Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସରକାର ଖାସ୍‌ ବନ୍ଧୁଙ୍କ ପକେଟ୍‌ ଭରିବାରେ ବ୍ୟସ୍ତ ଥିବାରୁ ଲୋକେ ଭୋକରେ ରହୁଛନ୍ତି: ରାହୁଲ୍‌

17/10/2020 at 8:39 PM

ନୂଆଦିଲ୍ଳୀ ୧୭/୧୦: ଓ୍ବାର୍ଲଡ୍‌ ହଙ୍ଗର ଇଣ୍ଡେକ୍ସ( ବିଶ୍ବ ଭୋକ ସୁଚଙ୍କାଙ୍କ)ରେ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଭାରତର ଖରାପ ରାଙ୍କକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ପୂର୍ବତନ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ସରକାର ତାଙ୍କର କିଛି ଖାସ୍‌ ‘ବନ୍ଧୁ’ଙ୍କ ପକେଟ୍‌ ଭରୁଥିବାରୁ ଲୋକେ ଭୋକରେ ରହୁଛନ୍ତି।

ରାହୁଲ ଟ୍ବିଟ୍‌ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭୋକ ସୁଚଙ୍କାଙ୍କର ଏକ ଗ୍ରାଫ୍‌ ଶେୟାର କରି ରାହୁଲ ଲେଖିଛନ୍ତି, ‘ଭାରତର ଗରିବ ଭୋକରେ ରହୁଛି କାରଣ ସରକାର କେବଳ ତାଙ୍କର କିଛି ଖାସ୍‌ ବନ୍ଧୁଙ୍କ ପକେଟ୍‌ ଭରିବାରେ ବ୍ୟସ୍ତ ରହୁଛନ୍ତି।’

ସୂଚନାଯୋଗ୍ୟ, ବିଶ୍ବ ଭୋକ ସୂଚଙ୍କାଙ୍କ ୨୦୨୦ ସୂଚୀରେ ଭାରତ ୯୪ ତମ ସ୍ଥାନରେ ରହିଛି। କିନ୍ତୁ ଇଣ୍ଡୋନେସିଆ, ପାକିସ୍ତାନ, ନେପାଳ ଭଳି ଦେଶ ବହୁତ ଆଗରେ ରହିଛନ୍ତି। ଇଣ୍ଡୋନେସିଆ ୭୦, ନେପାଳ ୭୩, ବଂଲାଦେଶ ୭୫ ଓ ପାକିସ୍ତାନ ୮୮ ତମ ସ୍ଥାନରେ ରହିଛି।

   Related Posts