Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଶ୍ବର ଏହି ୫ଟି ଦେଶ ପାଖରେ ଅଛି ସବୁଠୁ ଅଧିକ ସୁନା

15/03/2019 at 1:55 PM

ବିଶ୍ବରେ ଏମିତି ଅନେକ ଦେଶ ଅଛି ଯାହା ବେଶ ଉନ୍ନତ। ବିକାଶ କ୍ଷେତ୍ରରେ ଅନେକ ଦେଶ ସେମାନଙ୍କ ପଛରେ ରହିଛନ୍ତି । ତେବେ ବିକାଶ ଏବଂ ବିଶେଷତ୍ବ ସମ୍ପୂର୍ଣ୍ଣ ଅଲଗା କଥା ।  ଭାରତ ଯେମିତି ମନ୍ଦିର ପାଇଁ ପ୍ରସିଦ୍ଧ ସେମିତି ଦୁନିଆର ଅନ୍ୟ ଦେଶ ଭିନ୍ନ ଭିନ୍ନ କାରଣ ପାଇଁ ପ୍ରସିଦ୍ଧ।  ପ୍ରତ୍ୟେକ ଦେଶର କିଛି ନା କିଛି ବିଶେଷତ୍ବ ରହିଛି । ତେବେ ବିଶ୍ୱରେ କେଉଁ ଦେଶରେ ସବୁଠୁ ଅଧିକ ସୁନା ଅଛି ଜାଣନ୍ତୁ।

୧. ଚୀନ୍‌

ଚୀନ୍‌ ଧିରେ ଧିରେ ନିଜ ଦେଶର ଆର୍ଥିକ ଅବସ୍ଥା ଉନ୍ନତ କରୁଛି। ଚୀନରେ ପାଖା ପାଖି ୧୭୯୭ ଟନ ସୁନା ଅଛି। ଅଧିକ ସୁନା ଥିବା ଦେଶ ମଧ୍ୟରୁ ଚିନ୍‌ ୫ ନମ୍ୱର ସ୍ଥାନରେ ରହିଛି।

୨. ଫ୍ରାନ୍ସ

ପ୍ରାନ୍ସର ନାଁ ଏହି ଲିଷ୍ଟର ୪ ନମ୍ବର ସ୍ଥାନରେ ଅଛି। ଫ୍ରାନ୍ସ ଏକ ଛୋଟ ଦେଶ କିନ୍ତୁ ବିଶ୍ୱର ଅନ୍ୟ ଦେଶ ତୁଳନାରେ ବିକାଶ କ୍ଷେତ୍ରରେ ଆଗରେ ଅଛି। ଏହି ଦେଶରେ ପାଖା ପାଖି ୨୪୦୭ ଟନ ସୁନା ଅଛି।

୩. ଇଟାଲୀ

ଇଟାଲୀ ଦେଶର ଆର୍ଥିକ ଅବସ୍ଥା ସବୁବେଳେ ଉନ୍ନତ ଥାଏ। ଏହି ଲିଷ୍ଟରେ ଇଟାଲୀର ନାଁ ୩ ନମ୍ବର ସ୍ଥାନରେ ଆସେ। ବର୍ତ୍ତମାନ ଇଟାଲୀରେ ୨୫୫୧ ଟନ ସୁନା ଅଛି।

୪. ଜର୍ମାନୀ

ଏହି ଲିଷ୍ଟରେ ଜର୍ମାନୀ ଦ୍ବତୀୟ ସ୍ଥାନରେ ଆସେ। ଜର୍ମାନୀରେ ପାଖାପାଖି ୩୩୯୦.୬ ଟନ ସୁନା ଅଛି।

୫. ଆମେରିକା

ଆମେରିକାର ଆର୍ଥିକ ଅବସ୍ଥା ବିଶ୍ୱର ସବୁ ଦେଶରୁ ସବୁଠୁ ଉନ୍ନତ। ଆମେରିକା ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛି। ଏହି ଦେଶରେ ପାଖାପାଖି ୮୧୩୩.୫ ଟନ ସୁନା ଅଛି। ଆମେରିକା ପାଖରେ ଯେତିକି ସୁନା ଅଛି ସେତିକି ପୁରା ବିଶ୍ୱରେ କେଉଁ ଦେଶରେ ନାହିଁ ବୋଲି କୁହାଯାଏ।

 

   Related Posts