ଆଜି ବିଶ୍ବ ପୋଲିଓ ଦିବସ ; ଜନ୍ ସାଲ୍କଙ୍କ ଜନ୍ମଦିନ ଅବସରରେ ପାଳନ ହେଉଛି
Published By : Prameya-News7 Bureau | October 24, 2018 IST
ଭୁବନେଶ୍ବର ୨୪|୧୦: ଆଜି ବିଶ୍ବ ପୋଲିଓ ଦିବସ । ଆନ୍ତର୍ଜାତୀୟ ରୋଟାରୀ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ବିଶ୍ବ ପୋଲିଓ ଦିବସ ପାଳନ କରାଯାଉଛି । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକସନ ଇନିସିଏଟିଭ ବା ଜିପିଇଆଇ ଗଠନ ହୋଇଥିଲା । ଏଥିରେ ରୋଟାରୀ, ଡବ୍ଲୁଏଚଓ, ୟୁନିସେଫ୍ ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ବକୁ ପୋଲିଓ ମୁକ୍ତ ଅଭିଯାନ ଆରମ୍ଭ କରିଥିଲେ । ଭାରତରେ ପୋଲିଓ ପ୍ରତିକାର ପାଇଁ ବିଭିନ୍ନ ସଚେତନେତା କାର୍ଯ୍ୟକମ କରାଯାଉଛି । ସବୁ ପିଲାଙ୍କୁ ପୋଲିଓ ବୁନ୍ଦା ଓ ଟିକା ଦେବାପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା ଫଳରେ ବିଗତ ୬ ହେବ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଭାରତ ବିଶ୍ବର ପରିଗଣିତ ହୋଇଛି । ପୋଲିଓ ଦିବସ ନେଇ ବିଭିନ୍ନ ସ୍ଥାନରେ ସଚେତନେତା କାର୍ଯ୍ୟକ୍ରମ କରାଯାଉଛି ।