ବ୍ରାଜିଲ ୧୩।୪: ଯୀଶୁଙ୍କର ସର୍ବ ବୃହତ ପ୍ରତିମୂର୍ତ୍ତି ବ୍ରାଜିଲରେ ନିର୍ମାଣ କରାଯାଉଛି । ରିଓ ଗ୍ରାଣ୍ଡେ ଡୋ ସୁଲ୍ ରାଜ୍ୟର ଏନକାଣ୍ଟାଡୋରେ ୨୦୧୯ରେ ଆରମ୍ଭ ହୋଇଥିବା ଏହି ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୪୧ ଫୁଟ (ପ୍ରାୟ ୪୩ ମିଟର) । ଥରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହେବା ପରେ ଏହା ରିଓ ଡି ଜେନେରିଓର ରିଓ ଡି ଜେନେରିଓ ଖ୍ରୀଷ୍ଟଙ୍କ ମୁକ୍ତିଦାତା ଷ୍ଟାଚ୍ୟୁକୁ ପଛରେ ପକାଇବ ଯାହାର ଉଚ୍ଚତା ୩୮ ମିଟର ଅଟେ ।
ପ୍ରତିମୂର୍ତ୍ତିର ଗୋଟିଏ ହାତରୁ ଅନ୍ୟ ହାତର ଲମ୍ବ ପ୍ରାୟ ୧୧୮ ଫୁଟ । ପ୍ରତିମୂର୍ତ୍ତିର ମଝିରେ ଏକ ଗ୍ଲାସ୍ ଝରକା ଦିଆଯିବ ଯେଉଁବାଟ ଦେଇ ବାହାର ଦୃଶ୍ୟ ଦେଖିହେବ । ଏଥିରେ ଏକ ଷ୍ଟିଲ୍ ଫ୍ରେମ୍ ବ୍ୟବହାର କରାଯାଉଛି ଯେଉଁଥିରେ ୧୭,୬୦୦ ଘନଫୁଟରୁ ଅଧିକ କଙ୍କ୍ରିଟ୍ ମଧ୍ୟ ବ୍ୟବହାର କରାଯିବ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୂର୍ତ୍ତିର ମୁଣ୍ଡର ଓଜନ ପ୍ରାୟ ୪୦ ଜଣଙ୍କର ଓଜନ ହେବ । ଯାହାକୁ ତିଆରି କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ। ଏହି ପ୍ରତିମୂର୍ତ୍ତିକୁ ସ୍ଥାନୀୟ ପୁରୋହିତ ଡିଜାଇନ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ ହେବ। ଏହି ସପ୍ତାହରେ ପ୍ରତିମୂର୍ତ୍ତିରେ ମୁଣ୍ଡ ଏବଂ ଉଭୟ ବାହୁ ଯୋଗ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ ଏକ ଲିଫ୍ଟ ମଧ୍ୟ ସ୍ଥାପନ କରାଯିବ। ଏହାସହ ମୂର୍ତ୍ତିର ଶୀର୍ଷରେ ଏକ ପର୍ଯ୍ୟବେକ୍ଷଣ ଡେକ୍ ରହିବ ।