ବାଇଡେନଙ୍କୁ ବିଜୟର ଅଭିନନ୍ଦନ ଜଣାଇ ନାହାନ୍ତି ଏହି ସବୁ ଦେଶ, କାହିଁକି ଦେଉଛନ୍ତି ପଛଘୁଞ୍ଚା, ଜାଣନ୍ତୁ କ'ଣ ରହିଛି ଏହା ପଛର କାରଣ

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୦୯।୧୧: କୌଣସି ଦେଶରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ବିଦେଶ ନୀତିର ସମୀକରଣ ବଦଳିଯାଏ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋଏ  ବାଇଡେନଙ୍କ ବିଜୟର ଘୋଷଣା ହେବା ମାତ୍ରେ ସାରା ତାଙ୍କ ପ୍ରତି ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ହେଲେ କିଛି ଏମିତି ଦେଶ ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦେଶର ରାଷ୍ଟ୍ର ମୁଖିଆ ଡୋନାଲ୍ଡ ଟ୍ରମ୍ପଙ୍କ ଖାସ୍ ବନ୍ଧୁ। ଟ୍ରମ୍ପ କହିଛନ୍ତି ସେ ନିର୍ବାଚନ ପରିଣାମକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ। ହେଲେ ତାଙ୍କର ଅନେକ ଆବେଦନ ଅଦାଲତରେ ଖାରଜ ହୋଇ ସାରିଛି। ଏମିତି ସ୍ଥିତିରେ ସୁପ୍ରିମକୋର୍ଟରେ ତାଙ୍କ ସପକ୍ଷରେ ରାୟ ଆସିବାର ସମ୍ଭାବନା କ୍ଷୀଣ ରହିଛି।

{"id":358877,"sizeSlug":"large"}

ଟ୍ରମ୍ପଙ୍କ ପରି କିଛି ଦେଶ ତାଙ୍କ ପରାଜୟ ସ୍ଵୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କ୍ରମରେ ମେକ୍ସିକୋ ରାଷ୍ଟ୍ରପତି ମାନୁଏଲ ଲୋପେଜ ଅବ୍ରେଡର ଟ୍ରମ୍ପଙ୍କ ସମର୍ଥନରେ କହିଛନ୍ତି ଯେ ପର୍ଯ୍ୟନ୍ତ ଆଇନଗତ ଲଢେଇ ଶେଷ ହୋଇ ନାହିଁ ସେ ପର୍ଯ୍ୟନ୍ତ ବାଇଡେନଙ୍କୁ ବିଜୟର ଅଭିନନ୍ଦନ ଜଣାଇବୁ ନାହିଁ। ଆମେ ଆମ ପକ୍ଷରୁ କୌଣସି ତରବରିଆ ଭାବେ ନିଷ୍ପତ୍ତି ନେବାକୁ ଚାହୁଁନାହୁଁ। ସେ କହିଛନ୍ତି ତାଙ୍କ ଦେଶ ବାଇଡେନ ଓ ଟ୍ରମ୍ପ ଉଭୟଙ୍କ ସହିତ ଭଲ ସମ୍ବନ୍ଧ ରହିଛି। ଲୋପେଜ ଟ୍ରମ୍ପଙ୍କ ପ୍ରଶଂସା କରି କହିଛନ୍ତି, ଆମ ପ୍ରତି ତାଙ୍କର ଆଭିମୁଖ୍ୟ ବହୁତ ସମ୍ମାନ ଜନକ ରହିଛି।

