Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବିଦାୟ ଫିଲିପ ! ଡ୍ୟୁକ୍ ଅଫ ଏଡିନବର୍ଗଙ୍କ ଅନ୍ତ୍ୟେଷ୍ଟିରେ ଏକ ମିନିଟ୍ ନିରବୀ ଗଲା ବ୍ରିଟେନ୍, ୭୩ ବର୍ଷର ସାଥୀଙ୍କୁ ହରାଇ ମହାରାଣୀଙ୍କ ଆଖିରୁ ଝରିଲା ଲୁହ

17/04/2021 at 8:39 PM

ଲଣ୍ଡନ : ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ସ୍ୱାମୀ ତଥା ଡ୍ୟୁକ୍‌ ଅଫ ଏଡିନବର୍ଗ ପ୍ରିନ୍ସ ଫିଲିପ୍‌ଙ୍କ ଅନ୍ତ୍ୟେଷ୍ଟି ଶନିବାର ୱିଣ୍ଡସର କାଷ୍ଟଲରେ ଅନୁଷ୍ଠିତ ହୋଇଛି। ଏଥିଲାଗି ସେଣ୍ଟ ଜର୍ଜ ଚାପେଲରୁ ଚୀର ବିଶ୍ରାମ ନିମନ୍ତେ ତାଙ୍କ ଶବାଧାରକୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହିଅବସରେ ୭୩ ବର୍ଷ ପୂର୍ବେ ଏଲିଜାବେଥ୍‌ଙ୍କୁ ବିବାହ ସମୟରେ ତାଙ୍କପିତା ତଥା କିଙ୍ଗ ଜର୍ଜ-ଷଷ୍ଠ ପ୍ରିନ୍ସ ଫିଲିପ୍‌ଙ୍କୁ ଯେଉଁ ନେଭି ସୋର୍ଡ ଓ କ୍ୟାପ୍‌ରେ ସମ୍ବର୍ଦ୍ଧିତ କରିଥିଲେ ତାହା ତାଙ୍କ ଶବାଧାରରେ ସମ୍ମାନ ପୂର୍ବକ ରଖାଯାଇଥିଲା। ପୁତ୍ର ପ୍ରିନ୍ସ ଚାର୍ଲସ୍‌ ଶ୍ରଦ୍ଧାରେ ମଥାନତ କରିଥିବା ବେଳେ ରାଣୀ ତାଙ୍କ ଆଶନରେ ଏକାକୀ ଛିଡା ହୋଇ ମୁଣ୍ଡ ନୁଆଥିଲେ। 

ପ୍ରିନ୍ସ ଫିଲିପଙ୍କ ବିୟୋଗରେ ରାଣୀ ଏଲିଜାବେଥ୍‌ ବାସ୍ତବିକ ଏକାକୀ ହୋଇଯାଇଛନ୍ତି। ସେଣ୍ଟ ଜର୍ଜ ଚାପେଲ ସର୍ଭିସ କାଳରେ ଏହା ଦେଖିବାକୁ ମିଳିଛି। ଦୀର୍ଘ ୭୩ ବର୍ଷର ଜୀବନ ସାଥୀଙ୍କୁ ହରାଇବାର କୋହ ତାଙ୍କ ଦୁଇ ଆଖି କଡରୁ ଅଶ୍ରୁ ହୋଇ ଝରିପଡିଥିଲା। ଲୁହପୋଛି ଡ୍ୟୁକ୍‌ ଅଫ ଏଡିନବର୍ଗଙ୍କୁ ବିଦାୟ ଦେଇଛନ୍ତି ବ୍ରିଟେନ ମହାରାଣୀ।

