ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Published By : Prameya-News7 Bureau | October 10, 2021 IST

ଭୁବନେଶ୍ୱର ୧୦।୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ଚିକିତ୍ସା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ନିମନ୍ତେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଚିନ୍ତନ ‘mental health in an unequal world’(ଅସମାନ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ) ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ରୋଗ ବିଭାଗ ତରଫରୁ ପ୍ରସ୍ତୁତ ଏକ ଭିଡିଓ ବାର୍ତାକୁ ଉନ୍ମୋଚନ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଡା.ସୁରଜିତ ସାହୁ ବିଶ୍ୱରେ ଶାରୀରିକ ଓ ମାନସିକ ଚିକିତ୍ସାର ଅସମାନତା ବିଷୟରେ ଆଲୋକପାତ କରିଥିଲେ । ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ । ଡା.ସ୍ନେହାଂଶୁ ଦେ, ଡା.ରାକେଶ ମହାନ୍ତି, ଡା.ଅମୀୟ କୃଷ୍ଣ ସାହୁ ଓ ଡ.ସୌମ୍ୟରଂଜନ ଦାଶ ମାନସିକ ରୋଗ କିପରି ସହଜରେ ଚିକିତ୍ସା କରାଯାଇପାରିବ ଓ ଏହା ସହିତ ଜଡିତ କଳଙ୍କକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ମାନସିକ ରୋଗ ବିଭାଗର ଡା. ଲଗ୍ନଜିତ ଦାଶ ଓ ଡା.ହିରଣ୍ମୟ ମହାପାତ୍ରଙ୍କର ପ୍ରମୁଖ ଭୂମିକା ରହିଥିଲା। କାର୍ଯ୍ୟକ୍ରମ ଶେଷରେ ଡା. ଜିତେନ୍ଦ୍ରୀୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.