ଦୁନିଆର ସବୁଠାରୁ ମାରାତ୍ମକ ଓ ବିଷାକ୍ତ ଗଛ ଯାହା ନେଇପାରେ ଜୀବନ: ଏହି କାରଣରୁ ହୋଇଥିଲା ଆବ୍ରାହମ୍ ଲିଙ୍କନ୍‌ଙ୍କ ମା'ଙ୍କ ମୃତ୍ୟୁ

Published By : Prameya-News7 Bureau | October 02, 2020 IST

ଭୁବନେଶ୍ୱର ୦୨/୧୦ : ମଣିଷ ଜୀବନରେ ଗଛଲତାର ଅନେକ ମହତ୍ତ୍ୱ ରହିଛି । ଗଛଲତାରୁ ଆମକୁ ଶୁଦ୍ଧ ବାୟୁ ସହ ଅନେକ ଜିନିଷ ମିଳିଥାଏ । ଦୁନିଆରେ ଅନେକ ଗଛଲତା ରହିଛି ଯାହା ଔଷଧୀୟ ଗୁଣରେ ଭରପୁର । ଏହିଭଳି ଗଛ ଅନେକ ରୋଗ ଦୂର କରିଥାଏ । କିନ୍ତୁ ଦୁନିଆରେ ଏମିତି ବି କିଛି ଗଛ ଅଛି ଯାହା ମନୁଷ୍ୟ ପାଇଁ ବିପଦଜନକ ଓ କ୍ଷତିକାରକ ହୋଇଥାଏ । ଏହିଭଳି କିଛି ଗଛ ମଣିଷର ଜୀବନ ମଧ୍ୟ ନେଇପାରେ ।

{"id":337633,"sizeSlug":"large"}

ସୁଇସାଇଡ ଟ୍ରି (Cerbera Odollam)-କେରଳ ନିକଟସ୍ଥ ସମୁଦ୍ରତଟରେ ସୁଇସାଇଡ ଟ୍ରି ଦେଖିବାକୁ ମିଳେ । ଏହି ଗଛ ଯୋଗୁଁ କେରଳରେ ଅନେକ ଲୋକଙ୍କ ଜୀବନ ଯାଇଛି । ଏହାର ମଞ୍ଜିରେ ଏକ୍ସଲାଇଡ୍ ଥାଏ ଯାହା ହୃଦୟ ଓ ଶ୍ୱାସନ ତନ୍ତ୍ର ପାଇଁ ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଥାଏ ।

{"id":337636,"sizeSlug":"large"}

କନିଅର (Oleander-Nerium Oleander)- କନିଅର ଗଛ ମଧ୍ୟ ଅତ୍ୟନ୍ତ ଘାତକ ହୋଇଥାଏ । ଏହାର ଫଳ ସେବନ କରିବା ଦ୍ୱାରା ଝାଡା, ବାନ୍ତି, ମୁଣ୍ଡ ବୁଲାଇବା ସହ ମଣିଷ କୋମାକୁ ମଧ୍ୟ ଯାଇପାରେ । ଏହାର ପତ୍ର ଶରୀରକୁ ସ୍ପର୍ଶ କଲେ କୁଣ୍ଡେଇ ହୋଇଥାଏ । କନିଅର ଏତେ ବିଷାକ୍ତ ହୋଇଥାଏ ଯେ ଏହାର ଫୁଲ ଉପରେ ବସିଥିବା ମହୁମାଛି ତିଆରି କରିଥିବା ମହୁ ସେବନ କଲେ ମଣିଷ ଅସୁସ୍ଥ ମଧ୍ୟ ହୋଇପାରେ ।

