ବିଶ୍ୱର ୫ ମହାନ ବ୍ୟାଟ୍ସମ୍ୟାନ୍ ବାଛିଲେ କୁକ୍, ସଚିନ ନୁହେଁ ଭାରତର ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ, ୧୧|୦୫ : ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରିଛନ୍ତି । ଏହି ତାଲିକାରେ କୋହଲି ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାଏନ ଲାରାଙ୍କ ଶ୍ରେଣୀରେ ରହିଛନ୍ତି ।

{"id":268181,"width":829,"height":622,"sizeSlug":"large"}

ବ୍ରାଏନ ଲାରା ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଯିଏ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ୪୦୦ ରନ କରିଛନ୍ତି । ସେ ୧୩୧ଟି ଟେଷ୍ଟରେ ୧୧୯୫୩ ରନ କରିଥିବା ବେଲେ ୨୯୯ଟି ଦିନିକିଆରେ ୧୦୫୦୫ ରନ କରିଛନ୍ତି ।

{"id":268182,"width":831,"height":553,"sizeSlug":"large"}

କୁକ୍ କହିଛନ୍ତି ଯେ, ବିଶ୍ୱର ଅନେକ ଶ୍ରେଷ୍ଠ ବ୍ୟାଟସମ୍ୟାନ ରହିଛନ୍ତି । କିନ୍ତୁ ସେ ୫ଜଣଙ୍କୁ ନିଜ ତାଲିକାରେ ସାମିଲ କରିଛନ୍ତି । ଏହି ତାଲିକାରେ କୋହଲିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟସମ୍ୟାନ ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜ୍ୟାକ୍ କାଲିସ ଓ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗକରା ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୋହଲିଙ୍କୁ ଏଥିପାଇଁ ସାମିଲ କରାଯାଇଛି କାରଣ ସେ ସମସ୍ତ ଫର୍ମାଟରେ ନିର୍ଭୟର ସହ ରନ୍ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.