ଦୁନିଆର ସବୁଠାରୁ ଦାମୀ ଗାଡି : ଦାମ ଶୁଣି ଉଡିଯିବ ହୋଶ

Published By : Prameya-News7 Bureau | March 09, 2019 IST

ଦିଲ୍ଲୀ ୯/୩ : ଲକ୍ଜୁରୀ ଗାଡି ଚଢିବା ସଉକ ପ୍ରାୟ ସମସ୍ତଙ୍କର ଥାଏ | ଇଣ୍ଟେର୍ନେଟରେ ପ୍ରତିଦିନ ନୂଆ ନୂଆ ଗାଡିର ଫଟୋ ଅପଲୋଡ଼ ହୋଇଥାଏ ଯାହାକୁ ଦେଖି ଲୋକେ ଏହିଭଳି ଗାଡି ଚଢ଼ିବାକୁ ସ୍ବପ୍ନ ଦେଖିଥାନ୍ତି | କିନ୍ତୁ ସବୁ ସ୍ବପ୍ନ ତ ପୁରା ହୋଇନଥାଏ | ଯେଉଁମାନଙ୍କୁ ନୂଆ ନୂଆ ମଡେଲର କାର କିଣିବା ସଉକ ଥାଏ ସେମାନଙ୍କ ପାଇଁ ନିଜ ପସନ୍ଦର ଗାଡି କିଣିବାଠୁ ଅଧିକ ଖୁସି ଆଉ କୋଉଥିରେ ମିଳିନଥାଏ | ଏହିଭଳି ଏକ କାର ମାର୍କେଟକୁ ଆସିଛି | ଏହି ଗାଡି ମାର୍କେଟକୁ ଆସୁ ଆସୁ ବିକ୍ରି ହୋଇଯାଇଛି | ବଡ କଥା ହେଲା ଏହି ଗାଡିର ଦ୍ୱିତୀୟ ପିସ ତିଆରି ହୋଇନାହିଁ |

{"id":91952,"width":574,"height":321}


ଏହି ଗାଡି ହେଲା ବୁଗାତିର (Bugatti) ‘La Voiture Noire' | ସ୍ୱିଜରଲ୍ୟାଣ୍ଡରେ ଆୟୋଜନ ହୋଇଥିବା ୮୯ ତମ ଜେନିଭା ଆନ୍ତର୍ଜାତିକ ମୋଟର ଶୋ'ରେ ଏହି ଗାଡିକୁ ପ୍ରଦର୍ଶନ କରାଯାଇଥିଲା | ‘La Voiture Noire' ଏକ ଫ୍ରେଞ୍ଚ ନାଁ | ଯାହାର ଅର୍ଥ ହେଲା The Black car | ବୁଗାତି ଏହି ଗାଡିର କେବଳ ଗୋଟିଏ ହିଁ ମଡେଲ ତିଆରି କରିଛି | ଗାଡିକୁ ୧୮.୯ ମିଲିଅନ ଡଲାର, ପାଖାପାଖି ୧୩୨ କୋଟି ଟଙ୍କାରେ ବିକ୍ରି କରାଯାଇଛି |

{"id":91953}


ଏହି ଗାଡିର ଡିଜାଇନ ୧୯୩୦ ମସିହାରେ ତିଆରି ହୋଇଥିଲା | ୫୭ ଏସସି ଆଟ୍ଲାଣ୍ଟିକ ଗାଡିରୁ ପ୍ରେରିତ ଏହି ଗାଡି | ୫୭ ଏସସି ଆଟ୍ଲାଣ୍ଟିକକୁ ବୁଗାତିର ଫାଉଣ୍ଡର ଏଟୋରେ ବୁଗାତିଙ୍କ ପୁଅ ଜିନ ବୁଗାତି ଡିଜାଇନ କରିଥିଲେ | ଏହି ଗାଡିର ମାତ୍ର ୪ଟି ପିସ ତିଆରି ହୋଇଥିଲା | ସେଥିରୁ ୩ଟି ବିକ୍ରି ହୋଇଥିଲା ଏବଂ ଗୋଟିଏ ଜିନ ବୁଗାତି ନିଜେ ରଖିଥିଲେ |
ଦୁର୍ଭାଗ୍ୟବଶତଃ ଜିନଙ୍କ ଏହି ଗାଡି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ହଜି ଯାଇଥିଲା | ଏହାପରେ ଏହି ମଡେଲର ୩ଟି ଗାଡି ହିଁ ଥିଲା | ଯାହାକୁ ଆଜି ମଧ୍ୟ ସବୁଠାରୁ ଦାମୀ ଗାଡି ବୋଲି ବିଚାର କରାଯାଏ |

{"id":91954}


ବୁଗାତିଙ୍କ ଏହି ଗାଡିର ୪ଟି ବିଶେଷତ୍ୱ ଅଛି | ବ୍୧୬- ୮ ଲିଟର, ୧୬- ସିଲିଣ୍ଡର ଇଂଜିନ, ୧୪୭୯ ହର୍ଷ ପାୱାର ଏବଂ ୧୧୮୦ ପାଉଣ୍ଡ-ଫୁଟର ଗତି |

{"id":91955}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.