Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜିଲ୍ଲା କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବିଶ୍ବ ମୃତ୍ତିକା ଦିବସ ପାଳନ

5/12/2021 at 6:57 PM

କୋରାପୁଟ ୦୫/୧୨ : ମାଟିର ଯତ୍ନ ଓ ସୁରକ୍ଷା କରି ଉତ୍ପାଦନ ବୃଦ୍ଧି କରିବାକୁ ହେବ। ମାଟିକୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଜୈବିକ ଉପାୟ ଅବଲମ୍ବନ କରି ଗୋବର କମ୍ପୋଷ୍ଟ ସଠିକ ପ୍ରୟୋଗ କରିବା ଉଚିତ। ଅନୁମୋଦିତ ରାସାୟନିକ ସାର ପ୍ରୟୋଗ ପାଇଁ ଅତି ଯତ୍ନବାନ ହେବାକୁ କୃଷି ବିଶେଷଜ୍ଞ ମାନେ ଗୁରୁତ୍ବାରୋପ କରିଛନ୍ତି। ମୃତ୍ତିକା ବିନା ଜୀବନ ବଂଚିବା କଷ୍ଟକର। ମନୁଷ୍ୟ ବ୍ୟବହାର ପାଇଁ ଖାଦ୍ୟ ସୁରକ୍ଷା, ଇକୋସିଷ୍ଟମ ପାଇଁ ମୃତ୍ତିକାର ଗୁରୁତ୍ବପୂର୍ଣ ଅବଦାନ ରହିଛି । ଏଥିପାଇଁ ମୃତ୍ତିକା ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଉଛି। ଦକ୍ଷତା ବୃଦ୍ଧି ବିକାଶ କେନ୍ଦ୍ର ଠାରେ ଆୟୋଜିତ ବିଶ୍ବ ମୃତ୍ତିକା ଦିବସ ପାଳନ ବୈଠକରେ ମୃତ୍ତିକା ବିଶେଷଜ୍ଞ ମାନେ ଯୋଗଦେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଥିଲେ। ଅଧିକ ରୋଜଗାର ଆଶାରେ ଉତ୍ପାଦନ ବଢାଇବା ଲାଗି ଅତ୍ୟଧିକ ରସାୟନିକ ସାର ବ୍ୟବହାର ନକରି ମୃତ୍ତିକାରେ ଗୁଣାତ୍ମକ ମାନ ବଢାଇବାକୁ ହେବ। ଏଣୁ ମାଟିର ଯତ୍ନ କିପରି କରାଯାଇପାରିବ ସେ ସମ୍ପର୍କରେ ବିଶେଷଜ୍ଞ ମାନେ ଚାଷୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମୃତ୍ତିକାରେ ଗୁଣବତ୍ତା ବୃଦ୍ଧିକରିବା ଜରୁରୀ ଆବଶ୍ୟକତା ରହିଛି । ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ। ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ। ମାଟି ରହିଲେ ହିଁ ଇକୋଷିଷ୍ଟମରେ ସମନ୍ବୟ ସମ୍ଭବ। ମୃତ୍ତିକା ସଂରକ୍ଷଣ ହୋଇପାରିଲେ ଆମେ ସୁସ୍ଥ ରହିବା ବୋଲି ବିଶେଷଜ୍ଞ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୪ଟି ବ୍ଳକର ଚାଷୀଙ୍କ ସହ ମୃତ୍ତିକା ସଂରକ୍ଷଣ କର୍ମୀ, କୃଷି ବିଭାଗ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯୋଗଦେଇଥିଲେ ।

   Related Posts