Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶହେ ବର୍ଷ ପୂର୍ବେ ବ୍ୟାପିଥିଲା କରୋନା ଭଳି ଏହି ମାରାତ୍ମକ ରୋଗ, ନେଇଥିଲା ୫ କୋଟିରୁ ଅଧିକ ଜୀବନ

9/03/2020 at 6:19 PM

ନୂଆଦିଲ୍ଲୀ, ୦୯|୦୩:   ଶହେ ବର୍ଷ ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ୨ କୋଟି ଲୋକ ପ୍ରାଣ ହରାଇଥିଲେ। ଏହି ଯୁଦ୍ଧର ପରିଣାମରୁ ଏବେ ସୁଦ୍ଧା ଦୁନିଆ ବାହାରି ପାରି ନାହିଁ। ସେହି ସମୟରେ ହଠାତ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଥିଲା। ସ୍ପେନିସ ଫ୍ଲୁ ନାମରେ ପରିଚିତ ଥିବା ଏହି ମହାମାରୀ ପଶ୍ଚିମ ପ୍ରାନ୍ତରେ ଥିବା ଏକ ଛୋଟ ସୈନ୍ୟ ଶିବିରରୁ ଆରମ୍ଭ ହୋଇଥିଲା। ଏହି ଶିବିର ଫ୍ରାନ୍ସ ସୀମା ନିକଟରେ ରହିଥିଲା। ସେଠାରେ ଥିବା ଆବର୍ଜନା ଯୋଗୁଁ ଦ୍ରୁତ ଗତିରେ ଫ୍ଲୁ ବ୍ୟାପିଥିଲା। 

ପ୍ରଥମ ବିଶ୍ୱଯୁଦ୍ଧ ନଭେମ୍ବର ୧୯୧୮ରେ ସମାପ୍ତ ହୋଇଥିଲା। କିନ୍ତୁ ଯୁଦ୍ଧରୁ ଫେରିଥିବା ସଂକ୍ରମିତ ସୈନିକଙ୍କ ପାଇଁ ଏହା ଅନ୍ୟଆଡେ ବ୍ୟାପିଥିଲା। ଏହି ରୋଗ ପାଇଁ ଅନେକ ଲୋକ ପ୍ରାଣ ହରାଇଥିଲେ। ସ୍ପେନିଶ ଫ୍ଲୁରେ ପ୍ରାୟ ୫ରୁ ୧୦ କୋଟି ଲୋକ ପ୍ରାଣ ହରାଇଥିବା କୁହାଯାଉଛି। ଏବେ ସାରା ବିଶ୍ୱରେ କରୋନା ବ୍ୟାପିଛି। ୧୦୦ ବର୍ଷ ତଳେ ସୃଷ୍ଟି ହୋଇଥିବା ସେହି ସ୍ଥିତିର କରୋନା ସହ ଅନେକ ସାମଞ୍ଜସ୍ୟ ରହିଛି। କରୋନାରେ ମରୁଥିବା ବ୍ୟକ୍ତି ପ୍ରଥମେ ନିମୋନିଆରେ ଶିକାର ହୋଇଥାନ୍ତି। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ।

ସେହି ସମୟରେ ବିଶ୍ୱରେ ବିମାନ ଯାତ୍ରା ଆରମ୍ଭ ହୋଇଥିଲା। ଫଳରେ ସ୍ପେନିଶ ଫ୍ଲୁ ଅନ୍ୟ ଦେଶକୁ ବ୍ୟାପିଥିଲା। ଅନେକ ସ୍ଥାନରେ ଏହି ରୋଗକୁ ଚିହ୍ନଟ କରିବା ପାଇଁ ମାସମାସ ଲାଗିଯାଇଥିଲା। ତେବେ ଆଲାସ୍କା ଓ ବ୍ରିଷ୍ଟେଲରେ ଏହା ବ୍ୟାପିନଥିଲା। କାରଣ ସେଠାକାର ସମସ୍ତ ସ୍କୁଲ, ସାର୍ବଜନିକ ସ୍ଥାନରେ ଲୋକଙ୍କ ଚଳପ୍ରଚଳ ଉପରେ ରୋକ ଲଗାଯାଇଥିଲା।

ଡାକ୍ତରମାନେ ସ୍ପେନିଶ ଫ୍ଲୁକୁ ଇତିହାସର ସବୁଠାରୁ ବଡ ନରସଂହାର ବୋଲି କହିଥାନ୍ତି। କେବଳ ମୃତ୍ୟୁ ସଂଖ୍ୟା ନୁହେଁ କମ ବୟସର ସୁସ୍ଥ ଯୁବକମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିଲେ। ଅଧିକାଂଶ ମୃତକ ଗରିବ ଓ ଗାଁରେ ବସବାସ କରୁଥିଲେ।

   Related Posts