Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭୟଙ୍କର ଭୂତାଣୁକୁ ନିୟନ୍ତ୍ରଣ ପାଇଁ ଲକଡାଉନ: ପ୍ରୋଟୋକଲ ଓ ପକ୍ରିୟା ସହ ଅବଧି ଧାର୍ଯ୍ୟ କରିଛି WHO

4/04/2020 at 3:14 PM

ନୂଆଦିଲ୍ଲୀ ୦୪।୦୪: କରୋନା ଭାଇରସ୍ କାରଣରୁ ସମଗ୍ର ଦୁନିଆ ଏବେ ସ୍ଥାଣୁ ପାଲଟି ଯାଇଛି। ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହିତ ହଜାର ସଂଖ୍ୟାରେ ଲୋକେ ପ୍ରାଣ ହରାଉଛନ୍ତି।  ବିଶ୍ଵର ସମସ୍ତ ବୈଜ୍ଞାନିକ ସଂପ୍ରତି କରୋନା ଚିକିତ୍ସା ପାଇଁ ଗବେଷଣା ଚଳାଇଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷିତ କରି ସାରିବା ସହ ଏହାର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ଅନେକ ରାଷ୍ଟ୍ରକୁ ପରାମର୍ଶ ମଧ୍ୟ ଦେଉଛି। ଡବ୍ଲ୍ୟୁଏଚଓ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଲକଡାଉନ ପରି ବଳିଷ୍ଠ ପଦକ୍ଷେପର ପ୍ରୋଟୋକଲ ଓ ପ୍ରକ୍ରିୟା ମଧ୍ୟ ଧାର୍ଯ୍ୟ କରିଛି।

ଡବ୍ଲ୍ୟୁଏଚଓ ଅନୁଯାୟୀ ପ୍ରଥମ ପଦକ୍ଷେପ ହେଉଛି ଗୋଟିଏ ଦିନ ଲକଡାଉନ ଲାଗୁ କରାଯାଉ। ଦ୍ଵିତୀୟ ପଦକ୍ଷେପରେ ୨୧ ଦିନିଆ ଲକଡାଉନ୍ ଜାରି କରାଯାଉ। ପାଞ୍ଚ ଦିନର ବିରାମ ପରେ ତୃତୀୟ ପଦକ୍ଷେପ ସ୍ଵରୂପ ୨୮ ଦିନିଆ ଲକଡାଉନ ଲଗାଯାଉ। ପୁଣି ପାଞ୍ଚ ଦିନର ବ୍ୟବଧାନ ପରେ  ପୁଣି ଥରେ ୧୫ ଦିନ ଲାଗୁ କରାଯାଉ।

ଯଦି ଦେଖାଯାଏ ତେବେ ଡବ୍ଲ୍ୟୁଏଚଓର ଏହି ପ୍ରକ୍ରିୟାକୁ ମଧ୍ୟ ଭାରତ ସରକାର ଅନୁସରଣ କରିଛନ୍ତି।

ଯେମିତି ମାର୍ଚ୍ଚ ୨୨ରେ ପ୍ରଥମ ପଦକ୍ଷେପସ୍ଵରୂପ ଦେଶରେ ଜନତା କର୍ଫ୍ୟୁ ଲାଗୁ କରାଯାଇଥିଲା, ଯାହା ଲକଡାଉନର ପ୍ରଥମ ପାହାଚ ଥିଲା।

ସେହି ପରି ମାର୍ଚ୍ଚ ୨୪ରେ ଦ୍ଵିତୀୟ ପଦକ୍ଷେପ ସ୍ଵରୂପ ଦେଶରେ ୨୧ ଦିନିଆ ଲକଡାଉନ ଜାରି ରହିଛି। ଏହାର ଅବଧି ଏପ୍ରିଲ ୧୪ରେ ସମାପ୍ତ ହେବାକୁ ଯାଉଛି। ଯଦି ଡବ୍ଲ୍ୟୁଏଚଓର ଏହି ପ୍ରକ୍ରିୟାକୁ ଦେଖାଯାଏ ତେବେ ଭାରତ ଅଦ୍ୟାବଧି ଏହାର ପାଳନ କରି ଆସୁଛି।

