World War 3 ,ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା - ଇରାନ ଆମେରିକା ମୁହାଁ ମୁହିଁ ମଧ୍ୟ ପ୍ରାଚ୍ୟରେ ସୈନ୍ୟ ଠୁଳ କରୁଛନ୍ତି ମିତ୍ର ଦେଶ

Published By : Prameya-News7 Bureau | January 04, 2020 IST

ଲଣ୍ଡନ - ଆମେରିକାରର ଡ୍ରୋନ ଆକ୍ରମଣରେ ଇରାନର ସେନା ମୁଖ୍ୟ ଜେନେରାଲ କାସିମ୍ ସୋଲୋମାନିଙ୍କର ମୃତ୍ୟୁ ପରେ ଏବେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଏହା ତୃତୀୟ ବିଶ୍ୱ ଯୁଦ୍ଧର ରୂପ ନେଇ ପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶ ପରେ ଏୟାର ଷ୍ଟ୍ରାଇକ୍‌ରେ ସୋଲୋମାନିଙ୍କର ମୃତ୍ୟୁ ହୋଇଛି । ସେ ଇରାକ୍‌ର ରାଜଧାନୀ ବାଗଦାଦ ଏୟାରପୋର୍ଟକୁ ଏକ ଗୁପ୍ତ ବୈଠକ ପାଇଁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଇରାକରେ ଜଣେ ବରିଷ୍ଠ ସେନା ମୁଖ୍ୟଙ୍କର ମୃତ୍ୟୁ ହୋଇଛି ।

{"id":206682,"width":587,"height":329,"sizeSlug":"large"}

ଏହାପରେ ଆମେରିକା ତାହାର ଇଲାଇଟ୍‌ ଫୋର୍ସ କମାଣ୍ଡୋମାନଙ୍କୁ ଇରାକ୍‌କୁ ପଠାଇଛି । ଇରାନ୍‌ ମଧ୍ୟ ଏହାର ଉଚିତ୍‌ ଜାବା ଦେବ ବୋଲି କଡା ଚେତାବନୀ ଦେଇଛି । ଇରାନ୍‌ର ଥିବା ଏଫ୍‌-୧୪ ଯୁଦ୍ଧ ବିମାନକୁ ଉଡାଇବା ସହ ହାଇ ଆଲର୍ଟ ଘୋଷଣା କରାଯାଇଛି ।

{"id":206683,"sizeSlug":"large"}

ସୋଲୋମାନିଙ୍କ ନିର୍ଦେଶରେ ଆମେରାକି ଦୂତାବାସ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେ ଆମେରିକାରର ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ବାଗଦାଦରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଥିଲା । କାସିମ୍‌ ସୋଲୋମାନି ଇରାନର କୁର୍ଦ ସେନାଙ୍କର ମୁଖ୍ୟ ଥିଲେ ।

{"id":206670,"sizeSlug":"large"}

ଆମେରିକା ଦ୍ୱାରା ଭବିଷ୍ୟତରେ ହୋବାକୁ ଥିବା ଆହୁରି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବା ପାଇଁ ସୋଲୋମାନିଙ୍କୁ ମୂଳପୋଛ କରାଯାଇଥିବା ସୂଚନା ଦିଆଯାଇଛି । ପୂର୍ବରୁ ଆମେରିକାର ମିତ୍ର ରାଷ୍ଟ୍ର ସାଉଦି ଆରବ ଆରାମକୋ ତୈଳ ଖଣି ଉପରେ ଇରାନ୍‌ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଆରାମାକୋ ସାଉଦିଆରବର ରାଷ୍ଟ୍ରାୟତ ତଥା ସବୁଠାରୁ ବଡ ତୈଳ ଉତ୍ତୋଳନକାରୀ ସଂସ୍ଥା ।

{"id":206685,"sizeSlug":"large"}

ସୋଲୋମାନିଙ୍କ ମୃତ୍ୟୁପରେ ଇରାନ ଅଧିକ ଦୃଢ ପଦକ୍ଷେପ ଗ୍ରହଣ କରିବ ବୋଲି ଇରାନ୍‌ର ରାଷ୍ଟ୍ରପତି ହାସନ ରୁହାନି କହିଛନ୍ତି ।

୨୦୧୮ ମସିହାରେ ସୋଲୋମାନି ଏକ ଭିଡିଓ ସନ୍ଦେଶରେ ଆମେରିକାରରାଷ୍ଟ୍ର ପତିଙ୍କୁ ଖୋଲା ଖୋଲି ଧମକ ଦେଇଥିଲେ । ଟ୍ରମ୍ପଙ୍କୁ ଜୁଆଡି ସମ୍ବୋନ୍ଧିତ କରିବା ସହ ଆମେ ତମ ଅତି ନିକଟରେ ପହଞ୍ଚି ଯାଇଛୁ , ତମେ ଚିନ୍ତା କରିପାରିବନି ଆମେ କେଉଁଠି ଅଛୁ ବୋଲି ଟ୍ରମ୍ପ କହିଥିଲେ ।

ଏହି ଆକ୍ରମଣକୁ ସିରିଆ ସହ ଅନ୍ୟ କେତକ ଦେଶ ପକ୍ଷରୁ ନିନ୍ଦା କରାଯାଇଛି । ଏବେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନ୍‌ ବି ତାହାର ଆର୍‌ଏଏଫ୍‌ ସୈନ୍ୟବାହିନୀକୁ ମଧ୍ୟପ୍ରାଚ୍ୟକୁ ପ୍ରେରଣ କରିଛି । ଆମେରିକାରୁ ନାଟୋ ଦେଶ ସମର୍ଥନ ମିଳିବା ଏକ ପ୍ରକାରର ନିଶ୍ଚୟ ଥିବାବେଳେ ଇରାନକୁ ସିରିଆ ସହ ଅନ୍ୟ କେତକ ଇସଲାମିକ୍‌ ଦେଶର ସମର୍ଥନ ମିଳିପାରେ । ଏହି ଯୁଦ୍ଧ ଆରମ୍ଭ ହେଲେ ଏହା ଓ୍ୱାର୍ଲ୍ଡଓ୍ୱାର ଥ୍ରୀ ବା ତୃତୀୟ ବିଶ୍ୱ ଯୁଦ୍ଧର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.