{"id":358878,"sizeSlug":"large"}

ମେକ୍ସିକୋ ବ୍ୟତୀତ ଟ୍ରମ୍ପ ପ୍ରଶାସନ ସହ ମଧୁର ସଂପର୍କ ରଖିଥିବା ଅନେକ ପ୍ରମୁଖ ନେତା ବାଇଡେନଙ୍କ ବିଜୟରେ ନିରବ ରହିଛନ୍ତି। ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସାନାରୋ ମଧ୍ୟ ସାମିଲ। ବ୍ରାଜିଲ ରାଷ୍ଟ୍ରପତି ବୋଲସାନାରୋଙ୍କୁ ଟ୍ରମ୍ପଙ୍କ ନକଲ କୁହାଯାଏ। ଉଭୟଙ୍କ ଦକ୍ଷିଣପନ୍ଥୀ ବିଚାରଧାରା ଓ ଅପ୍ରତ୍ୟାଶିତ ଦୃଷ୍ଟିକୋଣ ସହ ତୂଳନା କରାଯାଏ। ନିର୍ବାଚନ ପୂର୍ବରୁ ବୋଲସାନାରୋ ଟ୍ରମ୍ପଙ୍କୁ ନିଜର ସମର୍ଥନ ଜଣାଇଥିଲେ।

{"id":358879,"sizeSlug":"large"}

ନିର୍ବାଚନ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିଟର ପୁଟିନ କହିଥିଲେ ରୁଷ କୌଣସି ବି ଆମେରିକୀୟ ନେତାଙ୍କ ସହ କାମ କରିବାକୁ ପ୍ରସ୍ତୁତ। ମାତ୍ର ବାଇଡେନଙ୍କ ବିଜୟ ପରେ ଏ ପର୍ଯ୍ୟନ୍ତ ରୁଷ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ପୁଟିନଙ୍କ ଉପରେ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଖଲ ଦେବା ଏବଂ ଟ୍ରମ୍ପଙ୍କୁ ବିଜୟରେ ସହାୟତା କରିଥିବାର ଅଭିଯୋଗ ହୋଇଥିଲା। ଗତ ମାସରେ ବାଇଡେନ ରୁଷକୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସବୁଠୁ ବଡ ବିପଦ ବୋଲି କହିଥିଲେ।

{"id":358881,"sizeSlug":"large"}

ସେହିପରି ତୁର୍କୀ ରାଷ୍ଟ୍ରପତି ତୈୟପ ଏର୍ଦବାନ ମଧ୍ୟ ବାଇଡେନଙ୍କୁ ଅଦ୍ୟାବଧି ବିଜୟର ଶୁଭେଚ୍ଛା ଜଣାଇ ନାହାନ୍ତି। ତୁର୍କୀର ବୈଦେଶିକ ମନ୍ତ୍ରୀ ମଧ୍ୟ ରବିବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ କୌଣସି ଉଲ୍ଲେଖ କରି ନାହାନ୍ତି। ତୁର୍କୀକୁ ବାଇଡେନଙ୍କ ବିଜୟରେ ବହୁତ କ୍ଷତି ହେବାକୁ ଯାଉଛି। କିନ୍ତୁ ତୁର୍କୀର ଉପ ରାଷ୍ଟ୍ରପତି ଫୁଆତ ଓଫେ ରବିବାର କହିଛନ୍ତି,  ବାଇଡେନଙ୍କ ବିଜୟରେ ଦୁଇ ଦେଶର ସମ୍ବନ୍ଧ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

{"id":358882,"sizeSlug":"large"}

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ବାଇଡେନଙ୍କ ବିଜୟ ଉପରେ କୌଣସି ବୟାନ ଦେଇ ନାହାନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଚରମରେ ପହଞ୍ଚି ଯାଇଥିଲା। ବାଇଡେନଙ୍କ ବିଜୟରେ ମଧ୍ୟ ଚୀନକୁ ବିଶେଷ ଆଶ୍ଵସ୍ତି ମିଳିବାର ନାହିଁ। ବାଇଡେନ ଅନେକ ଥର ସଙ୍କେତ ଦେଇ ସାରିଛନ୍ତି ଯେ, ତାଙ୍କ ସରକାର ମଧ୍ୟ ଚୀନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ବାଇଡେନ ଟ୍ରମ୍ପଙ୍କଠୁ ଆଉ ପାଦେ ଆଗେଇ ଯାଇ ଜିନପିଙ୍ଗଙ୍କୁ ଠକ୍ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.