ତେଣୁ ତଦନୁଯାୟୀ ଏପ୍ରିଲ ୧୪ରେ ଲକଡାଉନ୍ ଶେଷ ହେବ। ଏହା ପରେ ଏପ୍ରିଲ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବନ୍ଦ ରହିବ। ପୁଣି ତୃତୀୟ ପଦକ୍ଷେପ ସ୍ଵରୂପ ଏପ୍ରିଲ ୨୦ରୁ ମେ ୧୮ ପର୍ଯ୍ୟନ୍ତ ଦେଶରେ ଦ୍ଵିତୀୟ ଲକଡାଉନ୍ ଜାରି କରାଯିବ। 

ଯଦି କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆସିଥିବ ଏବଂ କୋଭିଡ୍ ୧୯ ରୋଗୀ ହାର ଶୂନ୍ୟ ଥିବ ତେବେ ଲକଡାଉନ ସମାପ୍ତ କରାଯିବ। ନଚେତ୍ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ମେ ୧୮ରେ ଶେଷ ହେବା ପରେ ମେ ୧୯ରୁ ୨୪ ପର୍ଯ୍ୟନ୍ତ ପାଞ୍ଚ ଦିନ ଜନତାଙ୍କୁ କୋହଳ ଦିଆଯିବ। ଏହା ପରେ ଚତୁର୍ଥ ତଥା ଶେଷ ପଦକ୍ଷେପ ସ୍ଵରୂପ ମେ ୨୫ ରୁ ଜୁନ ୧୦  ପର୍ଯ୍ୟନ୍ତ ଦେଶରେ ୧୫ ଦିନିଆ ଶେଷ ଲକଡାଉନ୍ ଜାରି କରାଯିବ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ଜାରି ଲକଡାଉନର ପ୍ରୋଟୋକଲ ଓ ପ୍ରକ୍ରିୟା

ପ୍ରଥମ ପଦକ୍ଷେପ – ୧ ଦିନ ଲକଡାଉନ

ଦ୍ଵିତୀୟ ପଦକ୍ଷେପ – ୨୧ ଦିନ ଲକଡାଉନ

ଏହାର ପାଞ୍ଚ ଦିନ ପରେ

ତୃତୀୟ ପଦକ୍ଷେପ- ୨୮ ଦିନ ଲକଡାଉନ

ଏହାର ପାଞ୍ଚ ଦିନ ପରେ

ଚତୁର୍ଥ ପଦକ୍ଷେପ- ୧୫ ଦିନ ଲକଡାଉନ

ଏହି ସମାନ ପ୍ରକ୍ରିୟା ଅନୁଯାୟୀ ଭାରତ ସରକାର ମଧ୍ୟ ଏହାକୁ ଅନୁସରଣ କରିଛନ୍ତି

ମାର୍ଚ୍ଚ ୨୨- ୧ ଦିନ (ଟ୍ରାଏଲ ଲକଡାଉନ ବା ଜନତା କର୍ଫ୍ୟୁ)

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪- ୨୧ ଦିନ(ପ୍ରଥମ ଲକଡାଉନ)

ଯଦି ଭାରତ ଡବ୍ଲ୍ୟୁଏଚ ଦ୍ଵାରା ପ୍ରଦତ୍ତ ପ୍ରୋଟୋକଲ ଓ ପ୍ରକ୍ରିୟାକୁ ଜାର ରଖେ ତେବେ

ଏପ୍ରିଲ ୧୫ ରୁ ଏପ୍ରିଲ ୧୯- ଲକଡାଉନ କୋହଳ

ଏପ୍ରିଲ ୨୦ ରୁ ମେ ୧୮- ୨୮ ଦିନ(ଦ୍ଵିତୀୟ ଲକଡାଉନ)

କରୋନା ପ୍ରକୋପ ନ କମିଲେ ବା ସ୍ଥିତି ନିୟନ୍ତ୍ରଣାଧୀନ ନହେଲେ

ମେ ୧୯ ରୁ ମେ ୨୪- ଲକଡାଉନରୁ ୫ ଦିନ କୋହଳ

ମେ ୨୫ ରୁ  ଜୁନ ୧୦- ୧୫ ଦିନ(ଶେଷ ଲକଡାଉନ)

   Related Posts