Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସୋଆ ପକ୍ଷରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

24/05/2020 at 9:49 PM

ଭୁବନେଶ୍ୱର, ୨୪|୦୫: ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା )ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଓଡିଶା ଶାଖାର ସଭାପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ସୁରଜିତ ସାହୁ ଯୋଗ ଦେଇ ମାନସିକ ରୋଗୀ ମାନଙ୍କର କିଭଳି ଯତ୍ନ ନିଆଯାଇ ପାରିବ ସେ ନେଇ ସୂଚନା ଦେଇଥିଲେ ।

ଯାଆଁଳା ସ୍ଥିତ ମଦର ଟେରେସା ମିଶନାରୀ ଅଫ ଚାରିଟି ଅନୁଷ୍ଠାନରେ  ସାମାଜିକ ଦୂରତା ରକ୍ଷା କରାଯାଇ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ତରଫରୁ ଟ୍ରଷ୍ଟରେ ଥିବା ୩୦୦ରୁ ଉର୍ଧ୍ଵ ଅନ୍ତେବାସୀ  ତଥା ମାନସିକ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ପ୍ରତିମାସ ଏହି ଟ୍ରଷ୍ଟକୁ ଆସି ମାନସିକ ରୋଗୀ ମାନଙ୍କର ସ୍ବେଛାକୃତ ଭାବେ ଚିକିତ୍ସା କରୁଥିବା ସମ୍  ହସ୍ପିଟାଲର ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ନିଜର ବକ୍ତବ୍ୟ  ପ୍ରଦାନ କରିବା ସହ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଆଇଏମଏସ ଏବଂ ସମ ହସ୍ପିଟାଲ ପରିସରରେ ମଧ୍ୟ  ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଅଡିସନାଲ ଡିନ୍ ପ୍ରଫେସର ଅଜୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗର ସଚେତନତା ଓ ନିରାକରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଚଳିତ ବର୍ଷର ସିଜୋଫ୍ରେନିଆ ଦିବସର ପ୍ରସଙ୍ଗ ରହିଛି ‘ଡୁ ହ୍ବାଟ ୟୁ କାନ ଡୁ ‘ । ଏହି ମାନସିକ ରୋଗକୁ କଳଙ୍କ ନଭାବି କିଭଳି ଏହି ରୋଗୀମାନଙ୍କର ଯତ୍ନ ନିଆଯାଇପାରିବ ଏବଂ ଏହି ରୋଗୀମାନେ ଯେଭଳି ଗୁଣିଆମାନଙ୍କ ହାବୁଡ଼ରେ ନପଡ଼ି ଡାକ୍ତରଙ୍କ ଠାରୁ ଉପଯୁକ୍ତ ଚିକିତ୍ସା ପାଇପାରିବେ ସେ ଦିଗରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମ ରେ ବିଭାଗ ମୁଖ୍ୟ ଡାକ୍ତର ସୁରଜିତ ସାହୁ, ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ଡାକ୍ତର ଜିତେନ୍ଦ୍ରିୟ ବିଶ୍ୱାଳ, ଡାକ୍ତର ରାଜେଶ ମହାନ୍ତି,ଡାକ୍ତର  ସ୍ନେହଂଶୁ ଦେ, ଡାକ୍ତର ଅମୀୟ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଭାଗର ପିଜି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ମୂଳକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଶେଷରେ ଡାକ୍ତର ସୋମ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts