଡାକ୍ତର

5/03/2020 at 4:24 PM

ଖରଗୋନ୍ ୫/୩: ମଧ୍ୟପ୍ରଦେଶର ଖରଗୋନରେ ଇଞ୍ଜିନିୟରିଂ କରୁଥିବା ଜଣେ ଛାତ୍ରଙ୍କ ହନୁହାଡ଼ରୁ ଡାକ୍ତର ୩୯ମିମିର ଲମ୍ବା ଦାନ୍ତ ଓପାଡ଼ି ବାହାର କରିଛନ୍ତି। ଦାନ୍ତ ଓପାଡ଼ିଥିବା ଡାକ୍ତର କହିଛନ୍ତି ଯେ ଏହା ବିଶ୍ବର ସବୁଠୁ ଲମ୍ବା ମନୁଷ୍ୟ ଦାନ୍ତ।

ଖରଗୋନର ଡେଣ୍ଟିଷ୍ଟ ଡାକ୍ତରଙ୍କ କହିବା ଅନୁସାରେ ​‌ସେ ଏବେ ଏହି ଦାନ୍ତର ଲମ୍ବକୁ ନେଇ ଓ୍ବାର୍ଲଡ ବୁକ୍ ଅଫ୍ ରେକର୍ଡ଼ରେ ନାଁ ସାମିଲ କରାଇବେ। ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ଦାନ୍ତ ଏବେ ଖରଗୋନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ଦାନ୍ତର ଲମ୍ବ ୩୯ମିଲିମିଟର। ଏହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସାମିଲ ଥିବା ୩୭.୩ମିଲିମିଟର ଲମ୍ବା ଦାନ୍ତଠୁ ମଧ୍ୟ ବଡ଼।

୨୦୧୯ରେ ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ଜର୍ମାନୀର ଡେଣ୍ଟିଷ୍ଟ ମ୍ୟାକ୍ସ ଲୁକ୍ସଙ୍କ ନାଁ ସବୁଠୁ ଲମ୍ବା ଦାନ୍ତ ଓପାଡ଼ିବାର ରେକର୍ଡ଼ ରହିଛି। ଲୁକ୍ସ ୩୭.୨ମିମି ଲମ୍ବା ଦାନ୍ତ ଓପାଡ଼ିଥିଲେ।

   Related Posts