ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ପଣସ : ଜାଣନ୍ତୁ ଏହାର ଗୁଣ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର ୨୫/୦୫ : ମେ ୨୫ ତାରିଖରେ ବିଶ୍ୱ ଥାଇରଏଡ ଦିବସ ପାଳନ କରାଯାଏ | ମେ ୨୫ ତାରିଖରେ ଥାଇରଏଡ ବିରୋଧରେ ସଚେତନତା ଅଭିଯାନ ମଧ୍ୟ କରାଯାଇଥାଏ | ଥାଇରଏଡ ଗଳାରେ ଥିବା ଏକ ପ୍ରକାର ଗ୍ରନ୍ଥି ଯାହାର ଆକୃତି ପ୍ରଜାପତି ଭଳି | ଏହି ଗ୍ରନ୍ଥି ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ | ଯେଉଁମାନଙ୍କର ଥାଇରଏଡ ସମସ୍ୟା ଥାଏ ସେମାନଙ୍କର ଏହି ଗ୍ରନ୍ଥି ସଠିକ ଭାବେ କାର୍ଯ୍ୟ କରିନଥାଏ | ଯେଉଁଥିପାଇଁ ଥାଇରଏଡ ହର୍ମୋନ ସୃଷ୍ଟି ହେବା ହ୍ରାସ ପାଇଥାଏ ଅଥବା ଅଧିକ ମାତ୍ରାରେ ତିଆରି ହୋଇଥାଏ | ଥାଇରଏଡ ରୋଗୀଙ୍କ ପାଇଁ ନିୟମିତ ଔଷଧ ଖାଇବା ଅନିବାର୍ଯ୍ୟ ହୋଇପଡ଼ିଥାଏ | 

{"id":275778,"width":577,"height":414,"sizeSlug":"large"}

ବର୍ତ୍ତମାନ ଥାଇରଏଡ ସମସ୍ୟା ଘରେ ଘରେ ଦେଖିବାକୁ ମିଳୁଛି | ସେଥିପାଇଁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ | ଅଧିକାଂଶ ଲୋକେ ଏହାର କାରଣ ଏବଂ ଉପଚାର ଜାଣି ନଥାନ୍ତି | ଜାଣନ୍ତୁ କିଛି ଘରୋଇ ଉପଚାର ଯାହାକୁ ଆପଣେଇ ଥାଇରଏଡ ସମସ୍ୟାରୁ ଅନେକ ମାତ୍ରାରେ ଆଶ୍ବସ୍ତି ପାଇପାରିବେ |

{"id":275781,"width":575,"height":329,"sizeSlug":"large"}

ଓଡ଼ିଆ ଘରେ ପଣସ ଅତି ପ୍ରିୟ ଖାଦ୍ୟ | ଘରେ ଘରେ କଞ୍ଚା ପଣସକୁ ପରିବା ଭାବେ ବ୍ୟବହାର କରାଯାଏ | କେବଳ ଓଡିଶା କାହିଁକି ସାରା ଭାରତରେ ଲୋକେ କଞ୍ଚା ପଣସରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି | ପଣସକୁ ଲୋକେ ମାଂସର ବିକଳ୍ପ ଭାବେ ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି | ତେବେ ପଣସ କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ | ଥାଇରଏଡ ପାଇଁ ପଣସ ବହୁତ ଲାଭଦାୟୀ ପ୍ରମାଣିତ ହୋଇଥାଏ | ଏକ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଣସରେ ଥିବା କପର ଥାଇରଏଡର ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ଏହାସହ ଏହା ହର୍ମୋନ ତିଆରି କରିବା ଏବଂ ଅବଶୋଷଣ କରିବା କାମ ମଧ୍ୟ କରିଥାଏ | ପଣସକୁ ପାଚିଲା ମଧ୍ୟ ଖାଇପାରିବେ | ପାଚିଲା ପଣସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପାଦେୟ |

{"id":275783,"width":577,"height":351,"sizeSlug":"large"}

ଡାକ୍ତରଙ୍କ କହିବାନୁଯାୟୀ, ଥାଇରଏଡ ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭଦାୟୀ | ଅଦାରେ ପୋଟାସିୟମ, ମ୍ୟାଗନେସିଏମ ରହିଛି ଯାହା ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ଏହାଛଡା ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ ତତ୍ୱ ରହିଛି ଯାହା ଥାଇରଏଡ ଲେଭଲକୁ ବଢିବାକୁ ଦେଇନଥାଏ |

{"id":275789,"width":581,"height":387,"sizeSlug":"large"}

ଡାଏଟରେ ଆୟୋଡିନ ସାମିଲ କରିବା ଦ୍ୱାରା ଥାଇରଏଡ ଫଙ୍କସନ ଠକ ଭାବେ କାମ କରିଥାଏ | ଡାଏଟରେ ବନ୍ଧାକୋବି, ଗାଜର, ସି-ଫୁଡ ଭଳି ଖାଦ୍ୟ ନିଶ୍ଚୟ ସାମିଲ କରିବା ଉଚିତ |

{"id":275787,"width":579,"height":386,"sizeSlug":"large"}

ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବ ପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଲାଉ ଜୁସ ପିଇବା ଅଭ୍ୟାସ କରନ୍ତୁ | ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ | କିନ୍ତୁ ମନେ ରଖନ୍ତୁ ଲାଉ ଜୁସ ପିଇବାର ଅଧା ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବା କିମ୍ବା ପିଇବା ବର୍ଜନୀୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.