୪ କିଲୋର ଥିଲା ପ୍ରଥମ ଡିଜିଟାଲ୍‌ କ୍ୟାମେରା, ଜାଣନ୍ତୁ ବିଶେଷତ୍ତ୍ୱ

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ- ସମସ୍ତଙ୍କୁ ଫଟୋ ଉଠାଇବା ପାଇଁ ବେଶ୍‌ ଭଲ ଲାଗେ । ପ୍ରତ୍ୟେକ ସ୍ମାର୍ଟ ଫୋନ୍‌ରେ କ୍ୟାମେରା ଉପଲବ୍ଧ ହେଉଛି ।ଏବେ କେଉଁ ସ୍ମାର୍ଟ ଫୋନ୍‌ରେ କେତେ ମେଗା ପିକ୍ସଲ୍‌ର କ୍ୟାମେରା ରହିଛି ଏହାର ରିଜୋଲସନ୍ କେତେ ଫଟୋ କ୍ଲାରିଟି କେତେ ସେ ସବୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଡିଜିଟାଲ କ୍ୟାମେରାର ଚାହିଦା ବି କମିନି ।
ଭଲ ଫଟୋର ଆବଶ୍ୟକତା ଥିଲେ ଡିଜିଟାଲ୍ କ୍ୟାମେରା ବ୍ୟବହାର କରାଯାଉଛି । କ୍ୟାମେରା ସାହାଯ୍ୟରେ ଆମ ଜୀବନର କିଛି ଖାସ୍‌ ମୁହୂର୍ତ୍ତ କଏଦ ହୋଇ ରହିଯାଉଛି ।

ପୂର୍ବରୁ କ୍ୟାମେରାରେ ରିଲ୍‌ ପକାଇବା ପାଇଁ ପଡୁଥିଲା । ହେଲେ ଏବେ ଡିଜିଟାଲ୍ କ୍ୟାମେରା ଫଟୋ ଜଗତରେ କ୍ରାନ୍ତି ଆଣିଦେଇଛି । ୧୯୭୫ରେ କୋଡାକରେ କାମ କରୁଥିବା ଜଣେ ଇଂଜିନିୟର ଦୁନିଆର ପ୍ରଥମ ଡିଜିଟାଲ କ୍ୟାମେରା ତିଆରି କରିଥିଲେ । ଷ୍ଟିଭେନ୍‌ ନାମକ ଏହି ଇଂଜିନିୟର ଡିଜିଟାଲ୍ କ୍ୟାମେରା ତିଆରି କରିବାର ପ୍ରୟାସ ବି ଆରମ୍ଭ କରିଥିଲେ । ଏହି ଡିଜିଟାଲ୍‌ କ୍ୟମେରାକୁ ପ୍ରଥମ ଡିଜିଟାଲ ଷ୍ଟେନ ସ୍ନାପର ବୋଲି କୁହାଯାଉଥିଲା ।

{"id":154876}


ଏହି କ୍ୟାମେରାକୁ ଫାୟରଚାଇଲଡ୍‌ ସେମିକଣ୍ଡକ୍ଟର ଦ୍ୱାରା ବିକଶିତ କରାଯାଉଥିଲା । ସେବେକାର ଟେକ୍ନୋଲୋଜିବାଲା ସିସିଡି ଇମେଜ ସେନସର ପ୍ରୟୋଗ କରାଯାଇଥିଲା ।


ଏହି କ୍ୟାମେରାର ଓଜନ ୪ କିଲୋଗ୍ରାମ ଥିଲା । ଏହି କ୍ୟାମେରାରେ କଳା ଧଳା ଫଟୋ ଉଠାଯାଇ ପାରୁଥିଲା ।
୧୯୭୫ ମସିହାରେ ପ୍ରଥମ ଫଟୋ ଉଠାଇବା ପାଇଁ ଏହି କ୍ୟାମେରାକୁ ୨୩ ସେକେଣ୍ଡ ସମୟ ଲାଗିଥିଲା ।
୧୯୯୧ ମସିହାରେ ଏହାର ବିକ୍ରି ଆରମ୍ଭ ହୋଇଥିଲା ।

{"id":154875}


୧୯୯୧ ମସିହାରେ କୋଡକ କମ୍ପାନୀ ପ୍ରଥମ ଡିଜିଟାଲ୍‌ କ୍ୟାମେରାର ବିକ୍ରି ଆରମ୍ଭ କରିଥିଲା । ଏପଲ୍‌ କମ୍ପ୍ୟୁଟର ଓ ଇନଷ୍ଟାମ୍ୟାନ କୋଡାକ୍‌ ପ୍ରଥମ ଉପଭୋକ୍ତାଙ୍କ ପାଇଁ ଏହି ଡିଜିଟାଲ୍‌ କ୍ୟାମେରା ଉପଲବ୍ଧ କରାଇଥିଲେ । ୧୯୯୪ରେ ଏହା ବଜାରକୁ ଆସିଥିଲା । ଏହାଦ୍ୱାରା ଡିଜିଟାଲ କ୍ୟାମେରାରେ ଉଠାଯାଇଥିବା ଫଟୋ କମ୍ପ୍ୟୁଟରକୁ ପ୍ରେରଣ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.