{"id":337637,"width":561,"height":416,"sizeSlug":"large"}

ରୋଜାରୀ ପୀ (Rosary Pea-Abrus Precatorius)- ଏହି ଗଛର ନାଁ ରୋଜାରୀ ପୀ କାରଣ ଏହାର ମଞ୍ଜିରେ ଗହଣା ଏବଂ ପ୍ରାର୍ଥନା ପାଇଁ ବ୍ୟବହାର ହେଉଥିବା ଜପ ମାଳି ତିଆରି ହୋଇଥାଏ । ଏହାର ମଞ୍ଜିକୁ ଛୁଇଁଲେ କିଛି ବିପଦ ନାହିଁ କିନ୍ତୁ ଚୋବେଇଲେ ଲିମ୍ବ ଖଣ୍ଡିଆ କଲେ ଏହା ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହୋଇପାରେ । ଏହି ମଞ୍ଜିରେ ଏବ୍ରୀନ ଥାଏ ଯାହାର ୩ ମାଇକ୍ରୋଗ୍ରାମ୍ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ ହୋଇଥାଏ ।

{"id":337638,"sizeSlug":"large"}

ଅରଣ୍ଡି ବା କଷ୍ଟର ବିନ (Castor Bean-Ricinus Communis)- ଅରଣ୍ଡି ମଞ୍ଜିରୁ କାଷ୍ଠର ଅଏଲ ବାହାର କରାଯାଇଥାଏ । ଏହାର ମଞ୍ଜି ଅତ୍ୟନ୍ତ ବିଷାକ୍ତ । ଏହାର ମଞ୍ଜି ଏତେ ବିଷାକ୍ତ ଯେ ଗୋଟିଏ କି ଦୁଇଟି ମଞ୍ଜି ଖାଇଦେଲେ ଛୋଟ ପିଲାଙ୍କର ଓ ୭-୮ ଟି ମଞ୍ଜି ଖାଇଦେଲେ ବଡ ଲୋକଙ୍କ ଜୀବନ ଚାଲିଯାଇଥାଏ । ଏଥିରେ ରାଇସିନ ନାମକ ବିଷ ଥାଏ ଯାହା କୋଷ ମଧ୍ୟରେ ପ୍ରୋଟିନ ପ୍ରବାହକୁ ରୋକି ଦେଇଥାଏ । ଯାହାଫଳରେ ଝାଡା, ବାନ୍ତି ହୋଇଥାଏ ଓ ମଣିଷର ମୃତ୍ୟୁ ହୋଇଥାଏ ।

{"id":337639,"sizeSlug":"large"}

ହ୍ୱାଇଟ ସ୍ନେକରୁଟ (White Snakeroot-Ageratina Altissima)- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ମା ନେନ୍ସି ହେଂକ୍ସଙ୍କ ମୃତ୍ୟୁ ଏହି ଗଛ କାରଣରୁ ହୋଇଥିଲା | ଏହି ଗଛରେ ଛୋଟ ଛୋଟ ଧଳା ଫୁଲ ଫୁଟିଥାଏ । ଏହି ଫୁଲରେ ଏକ ବିଷାକ୍ତ ଆଲକହଲ ଟ୍ରେମେଟୋଲ ରହିଛି । ଆବ୍ରାହମ୍ ଲିଙ୍କନ୍ ଏକ ଗାଈର କ୍ଷୀର ପିଇଥିଲେ । ସେହି ଗାଈ ଏହି ଗଛକୁ ଖାଇଥିଲା ।

{"id":337640,"sizeSlug":"large"}

ଯାହାଫଳରେ ଗାଈର କ୍ଷୀର ବିଷାକ୍ତ ହୋଇଯାଇଥିଲା ଓ ସେହି କ୍ଷୀର ପିଇ ଅବ୍ରହାମ ଲିଙ୍କନଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ଯେଉଁ ପଶୁ ଏହି ଗଛକୁ ଖାଏ ତାର ମାଂସ ଓ କ୍ଷୀର ସେବନ କଲେ ସେହି ମଣିଷ ଶରୀର ବିଷାକ୍ତ ହୋଇଯାଇ ମୃତ୍ୟୁ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.