World Ocean Day : ସିଫୁଡରେ ରହିଛି ଅନେକ ପୋଷାକ ତତ୍ୱ : ବୟସର ପ୍ରଭାବ କମ୍ କରିବାରେ ଲାଭଦାୟୀ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଜୁନ ୮ ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଇଥାଏ | ଆଜିର ଦିନରେ ସମୁଦ୍ର ସଫେଇ ପାଇଁ ଲୋକଙ୍କୁ ସଚେତନ କରାଯାଇଥାଏ | ସମୁଦ୍ରତଟରେ ଜମିଥିବା ଅଳିଆ ଆବର୍ଜନା ସଫା କରାଯାଏ | ସମୁଦ୍ର ଆମକୁ ବହୁତ କିଛି ଦେଇଥାଏ | ସିଫୁଡ, ମୁଙ୍ଗା, ଅକ୍ସିଜେନ, ଭୋଜନ, ବାୟୁ ଇତ୍ୟାଦି ଆମକୁ ସମୁଦ୍ର ଦେଇଥାଏ | ଜଳବାୟୁକୁ ମଧ୍ୟ ବାଲାନ୍ସ କରିଥାଏ | ସମୁଦ୍ରରୁ ମିଳୁଥିବା ସିଫୁଡରେ ଭରପୁର ମାତ୍ରାରେ ପୋଷାକ ତତ୍ୱ ରହିଥାଏ | ସିଫୁଡ ବୃଦ୍ଧି ପାଉଥିବା ବୟସକୁ ମଧ୍ୟ କମ କରିଥାଏ |

{"id":283036,"width":580,"height":309,"sizeSlug":"large"}

ସମୁଦ୍ରରୁ ମିଳୁଥିବା ଖାଦ୍ୟ ପଦାର୍ଥ, ଯେପରିକି ମାଛ, କଙ୍କଡା ଆଦିକୁ ସିଫୁଡ କୁହାଯାଇଥାଏ | ଚିଙ୍ଗୁଡ଼ି, କଙ୍କଡା, ବିଭିନ୍ନ ପ୍ରକାର ମାଛ, ଓଏଷ୍ଟର ଆଦି ସିଫୁଡ | ଏହିସବୁ ଖାଦ୍ୟ ମାଂସାହାରୀ |

{"id":283039,"sizeSlug":"large"}

ସିଫୁଡରେ ଅନେକ ପୋଷାକ ତତ୍ୱ ରହିଛି ଯାହା ସୁନ୍ଦର ଓ ସୁସ୍ଥ ଶରୀର ପାଇଁ ଆବଶ୍ୟକ ହୋଇଥାଏ | ଏହିସବୁ ପୋଷାକ ତତ୍ୱ ଅନ୍ୟ ଖାଦ୍ୟ ପଦାର୍ଥରେ ନଥାଏ | ସିଫୁଡରେ ସେଲେନିୟମ ଓ ଭିଟାମିନ -ଇ ପ୍ରଚୁର ପରିମାଣରେ ଉପଲବ୍ଧ | ତାଛଡା ସମୁଦ୍ରରୁ ମିଳୁଥିବା ଖାଦ୍ୟ ପଦାର୍ଥରେ ଉଚିତ ମାତ୍ରାରେ ପ୍ରୋଟିନ ମଧ୍ୟ ଥାଏ | ଏହିସବୁ ଖାଦ୍ୟ ପଦାର୍ଥରେ ଭିଟାମିନ-ଏ, ବି କମ୍ପ୍ଲେକ୍ସ, ଭିଟାମିନ-ଡି, ସେଲେନିୟମ, ଜିଙ୍କ, ଆୟୋଡିନ ଓ ଅଯରଣ ଭରପୁର ପରିମାଣରେ ଥାଏ | ଶରୀରରେ ବୟସ ପ୍ରଭାବ ରୋକିବା ପାଇଁ ଓମେଗା-୩ ଫେଟି ଏସିଡ ବହୁତ ଲଭଦାୟୀ ପ୍ରମାଣିତ ହୋଇଥାଏ | ମାଛରେ ପ୍ରଚୁର ପରିମାଣର ଓମେଗା-୩ ଫେଟି ଏସିଡ ଉପଲବ୍ଧ ଥାଏ |

{"id":283037,"sizeSlug":"large"}

ହେଲ୍ଥଲାଇନ ଅନୁଯାୟୀ, ଟୁନା ମାଛ, ଆର୍କଟିକ ଚାର ମାଛ, କାର୍ଡ, ଆଲାସ୍କା ସାଲମନ, ସର୍ଦିନେସ ଆଦି ମାଛ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର | କାର୍ଡ ମାଛରେ ଫସଫରସ, ନିୟାସିନ, ଭିଟାମିନ-B 12 ପ୍ରଚୁର ପରିମାଣରେ ଥାଏ | ଆଲାସ୍କା ସାଲମନରେ ଓ଼ମେଗା-୩ ଫେଟି ଏସିଡ ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ତ୍ୱଚା ପାଇଁ ଅତ୍ୟନ୍ତ ଲଭଦାୟୀ ଏବଂ ଏହା ତ୍ୱଚାରେ ବୟସର ପ୍ରଭାବ କମ କରିବାରେ ସାହାଯ୍ୟ କରିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.