କରୋନା ଆତଙ୍କ ମଧ୍ୟରେ ଏହି ଦେଶରେ ୫୦ % ବ୍ୟକ୍ତି ଛାଡିଛନ୍ତି ଧୂମପାନ

Published By : Prameya-News7 Bureau | May 31, 2020 IST

ଜେରୁଜେଲମ, ୩୧|୦୫:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହା ମଧ୍ୟରେ ଇସ୍ରାଏଲର ନାଗରିକ କିନ୍ତୁ ଧୂମପାନ ଛାଡିଦେଇଛନ୍ତି । ଏନେଇ ଇସ୍ରାଏଲ୍ କ୍ୟାନସର୍ ଆସୋସିଏସନର ରିପୋର୍ଟରେ ପ୍ରକାଶ ପାଇଛି ।

ରବିବାର ଦିନ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଧୂମପାନ କରୁଥିବା ୧୮ରୁ ୨୪ ବର୍ଷ ବୟସର ପ୍ରାୟ ୫୧ ପ୍ରତିଶତ ଯୁବପୀଢି ଧୂମପାନ ଛାଡି ଦେଇଛନ୍ତି । ମୋଟ ଉପରେ ୪୯.୨ ପ୍ରତିଶତ ଏହି ସମୟ ମଧ୍ୟରେ ଧୂମପାନ ଛାଡି ଦେଇଛନ୍ତି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୩୧ ପ୍ରତିଶତ ଆରବ ଇସ୍ରାଏଲୀଙ୍କ ପରିବାରର କେହି ଜଣେ କରୋନା ଭାଇରସ ସମୟରେ ଧୂମପାନ କରିବା ଆରମ୍ଭ କରିଦେଇଥିଲେ । କେବଳ ୮ ପ୍ରତିଶତ ଜେଓ୍ୱିସ୍ ଏହି ସମୟରେ ଧୂମପାନ ଆରମ୍ଭ କରିଦେଇଥିଲେ ।

ତେବେ ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ତମାଖୁ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତେବେ ଆଇସିଏର କହିବାନୁସାରେ ଇସ୍ରାଏଲରେ ବର୍ଷକୁ ପ୍ରାୟ ୮୦ ହଜାର ଜଣ ଧୂମପାନ ଦ୍ୱାରା ପ୍ରାଣ ହରାଇଥାନ୍ତି । ସେମାନେ ଫୁସଫୁସ୍ କ୍ୟାନସର୍, ଗଳା କର୍କଟ ଆଦି ରୋଗରେ ଜୀବନ ହାରିଥାନ୍ତି ।

ଆଇସିଏର ଅଧିକାରୀ ମାରୀ ଜୀଭ୍ କହିଛନ୍ତି ଯେ, ଇସ୍ରାଏଲବାସୀ ଏବେ ସଚେତନ ହେବାରେ ଲାଗିଛନ୍ତି । ସେମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.