ଦୁନିଆର ସବୁଠାରୁ ମହଙ୍ଗା ବର୍ଗର ଯାହାର ମୂଲ୍ୟ ୬୩ ହଜାର ଟଙ୍କା; ୩ ଦିନ ପୂର୍ବରୁ କରିବାକୁ ପଡିଥାଏ ବୁକିଙ୍ଗ

Published By : Prameya-News7 Bureau | April 04, 2019 IST

ଟୋକିୟୋ ୪/୪ : ଟୋକିୟୋର ଏକ ରେସ୍ତୋରାଁରେ ଦୁନିଆର ସବୁଠାରୁ ମହଙ୍ଗା ବର୍ଗର ବିକ୍ରି ଆରମ୍ଭ ହୋଇଛି | ଏହି ବର୍ଗରକୁ Oak Door ଷ୍ଟିକହାଉସରେ କାମ କରୁଥିବା ଶେଫ ପେଟ୍ରିକ ପ୍ରସ୍ତୁତ କରିଛନ୍ତି | ଏହି ବର୍ଗରକୁ ତିଆରି କରିବା ପାଇଁ ଵିଵେଶ ଜିନିଷ ବ୍ୟବହାର କରାଯାଇଛି | ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବର୍ଗର | ଏହି ବର୍ଗରର ମୂଲ୍ୟ ହେଲା ୬୩ ହଜାର ଟଙ୍କା | ଏହି ବର୍ଗରର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ରହିଛି | ଏହାର ନାଁ ହେଲା ଗୋଲଡେନ ଜଏଣ୍ଟ ବର୍ଗର | ଏହି ବର୍ଗର ଜୁନ ମାସ ପର୍ଯ୍ୟନ୍ତ ହିଁ ବିକ୍ରି କରାଯିବ |

{"id":100086}


ଏହି ବର୍ଗରରେ ବିଫ ସ୍ଲାଇସ, ଚିଜ, ଟାମୋଟା ଏବଂ ଅନ୍ୟ ସମସ୍ତ ଜିନିଷ ବ୍ୟବହାର କରାଯାଇଛି ଯାହା ବର୍ଗରରେ ବ୍ୟବହାର କରାଯାଏ | ତେବେ ଏଥିରେ ବ୍ୟବହାର ହୋଇଥିବା ସ୍ୱତନ୍ତ୍ର ଜିନିଷ ହେଲା ଏହାର ବନ | ଏହି ବନ ଡଷ୍ଟେଡ଼ ଗୋଲ୍ଡରେ ତିଆରି | ଏହି ବର୍ଗର ୬ ଇଂଚ ଚଉଡା ଏବଂ ୧୦ ଇଂଚ ଲମ୍ବା | ଜାପାନର କ୍ରାଉନ ପ୍ରିନ୍ସ ନରୁହିତୋ ପାଦ ସମ୍ଭାଳିବା ଅବସରରେ ଏହାକୁ ପ୍ରସ୍ତୁତ କରାଯାଇଛି |

{"id":100088}


ତେବେ ଏହି ବର୍ଗରକୁ ସାଧାରଣ ଲୋକ ମଧ୍ୟ ଖାଇପାରିବ | ଏହି ବର୍ଗର ଖାଇବାକୁ ହେଲେ ୩ ଦିନ ପୂର୍ବରୁ ବୁକ କରିବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.