Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସାଇବର ଆଟାକ୍‌ ଧମକ୍‌ରେ ଛାନିଆ ହେଲା ବିଶ୍ବର ସର୍ବ ବୃହତ ମାଂସ ଉତ୍ପାଦନକାରୀ କମ୍ପୀନୀ, ଅଜ୍ଞାତ ହ୍ୟାକରଙ୍କୁ ଦେଲା ୮୦ କୋଟି ଟଙ୍କା ଦାଦା ବଟି

10/06/2021 at 6:34 PM

ନୂଆଦିଲ୍ଲୀ ୧୦/ ୦୬ : ସାଇବର ଠକେଇ କବଳରେ ଏବେ ସାରା ବିଶ୍ବ । କେବଳ ସାଧାରଣ ଲୋକେ ନୁହଁନ୍ତି ବଡ ବଡ କମ୍ପାନୀ ମଧ୍ୟ ସାଇବର ଠକେଇର ଶିକାର ହେଉଥିବା ନଜିର ରହିଛି । ସେହିଭଳି ସାଇବର ଠକେଇର ଶିକାର ହୋଇଛି ବିଶ୍ବର ସବୁଠାରୁ ବୃହତ ମିଟ୍ ପ୍ରୋସେସର୍‌ ଜେବିଏସ୍ । ଆମେରିକା, ଅଷ୍ଟ୍ରେଲିଆ ଏବଂ କାନାଡାରରେ ଥିବାର ଆବାଟୋଏର୍ସରେ ବ୍ୟାପକ କ୍ଷତି ସହିଛି କମ୍ପାନୀ । ହ୍ୟାକରମାନେ ବିଭିନ୍ନ ଉପାୟରେ ଧମକ ଦେବା ସହିତ କମ୍ପାନୀର କମ୍ପ୍ୟୁଟର ସିଷ୍ଟମକୁ କବଜାକୁ ନେଇଯିବା ସହିତ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ । ଶେଷରେ କମ୍ପାନୀ ବାଧ୍ୟ ହୋଇ ଦାବି ମୁତାବକ ହ୍ୟାକରମାନଙ୍କୁ ୧୧ ମିଲିୟନ ଡଲାର (୮୧ କୋଟି ଟଙ୍କା) ମୁକ୍ତଧନ ପ୍ରଦାନ କରିଛି ।

ସାଇବର ହ୍ୟାକରମାନେ କେବଳ ଏହି ଗୋଟିଏ ନୁହେଁ ବରଂ ଗତ କିଛି ଦିନ ହେବ ରୀତିମତ ବଡ ବଡ କମ୍ପାନୀମାନଙ୍କର କମ୍ପ୍ୟୁଟର ସିଷ୍ଟମକୁ କବଜାକୁ ନେଇ ଦାଦା ବଟି ଆଦାୟ କରୁଛନ୍ତି ବୋଲି କହିଲେ ଅତ୍ୟକ୍ତି ହେବ । କିଛି ଦିନ ପୂର୍ବେ ଆମେରିକାର ଆଉ ଏକ ପ୍ରତିଷ୍ଠିତ କମ୍ପାନୀର ଡାଟାଗୁଡିକୁ ହ୍ୟାକ କରି ପ୍ରାୟ ୧୫ କୋଟି ଟଙ୍କା ଦାବି କରିଥିଲେ ହ୍ୟାକର । ଏଭଳି ଅନେକ ସାଇବର ହ୍ୟାକର ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଟାର୍ଗେଟରେ ରହୁଛନ୍ତି ବଡ ବଡ କମ୍ପାନୀ । ସାଇବର ହ୍ୟାକରମାନଙ୍କ ପ୍ରତିହତ କରିବା ପାଇଁ ବିଶ୍ବର ବଡ ବଡ ଦେଶ ମଧ୍ୟ ନାକେଦବ ହୋଇସାରିଲେଣି । ଆମେରିକା, ଋଷ, ଜର୍ମାନୀ, ଇଟାଲୀ ଭଳି ଦେଶର ବୈଜ୍ଞାନିକମାନେ ଲଗାତାର ଭାବେ ରିସର୍ଚ୍ଚ ଜାରି ରଖିଛନ୍ତି । କିନ୍ତୁ ଏ ଯାଏଁ ସେଭଳି କୌଣସି ରାସ୍ତା ବାହାରିପାରିନାହିଁ । ତେବେ ଯଦି ଯଥା ଶୀଘ୍ର ଏ ନେଇ କିଛି ନିସ୍କର୍ସ ନବାହାରେ ତେବେ ବିଶ୍ବର ବଡ ବଡ ଦେଶର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ।

ଅବଶ୍ୟ ବ୍ରାଜିଲ ସମେତ ବିଶ୍ବର ଅନେକ ସ୍ଥାନରେ ବର୍ତ୍ତମାନ ଜେବିଏସ ତାର କାରବାର ସ୍ବାଭାବିକ କରିଛି । ଜେବିଏସର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ରେ ନୋଗିରା କହିଛନ୍ତି, ‘ଆମ କମ୍ପାନୀ ତଥା ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା କରିବା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି । ତଥାପି, ଆମର ଗ୍ରାହକଙ୍କ ପାଇଁ କୌଣସି ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ଆମେ ଅନୁଭବ କରିଛୁ।”

ଧମକପୂର୍ଣ୍ଣ ଫୋନ ପାଇବାପରେ ମାଂସ ଉତ୍ପାଦକ କମ୍ପାନୀ ଜେବିଏସ୍ ଗତ ସପ୍ତାହରେ ଏହାର ଆମେରିକୀୟ ପ୍ଲାଣ୍ଟରେ ମାଂସ ଉତ୍ପାଦନ ବନ୍ଦ କରିଥିଲା । ଯାହାକି ଖାଦ୍ୟ ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିବା ସହିତ ଆମେରିକାରେ ଖାଦ୍ୟ ମୂଲ୍ୟର ମୁଦ୍ରାସ୍ଫୀତି କମ କରିଥିଲା । ଯାହାଫଳରେ ଶ୍ରମ ଅଭାବ, ଅଧିକ ଚାହିଦା ଏବଂ କୋଭିଡ ସମ୍ପର୍କିତ ବ୍ୟାଘାତଗୁଡିକର ସାମ୍ନା କରିବାକୁ ପଡିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ହ୍ୟାକରମାନେ କମ୍ପାନୀର ଅଷ୍ଟ୍ରେଲିଆରେ ଥିବା ବ୍ରାଞ୍ଚକୁ ମଧ୍ୟ ନିଜ କବଜାକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଧିକାଂଶ କ୍ଷୟକ୍ଷିତ ଘଟାଇପାରିନାହାନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ବିଶ୍ବର ଏହି ବୃହତ ମାଂସ ଉତ୍ପାଦନ କମ୍ପାନୀ ତାର ଆଇଟି ସେକ୍ଟର, କର୍ମଚାରୀ ଏବଂ ପାଖାପାଖି ୮୫୦ ଜଣ ସ୍ପେସିଆଲିଷ୍ଟଙ୍କ ପାଇଁ ପ୍ରାୟ ୨୦୦ ମିଲିୟନ ଡଲାର ଖର୍ଚ୍ଚ କରେ । ଏହି ସାଇବର ଠକେଇକୁ ନେଇ ଆମେରିକାର ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ସାଇବର ଠକମାନେ ପ୍ରାୟତ ଋଷିଆ ଦେଶର । ଋଷରେ ରହି ସେମାନେ ଏହି ଠକେଇ କରିଛନ୍ତି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଆମେରିକା ।

   Related Posts