Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବିଶ୍ୱର ଏହି ୧୦ଟି ଦେଶରେ ରହିଛି ସବୁଠୁ ଅଧିକ ସୁନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ

6/10/2020 at 12:54 PM

ନୂଆଦିଲ୍ଲୀ ୦୬।୧୦: ସୁନା ଏର ଏପରି ଜିନିଷ , ଯାହାକି ସମସ୍ତେ ରଖିବାକୁ ପଡିବ । ଦୁନିଆର ସବୁ ଦେଶ ନିଜ ଭଣ୍ଡାରରେ ଅଧିକରୁ ଅଧିକ ରଖିବାକୁ ଚେଷ୍ଟା କରିଥାନ୍ତି । କରୋନା ଭାଇରସର ମହାମାରୀ ସମୟରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ରଖିବା କ୍ଷମତା ବୃଦ୍ଧି କରିଚାଲିଛି । ସୁନା କିଣାବିକାର ଟ୍ରେଡ୍‌ ପୁରା ବର୍ଷତମାମ ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ରିଜର୍ଭ ମ୍ୟାନେଜମ୍ୟାଣ୍ଟେରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରାଥାଏ ।

ପ୍ରତି ଦେଶ ନିଜ ପାଖରେ ସୁନାର ଭଣ୍ଡାର ବା ସୁନା ରିଜର୍ଭ ରଖିଥାନ୍ତି । ଏହି ସୁନାର ଭଣ୍ଡାର ପ୍ରତି ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ରହିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଗଚ୍ଛିତ ଥିବା ସୁନାକୁ ଦେଶରେ ସଙ୍କଟ ସମୟରେ ବା ବିତ୍ତୀୟ ସୁରକ୍ଷା ପାଇଁ ବ୍ୟବହାର କରିଥାନ୍ତି ।

କରୋନା ସମୟରେ ସୁନାର ଦାମ୍‌ ୫୫ହଜାର ନିକଟରେ ପହଞ୍ଚିଥିଲା । ତେବେ ଆସନ୍ତୁ ଜାଣିବା World Gold Councilର ରିପୋର୍ଟ ଅନୁସାରେ ଭାରତ ଓ ବିଶ୍ୱର କେଉଁ ଦେଶମାନଙ୍କ ନିକଟରେ ସବୁଠାରୁ ଅଧିକ ସୁନାର ଭଣ୍ଡାର ରହିଛି ।

ଆମେରିକା

ସୁନା ଗଚ୍ଛିତ ରଖିବା ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ପୁରା ବିଶ୍ୱରେ ସବୁଠାରୁ ଅଧିକ ସୁନା ରଖିଥିବା ଦେଶ ଆମେରିକା ରହିଛି । World Gold Council ଅନୁସାରେ , ଆମେରିକା ନିକଟରେ ୮,୧୩୩.୫ ମେଟ୍ରିକ ଟନ୍‌ ସୁନା ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୯,୧ ପ୍ରତିଶତ ।

ଜର୍ମାନୀ

ସୁନା ଗଚ୍ଛିତ ରଖିବା ମାମଲାରେ ଜର୍ମାନୀ ୨ୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଜର୍ମାନୀ ନିକଟରେ ୩,୩୬୩.୬ ମେଟ୍ରିକ ଟନ୍‌ ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୫ ପ୍ରତିଶତ । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଜର୍ମାନୀ ନିକଟରେ ସବୁଠାରୁ ଅଧିକ ସୁନା ରହିଛି ।

ଇଟାଲୀ

ସୁନା ଗଚ୍ଛିତ ରଖିବା ମାମଲାରେ ଇଟାଲି ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।  World Gold Council ଅନୁସାରେ, ଇଟାଲି ନିକଟରେ ୨,୪୫୧.୮ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭୦.୫ ପ୍ରତିଶତ ରହିଛି । ଇଟାଲି ୟୁରୋପୀୟ ଦେଶମାନଙ୍କରେ ଜର୍ମାନୀ ପର ୨ୟ ସ୍ଥାନରେ ରହିଛି । ଯାହା ନିକଟରେ ଏତେ ପରିମାଣର ସୁନା ଗଚ୍ଛିତ ରହିଛି ।

