Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭଦ୍ରକରେ ବିଶ୍ୱ ଧଳାବାଡି ଦିବସ ପାଳିତ

17/10/2021 at 1:05 PM

ଭଦ୍ରକ, ୧୭/୧୦:  ଭଦ୍ରକ ଜିଲ୍ଲାରେ ବିଶ୍ୱ ଧଳାବାଡି ଦିବସ ପାଳିତ ହୋଇଛି । ଓଡିଶା ଭିନ୍ନକ୍ଷମ ମଞ୍ଚ ଓ ଦାମୋଦର ଜୀଉ ସେବା ସଂଘ ତରଫରୁ ବାଳଗୋପାଳ ମନ୍ଦିରଠାରେ ବିଶ୍ୱ ଧଳାବାଡି ଦିବସ ଆୟୋଜିତ ହୋଇଛି ।

ଏହି ଅବସରେ ଭିନ୍ନକ୍ଷମମାନେ ଭଦ୍ରକ ସହରକୁ ଶୋଭାଯାତ୍ର ରେ ପରିକ୍ରମା କରିଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମଲୋଚନ ଦାସ, ମଞ୍ଚର ମୁଖ୍ୟ ଉପଦେଷ୍ଟା ବିଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ୬୦ ଜଣ ଦୃଷ୍ଟି ବାଧିତଙ୍କୁ ଧଳାବାଡି ବଣ୍ଟନ କରାଯାଇଛି । ତେବେ ଦୃଷ୍ଟିବାଧିତ ଓ ଭିନ୍ନକ୍ଷମଙ୍କୁ ଧଳା ବାଡ଼ିର ଉପଯୋଗୀତା ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା । ଭିନ୍ନକ୍ଷମଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ସହ ଆତ୍ମନିର୍ଭର ହେବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

   Related Posts