Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ ହସ୍ପିଟାଲ ପରିସରରେ ଓ୍ବାଲର୍ଡ ଫିଜିଓଥେରାପି ଡେ ପାଳିତ

8/09/2018 at 5:57 PM

ଭୁବନେଶ୍ୱର ୮/୯ : ଅାଜି ଓ୍ବାଲର୍ଡ ଫିଜିଓଥେରାପି ଡେ । ସମ ହସ୍ପିଟାଲ ଫକ୍ଷରୁ ପାଳିତ ହୋଇଯାଇଛି ଓ୍ବାଲର୍ଡ ଫିଜିଓଥେରାପି ଡେ । ଏହି ଅବସରରେ ହସ୍ପିଟାଲରେ ପରିସରରେ ଏକ ସ୍ବତନ୍ତ୍ର କର୍ମଶାଳା ଅାୟୋଜିତ ହୋଇଥିଲା । ଅନ୍ୟପଟେ ସମ ହସ୍ପିଟାଲ ପକ୍ଷରୁ ମଧ୍ୟ ଖୁବ କମ ଖର୍ଚରେ ଏହି ଫିଜିଓଥେରାପି ସୁବିଧା ଯୋଗାଇ ଦିଅାଯାଉଛି ।
ସ୍ବାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ବର୍ତ୍ତମାନ ସମୟରେ ଫିଜିଓଥେରାପିର କେତେ ପ୍ରାସଙ୍ଗିକତା ରହିଛି ସେ ନେଇ କର୍ମଶାଳାରେ ବିଶଦଭାବେ ଅାଲୋଚନା ହୋଇଥିଲା । ଫିଜିଓଥେରାପି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ଲାଭ କରିଥିବା ଡ.ବି.କେ.ଚନ୍ଦ୍ର ଶେଖର କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗେ ଦେଇଥିଲେ । ସମ ହସ୍ପିଟାଲ‌େର ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ । ଫିଜିଓଥେରାପି ଦ୍ୱାରା ବିଭିନ୍ନ ରୋଗ କିଭଳି ଭଲ କରାଯାଇ ପାରିବ ସେ ନେଇ ଛାତ୍ରଛାତ୍ରୀ ଡ.ବି.କେ.ଚନ୍ଦ୍ର ଶେଖର ସିଧାସଳଖ ଅାଲୋଚନା କରିଥିଲେ ।
ଅନ୍ୟପଟେ ଓ୍ବାଲର୍ଡ ଫିଜିଓଥେରାପି ଡେ କୁ ନେଇ ସମ ହସ୍ପିଟାଲ ପିଜିଓଥେରାପି ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ହସ୍ପିଟାଲରେ ଖୁବ କମ ଖର୍ଚ୍ଚରେ ଏହି ଫିଜିଓଥେରାପି ସୁବିଧା ଯୋଗାଇ ଦିଅାଯାଉଛି । ଯାହାର ସୁବିଧା ଲୋକ ପାଇପାରିବେ ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି ।
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମ ହସ୍ପିଟାଲ ଖୁବ କମ ଖର୍ଚ୍ଚରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇ ଅାସୁଛି । ଏବେ ପିଜିଓଥେରାପି ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗ କିଭଳି ଭଲ ହେବ ତାର ମଧ୍ୟ ସେବା ଅାରମ୍ଭ ହୋଇଛି ।

   Related Posts