ଲସ୍ ଭେଗାସ୍ ୧୪/୧୦: ମାଡ଼ି ଚାଲିଛି କରୋନା ମହାମାରୀ । କରୋନା କବଳରେ ସାରା ବିଶ୍ବ। ସାଧାରଣ ଲୋକଙ୍କଠୁ ପ୍ରତିଷ୍ଠିତ ବ୍ୟକ୍ତି ସମସ୍ତେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ଏକ ନମ୍ବର ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଆଜି ବିଶ୍ବର ଏକ ନମ୍ବର ଗଲ୍ଫର ଡଷ୍ଟିନ୍ ଜନ୍ସନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଡଷ୍ଟିନ୍ ଜନ୍ସନ୍ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ସ୍ୟାଡୋ କ୍ରିକ୍ରେ ହେବାକୁ ଥିବା ସିଜେ କପ୍ରୁ ନିରାଶ ହେବାକୁ ପଡ଼ିଛି। କରୋନା ଲକ୍ଷଣ ଦେଖାଯିବାରୁ ଡଷ୍ଟିନ୍ଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ତେବେ ଦ୍ବିତୀୟ ଟେଷ୍ଟରେ ସେ ପଜିଟିଭ୍ ଥିବା ପେସାଓ୍ବାର ଗଲ୍ଫ ସଙ୍ଘ(ପିଜିଏ) ପକ୍ଷରୁ ସୂଚନା ମିଳିଛି।
ଜନସନ୍ ଏବେ ଦୁନିଆର ସର୍ବଶ୍ରେଷ୍ଠ ଗଲ୍ଫର। ପ୍ରଥମ ଥର ଫେଡ୍ଏକ୍ସ କପ୍ ଜିତିବା ପରେ ପିଜିଏ ଟୁରରେ ତାଙ୍କୁ ବିଶ୍ବର ଏକ ନମ୍ବର ଖେଳାଳି ବୋଲି ଘୋଷଣା କରାଯାଇଛି। ଗତମାସରେ ୟୁଏସ୍ ଓପନ ଖେଳିବା ପରେ ସେ ଅନେକ ମ୍ୟାଚ୍ ଖେଳିନଥିଲେ। କରୋନା ପଜିଟିଭ୍ ଚିହ୍ନଟ ପରେ ନରାଶା ବ୍ୟକ୍ତ କରିଛନ୍ତି ଜନ୍ସନ୍। ଆଗାମୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ଥିବା ବେଳେ ଏବେ ଶୀଘ୍ର ଫେରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଆମେରିକୀୟ ଗଲ୍ଫର ଡଷ୍ଟିନ୍ ଜନ୍ସନ୍