କରୋନାକୁ ନେଇ ଭାରତ ସମେତ ୧୧୬ ଦେଶଙ୍କ କାଠଗଡାରେ WHO

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ: ଜେନେଭାରେ ସୋମବାର ୱାର୍ଲଡ ହେଲଥ୍ ଆସେମ୍ୱ୍ଲି ଆରମ୍ଭ ହୋଇଛି। ଏଥିରେ କରୋନା ଭାଇରସ୍‌କୁ ନେଇ ନିଜ କାର୍ଯ୍ୟପ୍ରଣାଳୀ ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( ଡବ୍ଲୁଏଚଓ) ଏବେ ଭାରତ ସମେତ ୧୧୬ ଦେଶଙ୍କ କାଠଗଡାରେ ଛିଡା ହୋଇଛନ୍ତି। କରୋନା ଭାଇରସରେ ଡବ୍ଲୁଏଚଓଙ୍କ ପ୍ରତିକ୍ରିୟା ସ୍ୱତନ୍ତ୍ର, ନିରପେକ୍ଷ ଓ ବିସ୍ତୃତ ଯାଞ୍ଚ ଲାଗି ଦେଶମାନେ ଦାବି କରିବେ ବୋଲି ଜଣାପଡିଛି।

{"id":272124,"sizeSlug":"large"}

ଏହି ୧୧୬ ଦେଶଙ୍କ ମଧ୍ୟରେ ୟୁରୋପର ୨୭ ଓ ଅଷ୍ଟ୍ରେଲିଆ ସମେତ ୫୪ ଆଫ୍ରିକୀୟ ଦେଶ ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ଭାରତ, ଇଣ୍ଡେନେସିୟା, ଜାପାନ ଆଦି ଏସିୟ ଦେଶମାନେ ଥିବା ବେଳେ ବ୍ରିଟେନ ଓ ଋଷିଆ ମଧ୍ୟ ଅଛନ୍ତି। କରୋନାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବେଳେ ପ୍ରଥମଥର ଅନଲାଇନରେ ୱାର୍ଲଡ ହେଲଥ ଆସେମ୍ୱ୍ଲି ଅନୁଷ୍ଠିତ ହେଉଛି।

{"id":272125,"width":580,"height":551,"sizeSlug":"large"}

୧୯୪୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ଥାପନା ପରେ ଏପର୍ଯ୍ୟନ୍ତ ୭୨ଟି ହେଲଥ ଆସେମ୍ବ୍ଲି ହେଲାଣି। ହେଲେ ଚଳିତ ସଂସଦକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ସଂସଦ ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ତେବେ ଅନଲାଇନରେ ହେଉଥିବା ସଂସଦ ସପ୍ତାହରେ କେବଳ ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏଥର ସଂସଦର ପ୍ରସଙ୍ଗ କେବଳ କୋଭିଡ-୧୯ ରହିବ ବୋଲି ଜଣାପଡିଛି। କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୪୭ ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପ୍ରତି ଡବ୍ଲୁଏଚଓ ଯେପରି ପ୍ରତିକ୍ରିୟା ଜଣାଇବା କଥା ତାହା ଜଣାଇ ନଥିଲେ ବୋଲି ଆମେରିକା ସମେତ ବିଭିନ୍ନ ଦେଶ ଅଭିଯୋଗ କରୁଛନ୍ତି।

{"id":272126,"width":576,"height":323,"sizeSlug":"large"}

ଅଷ୍ଟ୍ରେଲିଆ ଓ ୟୁରୋପିୟ ଦେଶଙ୍କ ଅଭିଯୋଗ ପରେ ସାରା ବିଶ୍ୱର ୧୧୬ ଦେଶ ଏବେ ଡବ୍ଲୁଏଚଓଙ୍କ ବିରୋଧରେ ଛିଡା ହୋଇଛନ୍ତି। ଏହି ସବୁ ଦେଶମାନେ ଏକ ମିଳିତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବା ବେଳେ ଡବ୍ଲୁଏଚଓ ଭୂତାଣୁକୁ ଗୁରୁତ୍ୱର ସହ ଗ୍ରହଣ ନ କରିବାରୁ ଏବେ ଏହା ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି ବୋଲି ଏଥିରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.