ଜୁଲାଇ ୫ ତାରିଖ : ପାକିସ୍ତାନ ଇତିହାସରେ ଅନେକ ପରିବର୍ତ୍ତନର ଦିନ, ବିଶ୍ୱରେ ବି ଅନେକ ସ୍ମୃତି

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫/୦୭ : ଇତିହାସରେ ଜୁଲାଇ ୫ ତାରିଖର ଅନେକ ଘଟଣା ଲିପିବଦ୍ଧ ହୋଇ ରହିଛି | ପଡୋଶୀ ଦେଶ ପାକିସ୍ତାନରେ ଏହି ଦିନ ଜେନେରାଲ ମହମ୍ମଦ ଜିଆ-ଉଲ-ହକଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋ ସରକାରଙ୍କ କ୍ଷମତା ପରିବର୍ତ୍ତନ କରି ଶାସନ ଭାର ନିଜ ହାତକୁ ନେଇଥିଲେ | ଦୁନିଆର ସବୁଠାରୁ ବଡ ବଡ କମ୍ପାନୀଗୁଡିକରେ ଇ-କମର୍ସ କମ୍ପାନୀ ଆମାଜନ ଜୁଲାଇ ୫ ତାରିଖରେ ନିଜର ମୂଳଦୁଆ ପକାଇଥିଲା | ୧୯୯୪ ମସିହା ଜୁଲାଇ ୫ ତାରିଖରେ ୱାସିଂଟନରେ ଜେଫ ବେଯୋଶ ଆମାଜନ ନାଁରେ ସାରା ଦୁନିଆରେ ନିଜର ବ୍ୟବସାୟ ଚଳାଉଥିବା କମ୍ପାନୀର ସ୍ଥାପନା କରିଥିଲେ | ଜୁଲାଇ ୫ ତାରିଖରେ ବିଶ୍ୱରେ କେଉଁଠି କଣ ଘଟିଥିଲା ଜାଣନ୍ତୁ : 

୧୬୫୮ - ମୁଗହଳ ଶାସକ ଔରାଙ୍ଗଜେବ ନିଜ ବଡ ଭାଇ ମୁରାଦ ବଖ୍ତଲକହ ବନ୍ଦୀ କରିଥିଲେ |

୧୮୧୧ - ଭେନେଜୁଏଲାର ୭ ପ୍ରାନ୍ତ ସ୍ପେନର ଶାସନ ଠାରୁ ସ୍ୱତନ୍ତ୍ରତା ଘୋଷଣା କରିଥିଲେ |

୧୯୨୨ - ନେଦରଲ୍ୟାଣ୍ଡରେ ପ୍ରଥମଥର ସାଧାରଣ ନିର୍ବାଚନ ହୋଇଥିଲା |

୧୯୩୫ - ଫ୍ରାଙ୍କଲିନ ଡି ରୁଜଭେଲ୍ଚ ଆମେରିକାର ନ୍ୟାସନାଲ ଲେବର ରିଲେସନ୍ସ ଆଇନ ଉପରେ ଦସ୍ତଖତ କରିଥିଲେ |

୧୯୪୭ - ଭାରତୀୟ ସ୍ୱତନ୍ତ୍ରତା ଅଧିନିୟମ ୧୯୪୭କୁ ବ୍ରିଟିଶ ସଂସଦରେ ପେଶ କରାଯାଇଥିଲା | ଏହାକୁ ଜୁଲାଇ ୧୮ ତାରିଖରେ ବ୍ରିଟିଶ ଶାସକଙ୍କ ଠାରୁ ମଞ୍ଜୁରୀ ମିଳିଥିଲା |

୧୯୫୦ - ନୂଆ ଆଇନ ଅନୁଯାୟୀ ସମସ୍ତ ଇହୁଦୀଙ୍କୁ ଇସ୍ରାଇଲରେ ରହିବାକୁ ଅନୁମତି ଦିଆଯାଇଥିଲା |

୧୯୫୪ - ବିବିସି ନିଜର ପ୍ରଥମ ଟିଭି ସମାଚାର ବୁଲେଟିନ ପ୍ରସାରଣ କରିଥିଲା |

୧୯୫୯ - ଇଣ୍ଡୋନେସିଆରେ ସମ୍ବିଧାନ ପ୍ରଣୟନ ହୋଇଥିଲା |

୧୯୬୦ - ମଙ୍ଗୋଲିୟା ସମ୍ବିଧାନ ଆପଣେଇଥିଲା |

୧୯୬୨ - ଆଲଜେରିଆ ୧୩୨ ବର୍ଷର ଫ୍ରାନ୍ସ ଶାସନରୁ ସ୍ୱାଧୀନ ହୋଇଥିଲା |

୧୯୬୮ - ଭାରତର ପ୍ରଥମ ଜାହାଜ ସୋଭିଏତ ଋଷରେ ପହଞ୍ଚିଥିଲା |

୧୯୭୭ - ଜେନେରାଲ ମହମ୍ମଦ ଉଲ-ହକଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା କ୍ଷମତା ପରିବର୍ତ୍ତନ କରି ଦେଶର ଶାସନ ଉପରେ କବ୍ଜା କରିଥିଲେ |

୧୯୯୪ - ଜେଫ ବେଯୋଶ ଇ-କମର୍ସ ୱେବସାଇଟ ଆମାଜନ ସ୍ଥାପନା କରିଥିଲେ |

୧୯୯୮ - ମହାବଲିପୁରମରେ ଡ଼ଲଫିନ ସିଟି ଉଦଘାଟନ ହୋଇଥିଲା | 

୨୦୧୩ - ଇରାକ ରାଜଧାନୀ ବାଗଦାଦର ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଥିଲା | ହମଲାରେ ୧୫ ଜଣ ପ୍ରାଣ ହରାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.