'ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ସମୟ ସୀମା ବୃଦ୍ଧି କରାଯାଉ'- ପାକ୍ କୋଚ

Published By : Prameya-News7 Bureau | April 01, 2020 IST

ଲାହୋର, ୦୧|୦୪:  କରୋନା ଭାଇରସ କାରଣରୁ କେତେକ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଆଉ କିଛି ବାତିଲ ହୋଇଛି । ଏହା ମଧ୍ୟରେ ପାକିସ୍ତାନ ଦଳର ମୁଖ୍ୟ କୋଚ ଓ ପୂର୍ବ ଚୟନକର୍ତ୍ତା ମିସବାହ-ଉଲ-ହକ ଆଇସିସିକୁ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ସମୟ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି ।

{"id":247304,"sizeSlug":"large"}
MELBOURNE, AUSTRALIA - DECEMBER 29: Misbah-ul-Haq of Pakistan waits for play to resume on the field during day four of the Second Test match between Australia and Pakistan at Melbourne Cricket Ground on December 29, 2016 in Melbourne, Australia. (Photo by Michael Dodge/Getty Images)

ମିସବାହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତ ଦଳକୁ ଚାମ୍ପିଅନସିପରେ ସମାନ ସୁଯୋଗ ମିଳିବା ଆବଶ୍ୟକ । ମ୍ୟାଚର କାର୍ଯ୍ୟସୂଚୀ ପୁଣିଥରେ ପ୍ରସ୍ତୁତ କରିବା ପାଇଁ ପଡିବ । ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ, ସମସ୍ତ ଦଳକୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଖେଳିବା ପାଇଁ ସମାନ ସୁଯୋଗ ଦିଆଯିବା ଉଚିତ । ଏହି ଟୁର୍ଣ୍ଣାମେଣ୍ଟକୁ ୨୦୨୧ ଯାଏଁ ବୃଦ୍ଧି କରିବା ପାଇଁ ଆଇସିସି ବିଚାର କରୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.