ଟି-୨୦ ମହିଳା ବିଶ୍ବକପରୁ ବିଦା ହେଲା ଭାରତ ; ସେମିଫାଇନାଲରେ ଭାରତକୁ ହରାଇଲା ଇଂଲଣ୍ଡ
Published By : Prameya-News7 Bureau | November 23, 2018 IST
ଟି-୨୦ ମହିଳା ବିଶ୍ବକପରୁ ଭାରତ ବିଦା । ସେମିଫାଇନାଲରେ ଭାରତକୁ ହରାଇଛି ଇଂଲଣ୍ଡ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯.୩ ଓଭରରେ ୧୧୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ୧୭.୧ ଓଭରରେ ଇଂଲଣ୍ଡ ୧୧୬ରନ୍ କରି ବିଜୟ ହାସଲ କରି ନେଇଥିଲା । ଆମି ଜୋନ୍ସଙ୍କ ୫୩ ରନ୍ ଏବଂ ନାଟାଲି ସ୍କିଭରଙ୍କ ଦମଦାର ୫୨ ରନ୍ ବଳରେ ଇଂଲଣ୍ଡ ୧୭ବଲ୍ ଆଗରୁ ଏବଂ ହାତରେ ୮ୱିକେଟ ଥାଇ ସହଜ ବିଜୟ ପାଇଛି । ଆମି ଜୋନ୍ସଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । ଭାରତୀୟ ଦଳରେ ମିତାଲି ରାଜ୍ ଙ୍କୁ ସାମିଲ ନକରିବା ନିଷ୍ପତ୍ତି ମହଙ୍ଗା ପଡିଥିବା କୁହାଯାଉଛି । ଭାରତୀୟ ନିମ୍ନ କ୍ରମ ଇଂଲଣ୍ଡର ସ୍ପିନରେ ଘାଇଲା ହୋଇ ଯାଇଥିଲା । ଏସ୍ ମାନ୍ଧାନା ସର୍ବାଧିକ ୩୪ରନ୍ କରିବାକୁ ସକ୍ଷମ ହୋଇଥିଲେ । ତେବେ ବଲ୍ , ବ୍ୟାଟ୍ ଏବଂ ଫିଲଡିଂ ସବୁ କ୍ଷେତ୍ରରେ ଇଂଲଣ୍ଡ ବେଶ ଭଲ ପ୍ରଦର୍ଶନ ଦେଖାଇଛି । ଇଂଲଣ୍ଡରୁ ଦୁଇ ଓପନର୍ ଶୀଘ୍ର ପାଭିଲିଆନ୍ ଫେରି ଯାଇଥିଲେ । କିନ୍ତୁ ଏହାପରେ ଆମି-ନାଟାଲି ଯୋଡି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ ।