ବିଶ୍ୱ ଟେଷ୍ଚ ଚାମ୍ପିଅନସିପ୍ : ନିୟମ ବଦଳାଇଲା ଆଇସିସି, ଟପ୍‌ରେ ଅଷ୍ଟ୍ରେଲିଆ, ଦ୍ୱିତୀୟରେ ଭାରତ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ, ୨୦|୧୧:  ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ୍ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଉପରେ ଏକ ବଡ ନିଷ୍ପତ୍ତି ନେଇଛି । କୋଭିଡ-୧୯ ମହାମାରୀ କାରଣରୁ ଆଇସିସି ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରିଛି । ଆଇସିସି ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଥିବା କ୍ରିକେଟ ସମିତିର ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛି ।

ଏବେ ବିଶ୍ୱ କ୍ରିକେଟ ରାଙ୍କିଂ ନିଷ୍ପତ୍ତି ପଏଣ୍ଟର ପ୍ରତିଶତ ଆଧାରରେ ନିଆଯିବ । ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆ ଟିମ୍ ଶୀର୍ଷରେ ପହଁଚି ଯାଇଛି । ଭାରତୀୟ ଦଳ ଏହି ନିଷ୍ପତ୍ତି ପରେ କ୍ଷତି ସହିଛି । ଦଳ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।

ଆଇସିସି ତରଫରୁ ଜାରି ରାଙ୍କିଂ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ୮୨.୨ ରହିଥିବା ବେଳେ ଭାରତର ହେଉଛି ୭୫ ।

wp:html /wp:html

କ୍ରିକେଟ କାଉନସିଲ୍ ମ୍ୟାଚରେ ମିଳିଥିବା ବିଜୟକୁ ଆଧାର କରି ପଏଣ୍ଟ ପ୍ରତିଶତ ବାହାର କରିଥାଏ । ଯେଉଁ ସିରିଜ ମହାମାରୀ ପାଇଁ ଖେଳାଯାଇ ନାହିଁ ତାହାକୁ ଡ୍ର ଭାବେ ଗ୍ରହଣ କରାଯାଇଛି । ଏହି ନିୟମ ଅଷ୍ଟ୍ରେଲିଆକୁ ଫାଇଦା ଦେଇଛି । ନୂଆ ନିୟମ ପୂର୍ବରୁ ବାତିଲ ସିରିଜ ଆଧାରରେ ଭାରତୀୟ ଦଳ ପାଖରେ ୪ଟି ସିରିଜରେ ୩୬୦ ଅଙ୍କ ଥିଲା । ତେଣୁ ଦଳ ରାଙ୍କ୍ ୧ରେ ରହିଥିଲା । ନୂଆ ନିୟମ ପରେ ଦଳ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ସେହିପରି ଅଷ୍ଟ୍ରେଲିଆ ତିନୋଟି ସିରିଜରେ ୨୯୬ ଅଙ୍କ ପାଇଥିଲା । କିନ୍ତୁ ପଏଣ୍ଟ ପ୍ରତିଶତ ଆଧାରରେ ଦଳ ପ୍ରଥମ ସ୍ଥାନକୁ ଆସିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.