ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନର ସଫଳ ପ୍ରୟାସ, ଓମାନରୁ ଫେରିଲେ ପ୍ରବାସୀ ଓଡିଆ

Published By : Prameya-News7 Bureau | July 10, 2020 IST

ଭୁବନେଶ୍ଵର ୧୦।୦୭: କରୋନା ମହାମାରୀ କାରଣରୁ ବିଦେଶରେ ଫସିଥିବା ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବା ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ଅପରାହ୍ନ ୩.୪୦ ମିନିଟ୍‌ରେ ଓମାନରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅବତରଣ କରିଛନ୍ତି। ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡିଶା ପ୍ରତ୍ୟାବର୍ତ୍ତନ ଅବସରରେ ସେମାନଙ୍କୁ ସଂଗଠନ ତରଫରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରେ  ସ୍ୱାଗତ କରାଯାଇଥିଲା।

ପ୍ରବାସୀ ଓଡିଆକୁ ଓମାନରୁ ବିମାନ ଯୋଗେ ରାଜ୍ୟକୁ ଫେରାଇ ଆଣିବାରେ ମାନବ ଅଧିକାର ସୁରକ୍ଷା ସଂଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାଃ ଅଭିନ୍ନ ହୋତା, ଉପସଭାପତି ସୁଧାଂଶୁ ମହାନ୍ତି, ରାଷ୍ଟ୍ରୀୟ ସଂପାଦକ ଡାଃ ଅଜିତ ପ୍ରସାଦ ଜେନା, ଡାଃ ଜୋତି କର,ରାଜ୍ୟ ସଂପାଦକ ଦେବିଦତ୍ତା ସାମନ୍ତରାୟ, ଭୁବନେଶ୍ୱର ସାଙ୍ଗଠନିକ ସଭାପତି ଗୋପାଳ ମକଦମ,  ଭୁବନେଶ୍ୱର ସାଧାରଣ ସଂପାଦକ ସମୀର ତ୍ରିପାଠୀ , ସୌଭାଗ୍ୟ ଲେଙ୍କା,ସଞ୍ଜୟ ପରିଡା, କମର ଅଲି ପ୍ରମୁଖ ଯୋଗଦାନ କରିଥିଲେ। ଏହା ସହିତ ଓମାନରେ ଥିବା WHRPO ପ୍ରତିନିଧି (ସଭ୍ୟ) ସମ୍ପଦ କୁମାରଙ୍କୁ ମଧ୍ୟ ତାଙ୍କର ବଳିଷ୍ଠ ସହଯୋଗ ପାଇଁ ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.