ଖୋଲିଗଲା ବିଶ୍ବର ପ୍ରଥମ ସୁନାର ହୋଟେଲ୍ : ଏଠାରେ ଗୋଟିଏ ରାତି କଟାଇଲେ ଦେବାକୁ ପଡ଼ିବ ଏତିକି ଟଙ୍କା
4/07/2020 at 11:58 AM

ହାନୋଇ ୪/୭: ବିଶ୍ବର ପ୍ରଥମ ସୁନାର ହୋଟେଲ୍ ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି। ଏଠାରେ କବାଟ,କପ୍,ଟେବୁଲ୍,ଝରକା,କଳ,ଓ୍ବାଶରୁମ୍,ଖାଇବା ବାସନ ସବୁ କିଛି ସୁନା। ଜୁଲାଇ ୨ତାରିଖ ଅର୍ଥାତ୍ ଗୁରୁବାରଠୁ ଏହି ହୋଟେଲର ଶୁଭାରମ୍ଭ ହୋଇ ଯାଇଛି।

ଏହି ହୋଟେଲର ନାଁ ଡୋଲସେ ହାନୋଇ ଗୋଲଡେନ୍ ଲେକ୍। ଏହି ହୋଟେଲରେ ଗେଟଠୁ ଆରମ୍ଭ କରି କଫି କପ୍ ସୁନାରେ ପ୍ରସ୍ତୁତ ହୋଇଛି।

ଏହା ଏକ ଫାଇଭ ଷ୍ଟାର ହୋଟେଲ୍। ଏହା ୨୫ମହଲା ବିଶିଷ୍ଟ। ଏହି ହୋଟେଲରେ ୪୦୦ଟି ରୁମ୍ ରହିଛି। ହୋଟେଲର ବାହାର ପଟ କାନ୍ଥରେ ପାଖାପାଖି ୫୪ହଜାର ବର୍ଗଫୁଟ ଗୋଲ୍ଡ ପ୍ଲେଟେଡ ଟାଇଲ୍ ଲଗାଯାଇଛି।

ହୋଟେଲର ଷ୍ଟାଫଙ୍କ ଡ୍ରେସ୍ କୋଡ ରେଡ ଏବଂ ଗୋଲ୍ଡେନ୍ ରଖାଯାଇଛି। ଲବିରେ ଫର୍ଣ୍ଣିଚର ଏବଂ ସାଜ-ସଜ୍ଜାରେ ମଧ୍ୟ ସୁନାର କାରୁକାର୍ଯ୍ୟ କରାଯାଇଛି।

ଓ୍ବାଶୁମରେ ବାଥଟବ୍,ସିଙ୍କ,ଶାଓ୍ବାରଠୁ ଆରମ୍ଭ କରି ସମସ୍ତ ଆକ୍ସେସରିଜ ଗୋଲ୍ଡେନ୍। ବେଡରୁମରେ ମଧ୍ୟ ଫର୍ଣ୍ଣିଚର ଏବଂ ସବୁ ଜିନିଷରେ ଗୋଲ୍ଡ ପ୍ଲେଟିଂ କରାଯାଇଛି।

ଛାତରେ ଇନଫିନିଟି ପୋଲ ନିର୍ମାଣ କରାଯାଇଛି। ଏଠାରୁ ହାନୋଇ ସହରର ସୁନ୍ଦର ଦୃଶ୍ୟ ଦେଖାଯାଏ। ଏଠାକାର ଛାତର କାନ୍ଥରେ ମଧ୍ୟ ଗୋଲ୍ଡ ପ୍ଲେଟେଡ ଇଟା ଲାଗିଛି।

ପ୍ରଥମ ଦିନ ଅତିଥିମାନେ ଏଥିରେ ନିଜ ରୁଚି ଦେଖାଇଥିଲେ। ଏଠାକାର କାନ୍ଥ ଏବଂ ଶାଓ୍ବାର ମଧ୍ୟ ଗୋଲ୍ଡ ପ୍ଲେଟେଡ। ଏଠାରେ ଅନେକ ଲୋକ ଫଟୋ ଉଠାଇଥିଲେ।

ଏହି ହୋଟେଲର ନିର୍ମାଣ ୨୦୦୯ମସିହାରେ ଆରମ୍ଭ ହୋଇଥିଲା। ହୋଟେଲର ଉପର ମହଲାରେ ଫ୍ଲାଟସ୍ ମଧ୍ୟ ନିର୍ମାଣ କରାଯାଇଛି। ଯଦି କାହାକୁ ନିଜ ପାଇଁ ଫ୍ଲାଟସ୍ ନେବାର ଥିବ ତେବେ ନେଇ ପାରିବେ।

ଏହି ହୋଟେଲକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଲକ୍ସରି ହୋଟେଲ୍ ବୋଲି ନାମିତ କରାଯାଇଛି। ଏହାକୁ ହୋଆ ବିନ ଗ୍ରୃପ୍ ଆଣ୍ଡ ଓ୍ବିନଧମ୍ ଗ୍ରୃପ୍ ମିଶି ନିର୍ମାଣ କରିଛନ୍ତି। ଏମାନେ ୨ଜଣ ମିଶି ୨ସୁପର ୬ଷ୍ଟାର ହୋଟେଲ୍ ମ୍ୟାନେଜ କରୁଛନ୍ତି।

ଏପରି କୁହାଯାଇଥାଏ ଯେ ସୁନା ଆପଣଙ୍କ ମାନସିକ ଅଶାନ୍ତିକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଯାହା ଦ୍ବାରା ରିଲାକ୍ସ କରି ପାରିବେ। ଏଥିପାଇଁ ହୋଟେଲ୍ ମ୍ୟାନେଜମେଣ୍ଟ ସୁନାର ପ୍ଲେଟିଂର ଅତ୍ୟଧିକ ଉପଯୋଗ କରିଛନ୍ତି।

ଡବଲ୍ ବେଡରୁମ୍ ସୁଇଟରେ ଗୋଟିଏ ରାତି ରହିବାର ଭଡ଼ା ପାଖାପାଖି ୭୫ହଜାର ଟଙ୍କା। ସେହିପରି ହୋଟେଲ୍ ରୁମର ପ୍ରାରମ୍ଭିକ ଭଡ଼ା ପାଖାପାଖି ୨୦ହଜାର ଟଙ୍କା।

ଏଠାରେ ୬ପ୍ରକାରର ରୁମ୍ ରହିଛି। ପ୍ରେସିଡେନ୍ସିଆଲ୍ ସୁଇଟର ମୂଲ୍ୟ ଗୋଟିଏ ରାତିକୁ ୪.୮୫ଲକ୍ଷ ଟଙ୍କା।

ଏହି ହୋଟେଲରେ ଏକ ଗେମିଂ କ୍ଲବ୍ ମଧ୍ୟ ରହିଛି ଯାହା ୨୪ଘଣ୍ଟା ଖୋଲା ରହିଥାଏ। ଏଠାରେ କାସିନୋ ଏବଂ ପୋକର ଭଳି ଗେମ୍ ରହିଛି। ଯେଉଁଠାରେ ଆପଣ ଜିତିବା ପରେ ଟଙ୍କା ବି ରୋଜଗାର କରି ପାରିବେ।
