ଜାତିସଂଘର ଓ୍ବାର୍ଲ୍ଡ ଫୁଡ୍ ପୋଗ୍ରାମକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଭୋକ ସହ ଲଢ଼େଇ ଲାଗି ମିଳିଲା ସମ୍ମାନ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଶାନ୍ତି କ୍ଷେତ୍ରରେ ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ଆଜି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି।  ଏଥର ଶାନ୍ତି କ୍ଷେତ୍ରରେ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗାମକୁ ଏହି ସମ୍ମାନ  ମିଳିଛି। ଭୋକ ଦୂର କରିବା ତଥା ପୀଡ଼ିତଙ୍କୁ ସାହାଯ୍ୟ କରିବା ଦିଗରେ ଓ୍ବାର୍ଲ୍ଡ  ଫୁଡ୍ ପୋଗ୍ରାମ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରିଛି। ବିଶ୍ବରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀ କାର୍ଯ୍ୟ କରିଥିବାରୁ ଡବ୍ଲୁଏଫପିକୁ ନୋବଲେ ଶାନ୍ତି ପୁରସ୍କାର ମିଳିଛି। ଯେଉଁ ସବୁ ଅଞ୍ଚଳରେ କ୍ଷୁଧା ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ଏହା ଶାନ୍ତିଦୂତର କାର୍ଯ୍ୟ କରିଛି।

ନୋବଲେ କମିଟି ଅଧ୍ୟକ୍ଷ ବୋରିଟ୍ ରାଇସ ଆଣ୍ଡସର୍ନ କହିଛନ୍ତି ୨୦୧୯ରେ ୮୮ ଦେଶରେ ପ୍ରାୟ ୧୦ କୋଟି ଲୋକଙ୍କୁ ଓ୍ବାର୍ଲ୍ଡ  ଫୁଡ୍ ପୋଗ୍ରାମର ସହାୟତା ପହଞ୍ଚି ଥିଲା। ଉଲ୍ଲେଖନୀୟ ଏହା କ୍ଷୁଧା ଦୂର କରିବା ତଥା ଖାଦ୍ୟ ସୁରକ୍ଷାକୁ ଅଗ୍ରାଧିକାର ଦେବାର ସବୁଠୁ ବଡ଼ ସଂଗଠନ।

ନୋବଲେ ଶାନ୍ତି ପୁରସ୍କାର ପାଇଁ ଚଳିତ ବର୍ଷ ୩୧୮ ନାମାଙ୍କନ ଆସିଥିଲା। ଏଥିରେ ୧୦୭ ସଂଗଠନ ସାମିଲ ଅଛି। ଏହି ତାଲିକାରେ ସାମିଲ ନାଁକୁ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଗୋପନୀୟ ରଖାଯାଏ। ଏଥିପାଇଁ ଏହା ଅନୁମାନ ଲଗାଇବା କଷ୍ଟକର ଯେ ପୁରସ୍କାର କାହାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.