କେବଳ ରାଣୀ ନୁହନ୍ତି ଫିଲିପ ଓ ଏଲିଜାବେଥଙ୍କ ଜ୍ୟେଷ୍ଟ ପୁତ୍ର ପ୍ରିନ୍ସ ଚାର୍ଲସଙ୍କୁ ମଧ୍ୟ ଶୋକରେ ଅଧିର ଦେଖାଯାଇଛି। ଗିର୍ଜାକୁ ପିତାଙ୍କ କଫିନ ପଛେପଛେ ଯାଉଥିବା ବେଳେ ପିତାଙ୍କୁ ହରାଇ ମୋହଗ୍ରସ୍ତ ହୋଇପଡିଥିଲେ ଚାର୍ଲସ୍। ତେବେ ଜେଜେଙ୍କ ଶେଷ ଯାତ୍ରା ବ୍ରିଟେନ ରାଜପରିବାରର ୨ ରାଜକୁମାର ୱିଲିୟମ ଓ ହାରୀଙ୍କୁ ପୁଣି ଏକତ୍ର ଦେଖାଯାଇଛି।

କିଛି ବର୍ଷ ପୂର୍ବେ ଲଣ୍ଡନର ଏହି ଗିର୍ଜା ପ୍ରିନ୍ସ ହାରି ଓ ତାଙ୍କ ପୂର୍ବରୁ ପ୍ରିନ୍ସ ୱିଲିୟମଙ୍କ ବିବାହ ଲାଗି ଉତ୍ସବ ମୁଖର ହୋଇଉଠିଥିଲା।  ହେଲେ ଦୀର୍ଘ ବର୍ଷ ପରେ ଗିର୍ଜାର ଦ୍ୱାରପୁଣି ଖୋଲିଥିବା ବେଳେ ରାଜପରିବାର ବରିଷ୍ଠ ସଦସ୍ୟଙ୍କୁ ଅନ୍ତିମ ବିଦାୟ ଜଣାଇଛି। ଶେଷ ଯାତ୍ରାରେ ଏକମାତ୍ର କନ୍ୟା ପ୍ରିନ୍ସେସ୍‌ ଆନେ ମଧ୍ୟ ଗମ୍ଭୀର ମୁଦ୍ରାରେ ଚାଲୁଥିବା ଦେଖାଯାଇଛି।

ୱିଣ୍ଡସର ଡିନ୍‌ ଓ କେଣ୍ଟରବରୀ ଆର୍କ ବିଶପ୍‌ ପ୍ରିନ୍ସ ଫିଲିପ୍‌ଙ୍କ ନେତୃତ୍ୱରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ଫଲିପଙ୍କୁ କବର ଦିଆଯିବା ବେଳେ ଦେଶ ବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦେଶବାସୀ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିଛନ୍ତି। ଡ୍ୟୁକ୍‌ ଅଫ ଏଡିନବର୍ଗଙ୍କ ଶେଷକୃତ୍ୟ ଲାଗି ମହାରାଣୀ ଏଲିଜାବେଥ୍ ୱିଣ୍ଡସର କାଷ୍ଟଲ ପଡିଆରେ ତାଙ୍କ ପରିବାର ଓ ଦେଶକୁ ନେତୃତ୍ୱ ଦେଇଛନ୍ତି। ମହାରାଣୀଙ୍କ ସହ ସେଠାରେ ପ୍ରିନ୍ସ ଅଫ ୱେଲସ୍‌ ଚାର୍ଲସ ଓ ଡଚେସ୍‌ ଅଫ କର୍ଣ୍ଣୱାଲ କାମିଲା ପାର୍କର ଉପସ୍ଥିତ ଥିଲେ। ଅନ୍ତ୍ୟେଷ୍ଟିରେ ଡ୍ୟୁକ୍‌ ଅଫ ଏଡିନବର୍ଗଙ୍କ ପସନ୍ଦର ଧୂନ ବଜା ଯାଇଛି। ତାଙ୍କର ଅତ୍ୟନ୍ତ ବିଶ୍ୱସ୍ଥ ତଥା ବୟୋଜ୍ୟେଷ୍ଠ ଏବଂ ଡ୍ୟୁକ୍‌ଙ୍କ ବ୍ୟକ୍ତିଗତ ସଚିବ ବ୍ରିଗେଡିୟର ଆର୍ଚି ମିଲର ବେକୱେଲ ତାଙ୍କ ୨ ସହଯୋଗୀଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖାଯାଇଛି।  

   Related Posts