୯/୧୧କୁ ପୁରିଲା ୨୦ ବର୍ଷ : ବିସ୍ଫୋରଣରେ ଥରିଥିଲା ବିଶ୍ୱ ବାଣିଜ୍ୟ କେନ୍ଦ୍ର, ସ୍ତବ୍ଧ ହୋଇଯାଇଥିଲା ଆମେରିକା

Published By : Prameya-News7 Bureau | September 11, 2021 IST

ଭୁବନେଶ୍ୱର, ୧୧|୦୯:   ଶନିବାର ଆମେରିକା ଆତଙ୍କବାଦୀ ଆକ୍ରମଣକୁ ୨୦ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍ -କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ବିଶ୍ୱକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା ବୋଲି ବିବେଚନା କରାଯାଏ ।

ଆତଙ୍କବାଦୀମାନେ ୪ଟି ଉଡ଼ା ଜାହାଜକୁ ହାଇଜ୍ୟାକ୍ କରିନେଇ ଏହି ଆକ୍ରମଣ ଘଟାଇଥିଲେ। ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍ ଟ୍ରେଡ୍ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍ କରିଥିଲେ। ଏହି ଘଟଣାରେ ୨ ହଜାର ୯ଶହ ୭୭ ଲୋକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଆକ୍ରମଣ ଘଟାଇବା ପାଇଁ ଅଲ୍ -କାଏଦାର ମୁଖ୍ୟ ଓସାମା ବିନ୍ ଲାଦେନ୍ ଏଥିପାଇଁ ୧୯୮୮ରେ ଷଡ଼ଯନ୍ତ୍ର ରଚିଥିଲା। ଆମେରିକାକୁ ସଂପୂର୍ଣ୍ଣ ବର୍ ବାଦ କରିଦେବା ପାଇଁ ଲାଦେନ୍ ଅଲ୍ କାଏଦା ନାମରେ ଆତଙ୍କବାଦୀ ଗୋଷ୍ଠୀ ଗଢ଼ିଥିଲା। ଏହି ବୈଠକରେ ହିଁ ଲାଦେନ୍ ନିଜ ଆତଙ୍କବାଦୀ ସଂଗଠନର ନାମ ଔପଚାରିକ ଭାବେ ଅଲ୍ -କାଏଦା ରଖିଥିଲା। ଶେଷରେ ଲାଦେନ୍ ର ଯୋଜନା କ୍ରମେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍ କରି ଏହି ଗୋଷ୍ଠୀର ୧୯ ଜଣ ସଦସ୍ୟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଦୁଇଟି ଉଡ଼ାଜାହାଜ ଦ୍ୱାରା ଦୁଇଟି ଟାଓ୍ଵାର ଧୂଳିସାତ୍ ହୋଇଥିଲା।

ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨ହଜାର ୯୯୬ ଜଣ ପ୍ରାଣ ହରାଇଥିଲେ। ୬ ହଜାରରୁ ଅଧିକ ଆହତ ହୋଇଥିଲେ। ୯/୧୧ ଘଟଣା ପରେ ଆମେରିକା ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କଲା। ଷଡଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଯୁଦ୍ଧ ହୋଇଥିଲା । ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିଲା ଆମେରିକା । ଶେଷରେ ୨୦୧୧ରେ ଆମେରିକା ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ୍ କୁ ପାକିସ୍ତାନରେ ହତ୍ୟା କରିଥିଲା ଆମେରିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.