ବିଶ୍ୱ କିଡନୀ ଦିବସ: ବହୁତ ହାନିକାରକ କିଡନୀ ରୋଗ, ଅତ୍ୟଧିକ ମଦ ସେବନ ମୁଖ୍ୟ କାରଣ, ସତର୍କ ରହିବା ନିହାତି ଆବଶ୍ୟକ

Published By : Prameya-News7 Bureau | March 11, 2021 IST

ଭୁବନେଶ୍ୱର ୧୧/୦୩ : କିଡନୀ ରୋଗ ବହୁତ ବିପଦଜନକ। ଏହା ଜୀବନ ମଧ୍ୟ ନେଇଯାଇଥାଏ। ସେଥିପାଇଁ ସତର୍କ ରହିବା ଆବଶ୍ୟକ। କିଡନୀ ରୋଗ ହେବାର ଅନେକ କାରଣ ଅଛି। ଅଧିକ ମାତ୍ରାରେ ମଦ ସେବନ ଓ ଜୀବନଶୈଳୀ ମୁଖ୍ୟ କାରଣ।

ରିପୋର୍ଟ ଅନୁଯାୟୀ, ଦୁନିଆରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ଜଣେ କିଡନୀ ରୋଗରେ ପୀଡିତ। ଉଚ୍ଚ ରକ୍ତଚାପ ଓ ମଧୁମେହ ଯୋଗୁଁ କିଡନୀ ଫେଲ ହେବାର ଅଧିକ ଆଶଙ୍କା ଥାଏ। କିଡନୀ ରୋଗରୁ ବଞ୍ଚିବାକୁ ସତର୍କ ରହିବା ନିହାତି ଆବଶ୍ୟକ। ଅନିୟମିତ ଖାଦ୍ୟାଭ୍ୟାସକୁ ନିୟମିତ କରିବା ସହ ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କିଡନୀ ଖରାପ ହେବା ସ୍ଥିତିରେ ଶରୀରର ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ପରିସ୍ରାରେ ରକ୍ତ ଆସିବା, ଗୋଡ-ହାତ ଓ ଆଖି ଫୁଲିଯିବା, ଥକାପଣ ଅନୁଭୂତ ହେବା, ନିଶ୍ୱାସ ନେବାରେ ଅସୁବିଧା ହେବା, ଉଚ୍ଚ ରକ୍ତଚାପ ଆଦି କିଡନୀ ଖରାପ ହେବାର ଲକ୍ଷଣ।

{"id":421338,"sizeSlug":"large","linkDestination":"none"}

କିଡନୀ ରୋଗରୁ ବଞ୍ଚିବାକୁ ଅନେକ ଉପାୟ ଅଛି। ନିୟମିତ ଯୋଗ କଲେ କିଡନୀ ରୋଗରୁ ନିୟନ୍ତ୍ରଣ ପାଇହେବ। ଧୂମପାନ ଓ ମଦ ସେବନ ଛାଡିବାକୁ ହେବ। ଧୂମପାନ ଓ ମଦ କିଡନୀ ଉପରେ ବହୁତ ପ୍ରଭାବ ପକାଇଥାଏ। ଏହାସହ ଫାଷ୍ଟଫୁଡ ବଦଳରେ ପୌଷ୍ଟିକ ଖାଦ୍ୟ ସେବନ କରିବା ଉଚିତ। ଅଧିକାଂଶ ସମୟରେ ଲୋକେ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ପେନକିଲର ଖାଇଥାନ୍ତି। କିନ୍ତୁ କିଡନୀ ଖରାପ ହେବା ସ୍ଥିତିରେ ପେନକିଲର ଖାଇବା ଉଚିତ ନୁହେଁ। ମଝି ମଝିରେ ରକ୍ତଚାପ ଓ ମଧୁମେହ ଯାଞ୍ଚ କରିବା ଉଚିତ।

ଲକ୍ଷ ଲକ୍ଷ ସୁକ୍ଷ୍ମ ତନ୍ତ୍ର ମିଶି କିଡନୀ ତିଆରି ହୋଇଥାଏ। ଏହି ତନ୍ତ୍ରକୁ ନେଫ୍ରାନ୍ସ କୁହାଯାଏ। ଏହାର କାମ ରକ୍ତ ଫିଲ୍ଟର କରିବା। ନେଫ୍ରାନ୍ସରେ ସମସ୍ୟା ଥିଲେ କିଡନୀ ସମସ୍ୟା ଦେଖାଦେଇଥାଏ। ନେଫ୍ରାନ୍ସ କ୍ଷତିଗ୍ରସ୍ତ ହେଲେ ରକ୍ତ ଫିଲ୍ଟର ହୋଇପାରେନି। ଯାହାଫଳରେ କିଡନୀ ରୋଗ ଦେଖାଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.