ଦୁନିଆର ସବୁଠାରୁ ଛୋଟ ଶିଶୁ : ଯାହାର ଓଜନ ମାତ୍ର ୨୬୮ ଗ୍ରାମ

Published By : Prameya-News7 Bureau | March 10, 2019 IST

ଟୋକିୟୋ ୧୦/୩ : ଦୁନିଆ ବହୁତ ଅଜବ ଜବ ଶିଶୁ ଅଛନ୍ତି | କିଛି କିଛି ସମସ୍ୟା ଯୋଗୁଁ ବେଳେବେଳେ ଅସାମାନ୍ୟ ଶିଶୁ ଜନ୍ମ ହୋଇଥାନ୍ତି | ଏମିତି ଏକ ଶିଶୁ ଜନ୍ମ ହୋଇଛି ଜାପାନର ରାଜଧାନୀ ଟୋକିୟୋରେ | ଟୋକିୟୋରେ ଦୁନିଆର ସବୁଠାରୁ ଛୋଟ ଶିଶୁ ଜନ୍ମ ହୋଇଛି | ଏହି ଶିଶୁର ଆକାର ଗୋଟିଏ ପିଆଜ ଆକାରର, ଯାହାକୁ ଜଣେ ନିଜ ପାପୁଲିରେ ଧରି ପାରିବେ |

{"id":92215}


ସୂଚନାଯୋଗ୍ୟ ଯେ, ଟୋକିୟୋ କିୟୋ ୟୁନିଭର୍ସିଟିର ହସ୍ପିଟାଲରେ ଜନ୍ମ ନେଇଥିବା ଏକ ଶିଶୁର ଓଜନ ଜନ୍ମ ବେଳେ ୨୬୮ ଗ୍ରାମ ଥିଲା | ଏହି ଶିଶୁଟି କେବଳ ୨୪ ସପ୍ତାହରେ ଜନ୍ମ ହୋଇଥିଲା | ଶିଶୁଟି ପରିମେଚ୍ୟୁର ଶିଶୁ ଭାବେ ଜନ୍ମ ହୋଇଥିଲା | ଶିଶୁଟି ଗର୍ଭରେ ଥିବାବେଳେ ଶିଶୁର ବୃଦ୍ଧି ହୋଇନଥିଲା | ଯେଉଁଥିପାଇଁ ଶିଶୁ ମାତ୍ର ୨୪ ସପ୍ତାହରେ ଜନ୍ମ ହୋଇଥିଲା |

{"id":92214}


ଡାକ୍ତରଙ୍କ କହିବାନୁଯାୟୀ, ଶିଶୁର ବୃଦ୍ଧି ନହେବା ଯୋଗୁଁ ଶିଶୁର ଜୀବନ ପ୍ରତି ବିପଦ ରହିଥିଲା | ଯେଉଁଥିପାଇଁ ନିର୍ଧାରିତ ସମୟ ପୂର୍ବରୁ ଅପରେସନ କରି ଶିଶୁକୁ ଜନ୍ମ କରାଯାଇଥିଲା |


Japan Times ରିପୋର୍ଟ ଅନୁଯାୟୀ, ଡାକ୍ତର ଶିଶୁର ନିଶ୍ୱାସ ପ୍ରଶ୍ଵାସ ଏବଂ ପୃଷ୍ଟି ପ୍ରତି ଧ୍ୟାନ ରଖି ଶିଶୁକୁ ୫ ମାସ ପର୍ଯ୍ୟନ୍ତ ହସ୍ପିଟାଲର ଇଣ୍ଟେନସିଭ କେୟାର ନର୍ସରୀରେ ରଖି ତାର ଚିକିତ୍ସା କରିବା ପାଇଁ କହିଛନ୍ତି | ଚିକିତ୍ସା ପରେ ଶିଶୁର ଓଜନ ବଢି ୩.୩୨ କିଲୋଗ୍ରାମ ହେବାପରେ ଶିଶୁଟିକୁ ଡିସଚାର୍ଜ କରି ଦିଆଯାଇଛି | ଶିଶୁଟି ଏବେ ସମ୍ପୂର୍ଣ ସୁସ୍ଥ ଅଛି |

{"id":92216}


ଲୋଭା ୟୁନିଭର୍ସିଟିର ସବୁଠାରୁ ଛୋଟ ଶିଶୁ ଅନୁସାରେ, ୨୦୦୯ ମସିହାରେ ଜର୍ମାନୀରେ ଦୁନିଆର ସବୁଠାରୁ ଛୋଟ ଶିଶୁ ଜନ୍ମ ହୋଇଥିଲା | ସେହି ଶିଶୁର ଓଜନ ଥିଲା ୨୭୪ ଗ୍ରାମ | ଏବେ ଜାପାନରେ ୨୬୮ ଗ୍ରାମ ଓଜନର ଶିଶୁ ଜନ୍ମ ହୋଇ ରେକର୍ଡ ସୃଷ୍ଟି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.