Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଜି ବିଶ୍ବ ତମାଖୁ ନିରୋଧ ଦିବସ : ଚଳିତ ବର୍ଷ ଥିମ୍ ରହିଛି ‘ତମାଖୁ ଓ ଫୁସ୍‌ଫୁସ୍ ଜନିତ ରୋଗ’

31/05/2019 at 9:34 AM

ଭୁବନେଶ୍ବର ୩୧|୫: ମେ ୩୧ । ବିଶ୍ବ ତମାଖୁ ନିରୋଧ ଦିବସ । ତମାଖୁ ସେବନର ଭୟାବହତା ଓ ଏହାର ନିରାକରଣ ଲାଗି ପ୍ରତିବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ ହୋଇ ଆସୁଛି । ତମାଖୁ ସେବନ ଦ୍ବାରା ମାନବ ଶରୀରର ପ୍ରମୁଖ ଅଙ୍ଗ ଫୁସଫୁସ୍ ଆକ୍ରାନ୍ତ ଯୋଗୁଁ ଅଧିକାଶଂ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଏଭଳି ଭୟାଭୟତାକୁ ନଜରରେ ରଖି ଚଳିତ ବର୍ଷ ସ୍ଲୋଗାନ୍ ରହିଛି ତମାଖୁ ଓ  ଫୁସଫୁସ୍ ଜନିତ ରୋଗ ।

ଆଜି ବିଶ୍ବ ତମାଖୁ ନିରୋଧ ଦିବସ । ପ୍ରତିବର୍ଷ ମେ ୩୧କୁ ବିଶ୍ବ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚଳିତ ବର୍ଷ ସ୍ଲୋଗାନ ରହିଛି ତମାଖୁ ଓ ଫୁସଫୁସ୍ ଜନିତ ରେ।ଗ । କାରଣ ତମାଖୁ ଦ୍ବାରା କେବଳ ମୁଖ କିମ୍ବା ମୁଖ ଗହ୍ବର ନୁହେଁ, ଫୁସଫୁସ୍ ଭଳି ଶରୀରର ପ୍ରମୁଖ ଅଙ୍ଗ ଆକ୍ରାନ୍ତ ଯୋଗୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହେଉଛି । ତେବେ କ୍ୟାନସର ସହ ଆସ୍ତମା, ଟିବି, ଉଚ୍ଚ ରକ୍ତଚାପ ଓ ହାର୍ଟ ଆଟାକ୍ ଭଳି ସମସ୍ୟା ମଧ୍ୟ ଦେଖାଦେଉଛି । ତେଣୁ ଚଳିତ ବର୍ଷ ଅଧିକ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି ।

ପ୍ରତିବର୍ଷ ସାରା ଦେଶରେ ୧୦ଲକ୍ଷ୍ୟରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛି । ସେମାନଙ୍କ ମଧ୍ୟରୁ ୫ରୁ ୬ ଲକ୍ଷ ତମାଖୁ ସେବନ ଜନିତ ରୋଗୀ ବୋଲି ଜଣାପଡିଛି । ସେହିଭଳି ରାଜ୍ୟରେ ପ୍ରତିବର୍ଷ ଚିହ୍ନଟ ହେଉଥିବା ରେ।ଗିଙ୍କ ମଧ୍ୟରୁ ୨୦ରୁ ୩୦ ହଜାର ହେଉଛନ୍ତି ତମାଖୁ ସେବନ ଜନିତ ରୋଗୀ  ।  ତେଣୁ ପ୍ରତ୍ୟେକ ପରିବାର ଏନେଇ ସଚେତନ ହେବା ଜରୁରୀ ହୋଇପଡିଛି ।

ତମାଖୁର ଭୟାବହତା ସମାଜରୁ ହଟାଇବା ପାଇଁ ସବୁବର୍ଗର ଲୋକେ ସଚେତନତା ସହ କିପରି ତମାଖୁ ବର୍ଜନ ନେଇ ଅଧିକରୁ ଅଧିକ ସଚେତନତା କରାଯାଇ ପାରିବ ତାହା ଏବେ ପ୍ରମୁଖ ବିଷୟ ହୋଇଛି ।

   Related Posts