Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସମ୍ ହସ୍ପିଟାଲରେ ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ

20/05/2019 at 4:55 PM

ଭୁବନେଶ୍ୱର, ୨୦/୫: ସାଧାରଣତଃ ଆମ ଶରୀରରେ ପେଟ ବ୍ୟଥା ହେଲେ, ପତଳା ଝାଡା ହେଲେ, ଝାଡାରେ ରକ୍ତ ପଡ଼ୁଥିଲେ, ଓଜନ କମିଲେ, ଆଖି ଲାଲ୍ ପଡ଼ିଗଲେ, ଆଣ୍ଠୁଗଣ୍ଠି ଦରଜ ହେଲେ ଏହାକୁ ଆମେ ଏକ ସାଧାରଣ ରୋଗ ଭାବେ ଗ୍ରହଣ କରିଥାଉ । କିନ୍ତୁ ଏହା କେତେବେଳେ ଯେ ମାରାତ୍ମକ ବ୍ୟାଧି ପାଲଟିଯାଏ ତାହା ଜଣାପଡେ ନାହିଁ । ଏହିଭଳି ମାରାତ୍ମକ ବ୍ୟାଧିକୁ ଇନଫ୍ଲାମେଟୋରୀ ଡିଜିଜ୍ (ଆଇବିଡି)କୁହାଯାଏ । ଅଲ୍ସରିଟିଭ୍ କୋଲାଇଟିଜ୍ କିମ୍ବା କ୍ରନ୍ସ ରୋଗାକ୍ରାନ୍ତ ହେଲେ ଏହାକୁ ଆଇବିଡି ବୋଲି କୁହାଯାଇଥାଏ । ଏହି ରୋଗ ଧୀରେ ଧୀରେ ସାରା ଶରୀରକୁ ଆକ୍ରାନ୍ତ କରିଥାଏ । ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗ ପକ୍ଷରୁ ରବିବାର ବିଶ୍ୱ ଇନ୍ଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ ହୋଇଯାଇଛି ।

ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାହୁ ଉପସ୍ଥିତ ବ୍ୟକ୍ତି ଏବଂ ଏହି ରୋଗରେ ଶିକାର ହୋଇଥିବା ରୋଗୀମାନଙ୍କୁ ଆଇବିଡି ସମ୍ପର୍କରେ ବୁଝାଇବା ସହ ସଚେତନତା ଉପରେ ଜୋର୍ ଦେଇଥିଲେ । ଡ. ସାହୁ କହିଥିଲେ ଏହି ରୋଗ ଖୁବ୍ ପୀଡ଼ାଦାୟକ ଏବଂ ଏହା ଦ୍ୱାରା ଶରୀରର ପାଚନ ପ୍ରକ୍ରୀୟା ଆକ୍ରାନ୍ତ ହୋଇଥାଏ । ପରବର୍ତୀ ଅବସ୍ଥାରେ ଶରୀରର ହାଡ, ବୃକକ୍, ଯକୃତ, ଚକ୍ଷୁ ଏବଂ ଚର୍ମ ମଧ୍ୟ ଆକ୍ରାନ୍ତ ହୋଇଥାଏ । ଏହି ରୋଗ ପରବର୍ତୀ ସମୟରେ କ୍ୟାନ୍ସରରେ ମଧ୍ୟ ପରିଣତ ହୋଇପାରେ । କେଉଁ କାରଣ ପାଇଁ ଏହି ରୋଗ ହୁଏ ଜଣା ନପଡ଼ିଥିଲେ ମଧ୍ୟ ମୁଖ୍ୟତଃ ଏହା ବଂଶାନୁକ୍ରମିକ ହୋଇଥାଏ । ତେଣୁ ଏହି ରୋଗ ନିମନ୍ତେ ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଛି ବୋଲି ଡ. ସାହୁ କହିଛନ୍ତି ।

୫ଟି ମହାଦେଶର ୫୦ଟି ଦେଶ ଏହି ରୋଗର ସଚେତନତା ନେଇ ଆଗେଇ ଆସିଥିବା ବେଳେ ଚଳିତବର୍ଷ ବିଶ୍ୱ ଆଇବିଡି ଦିବସର ଥିମ୍ ରହିଛି “ମେକିଙ୍ଗ୍ ଦ ଇନ୍ଭିଜିବଲ୍ ଭିଜିବଲ୍”  । ଅର୍ଥାତ୍ ଯାହା ଆମକୁ ଦେଖାଯାଉ ନାହିଁ ତାହା ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି । ବିଶ୍ୱରେ ପ୍ରାୟ ଏକ କୋଟି ଲୋକ ଏହି ରୋଗର ଶିକାର ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଆଇବିଡି ରୋଗୀଙ୍କ ସଂଖ୍ୟ ଖୁବ୍ ଅଧିକ । ତେଣୁ ଏ ନେଇ ସରକାର, ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଜନସାଧାରଣ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଡ. ସାହୁ କହିଛନ୍ତି ।

ବିଭାଗର ଅନ୍ୟତମ ଆସୋସିଏଟ୍ ପ୍ରଫେସର ଡ. ଜିମି ନାରାୟଣ ଏହି ଅବସରରେ କହିଥିଲେ ଯେ ରୋଗାକ୍ରାନ୍ତ ହୋଇଥିବା ବ୍ୟକ୍ତିର କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରୋଗ ଦ୍ୱାରା କାମ କରିବାର ଶକ୍ତି କମିଯାଏ । ତେଣୁ ଏଥିପାଇଁ ନିୟମିତ ଚିକିତ୍ସାର ଆବଶ୍ୟକତା ରହିଛି ।

ଏହି ଅବସରରେ ଆଇବିଡି ରୋଗରେ ଶିକାର ହୋଇଥିବା କେତେକ ରୋଗୀ ନିଜର ଅନୁଭୂତି ବଖାଣିଥିଲେ ।

   Related Posts