କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରି ଛାଇଗଲେ ଦୀନେଶ, କାର୍ତ୍ତିକଙ୍କ ଷ୍ଟନିଂ ଲୁକରେ ଫିଦା ପ୍ରଶଂସକ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୬ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ସହ ଭାରତର କିମ୍ବଦନ୍ତୀ କ୍ରିକେଟର ଦୀନେଶ କାର୍ତ୍ତିକ କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରିଛନ୍ତି । ସେ କମେଣ୍ଟ୍ରି ବକ୍ସରେ ପ୍ରବେଶ କରିବା ମାତ୍ରେ ହିଁ ଦୀନେଶ କାର୍ତ୍ତିକ ପୂରା ଛାଇଯାଇଥିଲେ । ଦର୍ଶକଙ୍କୁ ଯୋଗାଇଥିଲେ ଜୋରଦାର ମନୋରଞ୍ଜନର ଖୁରାକ୍ ।

କେବଳ ସେତିକି ନୁହେଁ ଦୀନେଶ କାର୍ତ୍ତିକ ସୁଯୋଗ ପାଇ ମାଇକେଲ ଭନଙ୍କ ଭଳି ଖେଳାଳିଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡି ନଥିଲେ । କାର୍ତ୍ତିକଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ମଧ୍ୟ WTC ଫାଇନାଲ ପାଇଁ ମନ୍ତବ୍ୟ ପ୍ୟାନେଲର ଏକ ଅଂଶ ଅଟନ୍ତି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ହୁସେନ୍‌ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ରୋହିତ ସର୍ଟ ବଲରେ ଭଲ ଖେଳନ୍ତି ।

ସ୍ପିନ୍ ବିପକ୍ଷରେ ତାଙ୍କ ଗୋଡକୁ ସେ ଭଲ ବ୍ୟବହାର କରିଥାନ୍ତି । କାର୍ତ୍ତିକ ହୁସେନଙ୍କ ଏହି ମନ୍ତବ୍ୟକୁ ଟାର୍ଗେଟ କରିଥିଲେ । ଏହାର ଉତ୍ତରରେ କାର୍ତ୍ତିକ ନାସିରଙ୍କୁ କହିଥିଲେ, ହଁ, ତୁମର ବିପରୀତ । କାର୍ତ୍ତିକଙ୍କ ଏହି ଉତ୍ତରରେ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି । ଜଣେ ପ୍ରଶଂସକ ଟ୍ୱିଟରରେ ଲେଖିଛନ୍ତି, "କାର୍ତ୍ତିକ ମନ୍ତବ୍ୟର ସ୍ତରକୁ ଉଚ୍ଚରେ ରଖିଛନ୍ତି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସିଧା ସଳଖ ପ୍ରତିଟି ପଏଣ୍ଟକୁ ଜଣାଉଛନ୍ତି ।

ତେବେ ଦୀନେଶ କାର୍ତ୍ତିକ ଏପର୍ଯ୍ୟନ୍ତ କ୍ରିକେଟରୁ ସନ୍ୟାସ ନେଇନାହାଁନ୍ତି । ଦୀନେଶ କାର୍ତ୍ତିକ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ । ସେପ୍ଟେମ୍ବରରେ ସେ ମାଇକ୍ ବଦଳରେ ବ୍ୟାଟ୍ ଧରି ପଡିଆରେ ବ୍ୟାଟିଂ ଚମତ୍କାର କରୁଥିବା ଦେଖିବାକୁ ମିଳିବ । ତେବେ ଦୀନେଶ କାର୍ତ୍ତିକ ନିକଟରେ ତାଙ୍କର ହୃଦୟର କଥା ପ୍ରକାଶ କରିଥିଲେ । କାର୍ତ୍ତିକ କହିଥିଲେ ଯେ ୨୦୧୯ ଏକଦିବସୀୟ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ହେତୁ ଟିମ୍ ଇଣ୍ଡିଆକୁ ଫେରିବା ସମ୍ଭାବନା ନାହିଁ କହିଲେ ଠିକ୍ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.