Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୁନିଆର ପ୍ରଥମ ଇଲେକଟ୍ରିଫାଏଡ୍ ରେଳ ସୁଡ଼ଙ୍ଗ ପ୍ରସ୍ତୁତ, ଜାଣନ୍ତୁ ଏହାର ବିଶେଷତ୍ୱ

25/07/2020 at 12:44 PM

ମେବାତ ୨୫/୦୭ : ରେଲୱେର ୱେଷ୍ଟର୍ନ ଫ୍ରେଟ କରିଡୋର (Western Freight Corridor) ର ସବୁଠାରୁ ବଡ ପ୍ରତିବନ୍ଧକ ଶୁକ୍ରବାର ଦିନ ଶେଷ ହୋଇଛି | ଅରାବଲୀ ପାହାଡକୁ ଚିରିବାକୁ ଯେମିତି ବିସ୍ଫୋରଣ କରାଯାଇଥିଲା ଡ଼ିଏଫସି DFC ର ସମସ୍ତ କର୍ମଚାରୀ ଖୁସିରେ ଝୁମି ଉଠିଥିଲେ | ହରିୟାଣା ସୋହନାରେ ମେବାନ ଅଞ୍ଚଳରେ ଥିବା ଏହି ସୁଡ଼ଙ୍ଗ ୱେଷ୍ଟର୍ନ ଡ଼ିଏଫସିର ବଡ ସୁଡ଼ଙ୍ଗ | ଏହି ସୁଡ଼ଙ୍ଗର ଲମ୍ବ ପାଖାପାଖି ଗୋଟିଏ କିଲୋମିଟର | ଶୁକ୍ରବାର ଦନା ଡାଇନାମାଇଟ ବିସ୍ଫୋରଣ ସହିତ ସୋହନା ଓ ପୃଥଲା ପରସ୍ପର ସହ ମିଶିଗଲା | ଅରାବଲୀର ଏହି ପାହାଡରେ ସୁଡ଼ଙ୍ଗ ତିଆରି କରିବାକୁ ବର୍ଷେ ହେଲା କାମ ଚାଲିଛି | ଏହି ସୁଡ଼ଙ୍ଗର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ଦୁନିଆର ପ୍ରଥମ ଇଲେକଟ୍ରିଫାଇଡ଼ ରେଳ ସୁଡ଼ଙ୍ଗ ଯେଉଁଥିରେ ଡବଲ ଟ୍ରାକ କଣ୍ଟେନର ଚାଲିପାରିବ | ସୁଡ଼ଙ୍ଗର ଉଚ୍ଚତା ଯେତିକି ରଖାଯାଇଛି ଯେ ଗୋଟେ ଉପରେ ଲଦା ଯାଇଥିବା ଆଉ ଏକ କଣ୍ଟେନର ମଧ୍ୟ ସୁଡ଼ଙ୍ଗ ଦେଇ ଯାଇପାରିବ |

ଏହି ସୁଡ଼ଙ୍ଗ ମାଲଗାଡୀ ପାଇଁ ନିର୍ମାଣ ହେଉଥିବା ରେଳ ଲାଇନକୁ ଦାଦରୀ ଯାଏଁ ନେଇଯିବା | ଜବାହାରଲାଲ ନେହରୁ ପୋର୍ଟ ଦାଦରୀ ପର୍ଯ୍ୟନ୍ତ ହେଉଥିବା ଏହି ପ୍ରକଳ୍ପ ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ ହୋଇଯିବ ବୋଲି ଆଶା କରାଯାଉଛି | ଭାରତୀୟ ମାଲଗାଡୀ ଚଲାଇବାକୁ ବିଶେଷ ରେଳଲାଇନ ନିର୍ମାଣ ହେଉଛି | ଏହି ଲାଇନରେ କେବଳ ମାଲଗାଡୀ ଚାଲିବନି ବରଂ ଏହି ଲାଇନରେ ଅଧିକ ସଂଖ୍ୟାରେ ମାଲଗାଡୀ ଡ଼ିଏଫସିରେ ମଧ୍ୟ ଚାଲିବ | ରେଳଲାଇନରେ କମ ଲୋଡ଼ ଯୋଗୁଁ ଟ୍ରେନ ମଧ୍ୟ ଠିକ ସମୟରେ ଚାଲି ପାରିବ |

ଡ଼ିଏଫସିର ଇଷ୍ଟର୍ନ କରିଡୋର ପଶ୍ଚିମବଙ୍ଗ କୋଲକାତା ନିକଟରେ ଦାନକୁନିରୁ ପଞ୍ଜାବ ଲୁଧିଆନାକୁ ସଂଯୋଜିତ କରୁଛି | ୧୮୫୬ କିମି ଲମ୍ବ କରିଡୋର ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବକୁ ସଂଯୋଗ କରିବ | କିନ୍ତୁ ୱେଷ୍ଟର୍ନ କରିଡୋର ଉତ୍ତର ପ୍ରଦେଶ ଦାଦରୀରୁ ମୁମ୍ବାଇ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟ ଯାଏଁ ଲମ୍ବିଚି | ୧୫୦୬ କିମି ଲମ୍ବ ଏହି ରେଳଲାଇନ ଦ୍ୱାରା ପୁରା ଏନସିଆର, ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରକୁ ବହୁତ ଲାଭ ହେବ | ଏହି ଦୁଇଟି କରିଡୋର କାମ ୨୦୨୧ ସୁଦ୍ଧା ସମ୍ପୂର୍ଣ ହୋଇଯିବ ବୋଲି ଆଶା କରାଯାଉଛି |  

   Related Posts