Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିଶ୍ବ ମିତବ୍ୟୟିତା ଦିବସ ପାଳିତ, ସଚେତନତା ପାଇଁ ଆରମ୍ଭ ହେଲା ସଞ୍ଚୟ ରଥ

30/10/2021 at 6:17 PM

ପୁରୀ, ୩୦/୧୦: ପୁରୀ ଜିଲ୍ଲାରେ ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ସଞ୍ଚୟ ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ । ସରକାରୀ ଓ ପଞ୍ଜିକୃତ ସଂସ୍ଥା ମାଧ୍ୟମରେ ଅର୍ଥଲଗାଣ କରିବା, କମ ସମୟ ମଧ୍ୟରେ ଅଧିକ ଅର୍ଥ ପାଇବା ପାଇଁ କୌଣସି ଅଣ ପଞ୍ଜିକୃତ ସଂସ୍ଥା ପକ୍ଷରୁ ଆକର୍ଷଣମୂଳକ ଘୋଷଣା ଠାରୁ ନିଜକୁ ଦୂରେଇ ରଖିବା ସଂପର୍କରେ ଏହି ରଥ ସଚେତନତା ସୃଷ୍ଟି କରିବ ।

ଏଥିସହ ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପାକ୍ଷିକ ପାଳନ କରାଯିବ । ଚଳିତ ବର୍ଷର ବିଷୟବସ୍ତୁ “ସ୍ବଳ୍ପ ସଞ୍ଜୟର ବ୍ୟବହାର ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ” ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠ‍ାନରେ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ହେବ ।  ଏହି ଅବସରରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts