କୋଭିଡ଼-୧୯ : WHO ମୁଖ୍ୟଙ୍କ ଚେତାବନୀ, ଏହା ଶେଷ ମହାମାରୀ ନୁହେଁ !

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮।୦୯: ସାରାବିଶ୍ୱରେ ଏବେ କରୋନା ମହାମାରୀର ରୂପ ନେଇଛି । ପ୍ରତିଦିନ ସଂକ୍ରମଣ ତାଲିକାରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି । ଯାହାଫଳରେ ଅନେକ ଦେଶଙ୍କ ଅର୍ଥବ୍ୟବସ୍ଥା ଅତି ଗମ୍ଭୀର ସମୟ ଦେଇ ଗତି କରୁଛି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଗାମୀ ମହାମାରୀ ପାଇଁ ସାରାବିଶ୍ୱକୁ ଚେତାବନୀ ଦେଇଛନ୍ତି । ଏବଂ ଏଥିପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରମୁଖ ସୋମବାର ଦିନ କହିଛନ୍ତି କି, ସାରା ବିଶ୍ୱର ଆଗାମୀ ମହାମାରୀର ମୁକାବିଲା ନେଇ ନିଜକୁ ପ୍ରସ୍ତୁତ କରିବା ଦରକାର । ଏହାସହିତ ଅନେକ ଦେଶମାନଙ୍କୁ ସାର୍ବଜନୀନ ଭାବେ ସ୍ୱାସ୍ଥ୍ୟରେ ନିବେଶ କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି ।  

ଚୀନ୍‌ର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆରେ ମହାମାରୀର ରୂପ ନେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨.୭ କୋଟି ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିପରି ସାରା ବିଶ୍ୱରେ ୮,୮୮,୩୨୬ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜେନେଭା ସ୍ଥିତ ମୁଖ୍ୟାଳୟରେ ପ୍ରେସ୍‌ମିଟ୍‌ ଜରିଆରେ  WHO  ମୁଖ୍ୟ ଏହି କଥା କହିଛନ୍ତି ।  ତାଙ୍କ ଅନୁଯାୟୀ, କରୋନା ମହାମାରୀ ଶେଷ ଭାଇରସ ନୁହେଁ, ଆଗକୁ ଏପରି ଅନେକ ମହାମାରୀର ସାମ୍ନାକୁ କରିବାକୁ ପଡିବ । ଇତିହାସରେ ଆମେ ଅନେକ ପ୍ରକାରର ଭାଇରସ ସମ୍ମୁଖୀନ ହୋଇଛେ । ତେବେ ଆଗାମୀ ଭାଇରସ ନେଇ ସାରାଦୁନିଆ ଏବେ ପ୍ରସ୍ତୁତ ରହିବାକୁ ପଡିବ । ପୂର୍ବ ଅପେକ୍ଷା ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ । କରୋନା ଭାଇରସ ନେଇ WHO ଏକ ଚେତାବନୀ ଜାରି କରିଛନ୍ତି । ଲମ୍ବା ସମୟ ଧରି କରୋନା ଭାଇରସ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.