ବିଗ୍ ବି ଦିନେ ଏହି ଭୟଙ୍କର ରୋଗରେ ହୋଇଥିଲେ ଆକ୍ରାନ୍ତ, ତଥାପି ପେନ୍‌କିଲର ଖାଇ କରୁଥିଲେ ଶୁଟିଂ

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୩: ଆଜି ବିଶ୍ବ ଟିବି ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା ବଲିଉଡର ଦିଗ୍ଗଜ ଅଭିନେତା ଅମିତାଭ ବଚ୍ଚନଙ୍କ ସେହି ଯନ୍ତ୍ରଣା ଭରା ଅନୁଭବ ବିଷୟରେ ଯେତେବେଳେ ସେ ରୋଗଗ୍ରସ୍ତ ହୋଇଥିଲେ ଏବଂ କିପରି ସେ ଏହି ରୋଗ ସହ ଲଢ଼ିଥିଲେ ଏବଂ ନିଜକୁ ଟିବି ମୁକ୍ତ କରିଥିଲେ।

{"id":243269,"sizeSlug":"large"}

୨୦୦୦ମସିହାରେ ଅମିତାଭ ବଚ୍ଚନ ଟିଭି ଶୋ ‘କୌନ ବନେଗା କରୋଡ଼ପତି’ରେ ହୋଷ୍ଟ ଭାବେ ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କୁ ଟିବି ରୋଗ ହୋଇଥିଲା। ସେତେବେଳେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଥିଲା।

{"id":243270,"sizeSlug":"large"}

ଅମିତାଭ ଏକ ସାକ୍ଷାତକାରରେ ନିଜ ଯନ୍ତ୍ରଣାଦାୟକ ଅନୁଭବ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ ଯେ, ‘ ୨୦୦୦ମସିହାରେ ତାଙ୍କୁ ଟିବି ହୋଇଥିବା ଜଣା ପଡ଼ିଥିଲା ଏବଂ ସେ ବର୍ଷେ ଯାଏଁ ସମ୍ପୂର୍ଣ୍ଣ ଚିକିତ୍ସାରେ ରହିଥିଲେ। ସେ ଶାନ୍ତିରେ ବସିପାରୁନଥିଲେ କି ଶୋଇପାରୁନଥିଲେ। ଅନେକ ଥର ତାଙ୍କୁ ଗୋଟିଏ ଦିନରେ ୮-୧୦ଟି ପେନ୍ କିଲର ଖାଇ ନିଜ ଗେମ୍ ଶୋ ପୂରା କରିବାକୁ ପଡ଼ୁଥିଲା।

{"id":243271,"sizeSlug":"large"}

ଅମିତାଭ ୨୦୧୬ମସିହା ମାର୍ଚ୍ଚ ୨୪ତାରିଖରେ ବିଶ୍ବ ଟିଭି ଦିବସରେ ରିଚାର୍ଡ଼ ଏବଂ ବର୍ମାଙ୍କ ସହ ହାତ ମିଳାଇଥିଲେ। ଏମାନଙ୍କ ସହ ଯୋଡ଼ି ହୋଇ ଅମିତାଭ ସାମାଜିକ କାର୍ଯ୍ୟ ଏବଂ ହେଲଥ ଓ୍ବାର୍କରଙ୍କ ସହ ସାମିଲ ହୋଇଥିଲେ।

{"id":243274,"sizeSlug":"large"}

ଅମିତାଭ କହିଥିଲେ,‘ସେ ଜଣେ ଟିବି ସର୍ଭାଇଭର ଏବଂ ଏଥିପାଇଁ ସେ ଏହି ରୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଦାୟିତ୍ବ ନେଇଥିଲେ। ’

{"id":243275,"sizeSlug":"large"}

ଅମିତାଭ ବଚ୍ଚନ ‘କଲ୍ ଟୁ ଆକ୍ସନ୍ ଫର୍ ଟିବି ଫ୍ରି ଇଣ୍ଡିଆ’ର ସେଣ୍ଟର ବ୍ରାଣ୍ଡ ଆମ୍ବାସାଡର।  ସେ କହିଥିଲେ,‘ ଏହି ରୋଗ ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ। ଯଦି ଠିକ୍ ସମୟରେ ଏହାର ଯାଞ୍ଚ ନହୁଏ ତେବେ ଏହା ପ୍ରାଣଘାତୀ ହୋଇପାରେ। ତାଙ୍କୁ ମେଡିକାଲ୍ ସାହାଯ୍ୟ ଏବଂ ଗାଇଡାନ୍ସ ମିଳିଥିଲା ସେଥିପାଇଁ ସେ ଆଜି ସୁସ୍ଥ ଅଛନ୍ତି। ’

{"id":243278,"sizeSlug":"large"}

ଅମିତାଭ ବଚ୍ଚନ ସବୁବେଳେ ଟିବି ରୋଗ ପ୍ରତି ଲୋକଙ୍କୁ ସଚେତନ କରନ୍ତି।

{"id":243279,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.