ଭାରତର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଶ୍ୱ ନେତୃତ୍ୱ, ଜାଣନ୍ତୁ ଜବାବରେ କ’ଣ କହିଛନ୍ତି ମୋଦି

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୮: ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ବିଶ୍ୱର ଅନେକ ନେତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟହୁ ଭାରତୀୟଙ୍କ ପାଖରେ ଗର୍ବ କରିବାକୁ ଅନେକ କିଛି ଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ମଧ୍ୟ ପ୍ରଧାମନ୍ତ୍ରୀଙ୍କୁ ସ୍ୱତନ୍ତ୍ରତା ଦିବସର ଶୁଭକାମନା ଜଣାଇଛନ୍ତି।

{"id":315040,"sizeSlug":"large"}

 ବିଭିନ୍ନ ଦେଶର ଶାସନ ମୁଖ୍ୟ ପ୍ରଧନମନ୍ତ୍ରୀଙ୍କୁ ଦେଶର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେମାନଙ୍କୁ ପ୍ରତି ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କୁ ଭାରତ ଓ ଭାରତୀୟଙ୍କ ପ୍ରତି ସେମାନଙ୍କ ଭାବନା ଲାଗି ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେହିପରି ଇସ୍ରାଏଲ ସହ ଭାରତର ସମ୍ପର୍କ ବୃଦ୍ଧି ଲାଗି ଭାରତ ଗର୍ବିତ ଅନୁଭବ କରୁଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

{"id":315041,"sizeSlug":"large"}

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍‌ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଭୀର ବନ୍ଧୁତା ପାରସ୍ପାରିକ  ସହଭାଗିତା, ବିଶ୍ୱାସ, ସମ୍ମାନ ଓ ଅଂଶୀଦାର ମୂଲ୍ୟ ଉପରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନାରେ ଜଣାଇଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋରିସନଙ୍କ ସହ ସମ୍ପୂର୍ଣ୍ଣ ସହମତ ବୋଲି ଉଲ୍ଲେଖ କରିବା ସହ ଆଗାମୀ ବର୍ଷମାନଙ୍କରେ ସମ୍ପର୍କ ଆହୁରି ବୃଦ୍ଧି ହେଉ ବୋଲି କାମନା କରିଛନ୍ତି।

wp:html /wp:html

ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି, ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହୀମ ମହମ୍ମଦ ସୋଲିହ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ଭୁଟ୍ଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ ମଧ୍ୟ ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତେବେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ନେତାଙ୍କୁ ଆନ୍ତରିକ ଧନ୍ୟାବାଦ ଜ୍ଞାପନ କରିଛନ୍ତି।

wp:html /wp:html

wp:html /wp:html

wp:html /wp:html

wp:html /wp:html

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.