ଫ୍ରାନ୍ସ

ସୁନା ଗଚ୍ଛିତ ରଖିବା ମାମଲାରେ ଫ୍ରାନ୍ସ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ଏହି ଦେଶ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସୁନା ରଖିବା ମାମଲାରେ ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଫ୍ରାନ୍ସ ନିକଟରେ ୨,୪୩୬ ମେଟ୍ରିକ ଟନ୍‌ ରହିଛି । ଯାହାକି ଏହି ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରର ୬୫ପ୍ରତିଶତ ଅଟେ ।

ଋଷ୍

କ୍ଷେତ୍ରଫଳ ହିସାବରେ ଦୁନିଆର ସବୁଠାରୁ ବଡ ଦେଶ ଋଷ୍ । ଏହି ଦେଶ ସୁନା ଗଚ୍ଛିତ ରଖିବା ମାମଲାରେ ପଞ୍ଚମ ସ୍ଥାନରେ ରହିଛି । World Gold Council ଅନୁସାରେ, ଋଷ୍ ନିକଟରେ ୧୦୪୦ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶତ ଅଟେ ।

ଚୀନ୍‌

ସୁନା ଗଚ୍ଛିତ ରଖିବା ମାମଲାରେ ଭାରତର ପଡୋଶୀ ଦେଶ ଚୀନ୍‌ ଷଷ୍ଠ ତମ ସ୍ଥାନରେ ରହିଛି । World Gold Council ଅନୁସାରେ, ଚୀନ୍‌ ନିକଟରେ ୧୯୪୮,୩ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ର ଭଣ୍ଡାରର ୩.୩ ପ୍ରତିଶତ ଅଟେ ।

ସ୍ୱିଜରଲ୍ୟାଣ୍ଡ

ସୁନା ଗଚ୍ଛିତ ରଖିବା ମାମଲାରେ ସ୍ୱିଜରଲ୍ୟାଣ୍ଡ ୭ତମ ସ୍ଥାନରେ ରହିଛି । World Gold Council ଅନୁସାରେ,ସ୍ୱିଜରଲ୍ୟାଣ୍ଡ ନିକଟରେ ୧,୦୪୦ ମେଟ୍ରିକ ଟନ୍‌ ସୁନା ରହିଛି। ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶଥ ଅଟେ ।  

ଜାପାନ

ଜାପାନ ସୁନା ଗଚ୍ଛିତ ରଖିବା ମାମଲାରେ ବିଶ୍ୱରେ ୮ମ ସ୍ଥାନରେ ରହିଛି । World Gold Council ଅନୁସାରେ, ଜାପାନ ନିକଟରେ ୭୬୫,୨ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୩.୧ ପ୍ରତିଶତ ରହିଛି।

ଭାରତ

ଗୋଟିଏ ସମୟରେ ଭାରତକୁ ସୁନାର ଚଢେଇ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ଭାରତ ନିକଟରେ କେବଳ ୬୫୩ ମେଟ୍ରିକ ଟନ୍‌ ସୁନା ରହିଛି ।ଏହା ସହିତ ସୁନା ଗଚ୍ଛିତ ରଖିବା ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭.୪ ପ୍ରତିଶତ ଅଟେ ।

ନେଦରଲ୍ୟାଣ୍ଡ

ସୁନା ଗଚ୍ଛିତ ରଖିବା ମାମଲାରେ ନେଦରଲ୍ୟାଣ୍ଡ ବିଶ୍ୱରେ ୧୦ତମ ସ୍ଥାନ ରହିଛି । World Gold Council ଅନୁସାରେ, ନେଦରଲ୍ୟାଣ୍ଡ ନିକଟରେ ୬୧୨.୫ ମେଟ୍ରିକ ଟନ୍‌  ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାର ୭୧.୫ ପ୍ରତିଶତ ଅଟେ ।

   Related Posts